Unknown

 

 

 

 

 

 

 

 

 

ଅଧ୍ୟାତ୍ମ୍ୟ ସାହିତ୍ୟ

ବିହାରୀ ଦାସ ମହନ୍ତ

 

ପ୍ରଥମ ଖଣ୍ଡ

ସୂଚୀପତ୍ର

 

୧.

ଅଭ୍ୟର୍ଥନା ଜଣାଣ

 

 

୨.

ଅଧ୍ୟାତ୍ମ ଚିନ୍ତା

 

 

୩.

କୃଷ୍ଣସ୍ତବ

 

 

୪.

ମଦ

 

 

୫.

ଉପଦେଶ

 

 

୬.

ମନ ଚୈତନ୍ୟ ସମ୍ୱାଦ

 

 

୭.

ଦଶାବତାର

 

 

୮.

କପା ମୋତି ଲଡ଼ାଇ

 

 

୯.

ମାର୍ଗନିର୍ଣ୍ଣୟ

 

 

୧୦.

ପ୍ରଭୁଙ୍କୁ ପ୍ରାର୍ଥନା

 

 

 

ରାଗ ମଙ୍ଗଳ

 

ଜୟ ଗୋପାଳ ଗୋରୂପ ପୃଥ୍ୱୀ ହିତକାରି ।

ଜୟ କୃଷ୍ଣବଲ୍ଲଭ ହେ ଗୋବିନ୍ଦ ମୁରାରି ।୧।

 

ଜୟ ଅଚ୍ୟୁତ କେଶବ ଜୟ ଆଦିକନ୍ଦ ।

ଜୟ ନାରାୟଣ ବ୍ରହ୍ମରୂପ ହୃଦଚାନ୍ଦ ।୨।

 

ଜୟ ନୃସିଂହ ମୁରାରି ଶ୍ରୀ ମଧୁସୂଧନ ।

ଜୟ ଗୋପୀଙ୍କ ବଲ୍ଲଭ ଶ୍ରୀ ନନ୍ଦନନ୍ଦନ ହେ ।୩।

 

ଜୟ ହେ ରୁକ୍ମିଣୀକାହ୍ନୁ ଜୟ ଉପଇନ୍ଦ୍ର ।

ଜୟ ଶ୍ୟାମଳ ମୂରତି ଶ୍ରୀ ଗୋକୁଳଚନ୍ଦ୍ର ହେ ।୪।

 

ଜୟ କଂସ ନାଶକାରୀ ଜୟ ହେ ମୁରାରି ।

ଜୟ ଶକଟଭଞ୍ଜନ ଗୋପୀ ହିତକାରି ହେ ।୫।

 

ଜୟ କାଳୀଦଳନ ହେ ଜୟ କୃପାସିନ୍ଧୁ ।

ଜୟ ସୁଦାମ ହୃଦୟହିତ ପ୍ରାଣବନ୍ଧୁ ହେ ।୬।

 

ସେ ପ୍ରଭୁଙ୍କୁ ନିରନ୍ତରେ କରିଣ ସ୍ମରଣ ।

ନମଇଁ ପାଦପଦ୍ମରେ ସାଷ୍ଟାଙ୍ଗ ହୋଇଣ ହେ ।୭।

 

ନମଇଁ ବ୍ରହ୍ମାନନ୍ଦିନି ମାତଃ ସରସ୍ୱତି ।

ତୋ ପାଦପଦ୍ମରେ ମାଗୋ ହୁଏଁ ମୁଁ ପ୍ରଣତି ଗୋ ।୮।

 

ପ୍ରଥମେ ଭାରତୀ ନାମ ତ୍ରିପୁରେ ବିଜୟୀ ।

ଦ୍ୱିତୀୟରେ ସରସ୍ୱତୀ ନାମ ତୁ ବୋଲାଇ ଗୋ ।୮।

 

ତୃତୀୟରେ ଶାରଦା ତୁ ନାମ ପ୍ରକାଶିଣ ।

ଚତୁର୍ଥେ ହଂସବାହିନୀ ହେଲୁ ମାତ ପୁଣ ଗୋ ।୯।

 

ପଞ୍ଚମେ ଜଗଦ୍‌ବିଖ୍ୟାତା ତ୍ରିପୁର କାରିଣୀ ।

ଷଷ୍ଠେ ବାଗୀଶ୍ୱରୀ ହେଲୁ ମାଗୋ ତୁ ଜନନି ଗୋ ।୧୦।

 

ସପ୍ତମରେ କୁଆଁରୀ ପ୍ରୋକ୍ତା ନାମକୁ ପାଇ ।

ଅଷ୍ଟମେ ବରଦାୟିନୀ ତୁ ଗୋ ମହାମାଈ ଗୋ ।୧୧।

 

ନବମରେ ବୁଦ୍ଧିଦାତ୍ରୀ ପ୍ରକାଶି ସ୍ୱନାମ ।

ବ୍ରହ୍ମଚାରିଣୀ ଗୋ ମାତଃ ବୋଲାଉ ଦଶମ ଗୋ ।୧୨।

 

ଏକାଦଶେ ଚନ୍ଦ୍ରଘଣ୍ଟା ନାମ ବିକାଶିଲୁ ।

ଦ୍ୱାଦଶରେ ଭୁବନଈଶ୍ୱରୀ ବୋଲାଇଲୁ ଗୋ ।୧୩।

 

ସେ ଦ୍ୱାଦଶନାମରେ ମୁଁ ପଶିଲି ଶରଣ ।

ମଞ୍ଜୁଷକୁ ପୂର୍ଣ୍ଣକରି ୠଣ କର ଦାବି ଗୋ ।୧୪।

 

ବ୍ରହ୍ମରୂପିଣୀ ହୋଇଣ କଣ୍ଠେ ଆସି ବସ ।

ମୋ ମନ ଜାଣିଣ ପଦଶବ୍ଦକୁ ପ୍ରକାଶ ଗୋ ।୧୫।

 

ନମଇଁ ଗୁରୁସ୍ୱରୂପ ବ୍ରହ୍ମତେଜ ପୁଞ୍ଜ ।

କରଯୋଡ଼ି ଜଣାଉଛି ଘେନ ମୋ ଅରଜ ହେ ।୧୬।

 

ଜଣାନାହିଁ ଭାଲପଟେ କି ଲେଖିଲେ ଅଜ ।

ଅଜସ୍ର ଭ୍ରମୁଛି ମନ ନ ପାଇ ତୋ ଖୋଜ ହେ ।୧୭।

 

ଜନ୍ମକାଳୁଁ ଘାଣ୍ଟି ହୋଇଗଲା ଏତେଦିନ ।

ଭବିଷ୍ୟତକୁ ଦିଅ ଯେ ଅପବର୍ଗ ଦାନ ହେ ।୧୮।

 

ନମଇଁ ସନକାନ୍ଦି ଯେ ମହୠଷିଗଣ ।

ନମଇଁ ନାରଦାଦି ଯେ ଆତ୍ମଜ୍ଞାନୀ ପୁଣ ହେ ।୧୯।

 

ହରି ଭକ୍ତ ହରି ବିଳସିତ ତାଙ୍କ ଚିତ୍ତ ।

ହରି ବିଳାସ ଯେ ସ୍ଥାନ ସେ ସ୍ଥାନରେ ରତ ହେ ।୨୦।

 

ବୃନ୍ଦାବନ ସୁଖ ବିଳାସିତ ଯେଉଁ ସ୍ଥାନ ।

ମଥୁରା ଯେ ଧର୍ମଶାଳା କ୍ଷେତ୍ର ସେ ଭୁବନ ହେ ।୨୧।

 

ସେ ସ୍ଥାନକୁ ଦଣ୍ଡବତ ସେ କ୍ଷେତ୍ର ମୃତ୍ତିକା ।

ନ ପାଇଣ ପାଉଅଛି ଏ ମାୟାର ଦକ ହେ ।୨୨।

 

ନମଇଁ କ୍ଷେତ୍ର ଗୋମତୀ ପବିତ୍ରକାରକ ।

ନମଇଁ ଯେ ଗୋବର୍ଦ୍ଧନ ସାକ୍ଷାତେ ଗୋଲୋକ ହେ ।୨୩।

 

ନମଇଁ ଯେ ଦ୍ୱାରାବତୀ ମହା ପୁଣ୍ୟସ୍ଥଳ ।

ନମଇଁ ୠକ୍ମିଣୀମାତାଙ୍କ ଯେ ପାଦ ମୂଳ ହେ ।୨୪।

 

ବଂଶ ଗୋପାଳମନ୍ତ୍ରକୁ ହୃଦୟେ ଧରିଣ ।

ବିହାର କରୁଛି ଏହିମାୟା ଏ ଭୁବନ ହେ ।୨୫।

 

ମାଳା ଧାରି ନିର୍ମୋହି ଯେ ଆଖାଡ଼ାକୁ ପାଇ ।

ମାୟାରଣ୍ୟେ ଭ୍ରମୁଅଛି ଠାବକୁ ନ ଧ୍ୟାୟି ହେ ।୨୬।

 

ଗତି ବା ଅଗତି ହେଉ ନାହିଁ ମୋ ଆୟତ୍ତ ।

ନିରନ୍ତରେ ଆଶ୍ରା ମୋର ଶ୍ରୀ କମଳାକାନ୍ତ ହେ ।୨୭।

 

ନମଇଁ ଯେ ଅଷ୍ଟ ଆଦିଯୋଗ ଯେଉଁ ରୂପ ।

ୠଷିଗଣେ ଖଣ୍ଡିଲେ ଯେ ଯୋଗବଳେ ଅପ ହେ ।୨୮।

 

ନାସିକାଦ୍ୱାରେ ସେ ଯୋଗ ହୁଅଇ ଯେ ସାଧ୍ୟ ।

ନାସିକାଦ୍ୱାର ବୋଲିଣ ହୃଦେ କର ବୋଧ ହେ ।୨୯।

 

ନମଇଁ ଯେ ଦୁର୍ବାସାଙ୍କ ଶ୍ରୀ ପାଦପଦ୍ମରେ ।

ମହା ସିଦ୍ଧୠଷି ସେ ଯେ ନିମ୍ୱାର୍କ ବଂଶରେ ହେ ।୩୦।

 

ସାଷ୍ଟାଙ୍ଗରେ ଦଣ୍ଡ ପ୍ରଣିପାତ ହୋଇକରି ।

ନିମ୍ୱାର୍କ ସ୍ୱାମିଙ୍କ ପାଦପଦ୍ମକୁ ସୁମରି ହେ ।୩୧।

 

ଯେ ପୁରୁଷ ନିମ୍ବଅର୍କ ପାନେ ହୋଇ ତୋଷ ।

ସ୍ୱାରୁପ୍ୟ ଭକ୍ତିରେ ମୁକ୍ତିଦ୍ୱାରକୁ ପ୍ରକାଶ ହେ ।୩୨।

 

ସେ ମୁକ୍ତିପସରା ପ୍ରକାଶିଲେ ଏ ସଂସାର ।

ନିମ୍ୱାର୍କ ସମ୍ପ୍ରଦା ତହୁଁ ହେଲା ସେ ପ୍ରଚାର ହେ ।୩୩।

 

ତହୁଁ ଦ୍ୱାଦଶ ଆଚାର୍ଯ୍ୟ ହୋଇଲେ ବିଖ୍ୟାତ ।

ଆଚାର୍ଯ୍ୟମାନଙ୍କୁ ସାଷ୍ଟାଙ୍ଗରେ ପ୍ରଣିପାତ ।୩୪।

 

ତହୁଁ ବାଦଶଭଟ୍ଟ ଯେ ହୋଇଲେ ବିଦିତ ।

ତାଙ୍କ ପାଦପଦ୍ମ ଭଜୁଥାଇଁ ମୁଁ ନିରତ ହେ ।୩୫।

 

ଭ୍ରମୁଁଥାଇଁ ମାୟାରଣ୍ୟେ ନ ପାରଇଁ ହେଜି ।

ମାୟାରେ ମନ ଜଡ଼ିଲା ଜ୍ଞାନ ନେତ୍ର ବୁଜି ହେ ।୩୬।

 

ତାଙ୍କ ବଂଶାବତଂସରେ ଶୁଭ ରାମ ଖ୍ୟାତ ।

ସେହି ବୈଷ୍ଣବ ବଂଶର ଅଟେ ମୁଁ ଅର୍କ୍ଷିତ ହେ ।୩୭।

 

ନିମ୍ୱାର୍କ ଗୁରୁ ବଂଶୀୟ ଯେତେକ ପ୍ରସିଦ୍ଧ ।

ଦଣ୍ଡବତ କରୁଅଛି ଖଣ୍ଡ ମୋର ଖେଦ ହେ ।୩୮।

 

ଆଉ ନିମ୍ବାର୍କ ବଂଶ ଯେତେକ ଏ ସଂସାରେ ।

ସମସ୍ତଙ୍କୁ କରଯୋଡ଼ି ଦଣ୍ଡବତ କରେଁ ହେ ।୩୯।

 

ନମଇଁ ଅନ୍ୟ ସମ୍ପ୍ରଦା ବୈଷ୍ଣବ ବୃନ୍ଦକୁ ।

ନମଇଁ ଯେ ସର୍ବ ଧର୍ମ ସିଦ୍ଧ ପୁରୁଷଙ୍କୁ ହେ ।୪୦।

 

ନମଇଁ ହଂସାବତାର ପ୍ରଭୁ ନାରାୟଣ ।

ନମଇଁ ଯେ ସର୍ବେଶ୍ୱର ମୁକ୍ତିଦାତା ପଣ ।୪୧।

 

ନମଇଁ ବିନତା ସୁତ ପ୍ରଭୁଙ୍କ ଭକତ ।

ନମଇଁ ଅଞ୍ଜନାସୁତ ମହାପୁଣ୍ୟବନ୍ତ ହେ ।୪୨।

 

ନମଇଁ ବ୍ୟାସ ବାଲ୍ମିକ କବି ମଧ୍ୟେ ଉଜ ।

ନମଇଁ ଯେ ଜୟଦେବ ଜଗନ୍ନାଥ ଦ୍ୱିଜ ହେ ।୪୩।

 

ନମଇଁ ତୁଳସୀ ଦାସ ବାବା ବଡ଼ ଭକ୍ତ ।

ରାମଚରିତ୍ରରେ ନିରନ୍ତର ଅନୁରକ୍ତ ହେ ।୪୪।

 

ନମଇଁ ଯେ ଭାନୁ ଶଶୀ ଧର୍ମ ଧୁରନ୍ଧର ।

ଧର୍ମା ଧର୍ମ ବିଚାରରେ ବୁଲନ୍ତି ସଂସାର ହେ ।୪୫।

 

ବନ ଅବନୀ ପବନ ସୁରାସୁର ଯେତେ ।

ଶରଣ ପଶୁଛି ରକ୍ଷାକର ହୋ ସନ୍ତତେ ହେ ।୪୬।

 

ଦୀନ ହୋଇ କରି ଭ୍ରମେ ଏ ଦୁର୍ନଖ ବଣ ।

ଦୀନାର୍ତ୍ତ ସ୍ୱରରେ ମୁଁ ଯେ କରୁଛି ଜଣାଣ ହେ ।୪୭।

 

ଦୀନବନ୍ଧୁ ପାଦପଦ୍ମ ଆଶ୍ରିତ ହୋଇଣ ।

ଦିବାନିଶୀ କାଟୁଅଛି ମାୟାରେ ଜଡ଼ିଣ ହେ ।୪୮।

 

ଭବ ଭୟ ପାଇ ଭବକି ଉଠଇ ମନ ।

ଭବ ମାୟା ତରଙ୍ଗରେ ନ ପାଉଛି ସ୍ଥାନ ।୪୯।

 

ମାୟାମୋହ ମଦିରା ପାନରେ ମତ୍ତ ଭୋଳ ।

ମାୟାର୍ଣ୍ଣବେ ପଡ଼ି ଭାସେଁ ନ ମିଳଇ କୂଳ ।୫୦।

 

ଦଦରା ନାବ ଖଣ୍ଡିକ ଭାସି ଅନାୟତ୍ତ ।

ଦମ୍ଭ ଧରି ଚାହୁଁ ଅଛି ଶ୍ରୀହରି ଅଚ୍ୟୁତ ।୫୧।

 

ନାରାୟଣ ସ୍ମରି ସ୍ମରି ଯାଉ ମୋ ଜୀବନ ।

ରଖନ୍ତୁ ବାନ ରଖନ୍ତୁ ନାହିଁ ମୋର ଆନ ହେ ।୫୨।

 

ବୁଧଜନେ ଜଣାଉଛି ତୁମ୍ଭର ଅଗ୍ରତ ।

ବାୟା ହୋଇ ଭ୍ରମୁ ଅଛି ମୁହିଁ ଯେ ଅର୍କ୍ଷିତ ।୫୩।

 

ଉତ୍କଳ ଖଣ୍ଡ କେନ୍ଦ୍ରରେ ଏ ସମ୍ୱଲପୁର ।

ଗୋପାଳଜୀମଠ ଦେବଙ୍କର ଯେ ମନ୍ଦିର ହେ ।୫୪।

 

କୋୟର କର୍ମରେ ଯୁକ୍ତ ହୋଇ କାଟେ ଦିନ ।

ନାରାୟଣ ଉଚ୍ଛିଷ୍ଟାନ୍ନ କରଇ ଭୋଜନ ହେ ।୫୫।

 

ବହୁକାଳରୁ ଏ ମଠ ସଂସ୍ଥାପିତ ହୋଇ ।

ସ୍ୱକର୍ମକୁ ଧ୍ୟାୟି ଗଲେ କେତେକ ଏଠାଇଁ ।୫୬।

 

ଚୋହାନ ବଂଶ ବାଦସା ସହାନୁଭୂତିରେ !

ଗ୍ରାମ ଆଦି ଖଞ୍ଜା ଅଛି କର୍ମ ଅନୁସାରେ ହେ ।୫୭।

 

କ୍ଷତ୍ରିୟ ବଂଶଧରଙ୍କ କାର୍ଯ୍ୟକାର ହୋଇ ।

ମନ୍ତ୍ର ଉପଦେଶ କାର୍ଯ୍ୟେ ଗୁରୁ ପୀଠ ଏହି ।୫୮।

 

ବଳିଆର ସିଂହ ନରପତି ଥିବାକାଳେ ।

ମଠ ସଂସ୍ଥାପନା ହେଲା ଏହି ଶୁଭ ସ୍ଥଳେ ହେ ।୫୯।

 

ମଠ ଆଦ୍ୟ ବଂଶ ଆସି ବନ ବିଦାରଣେ ।

ସ୍ୱମୂଳକୁ ସ୍ଥାପିଲେ ଯେ ଭାବି ପ୍ରେମ ଧ୍ୟାନେ ହେ ।୬୦।

 

ରାଜପୂତନା ଦେଶସ୍ଥ ଯେ ସଲେମାବାଦ ।

ଗୁରୁ ପୀଢ଼ ସ୍ଥାନ ବୋଲି ହୃଦେ କର ବୋଧ ।୬୧।

 

ଏକୁ ଗୁରୁ ଶିଷ୍ୟ ହୋଇ ଚାରିଜଣ ଆସି ।

ସ୍ୱକ୍ରାନ୍ତି କି ପ୍ରକାଶିଲେ ଧର୍ମ କ୍ଷେତ୍ରେ ପଶି ହେ ।୬୨।

 

ଜ୍ୟେଷ୍ଠ ଜଣ ରହିଲେ ଯେ ପୁରୁଷୋତ୍ତମରେ ।

ଦ୍ୱିତୀୟ ଜଣଙ୍କ ବାସ ଏ ସମ୍ବଲପୁରେ ହେ ।୬୩।

 

ତୃତୀୟ ଜଣ ରହିଲେ କଟକ ନଗର ।

ଚତୁର୍ଥ ଆଶ୍ରମ କଲେ ଅମଦାବାବର ହେ ।୬୪।

 

କହିଲି ଦ୍ୱିତୀୟଜଣ ଶ୍ରୀ ବିହାରୀ ଦାସ ।

ମଠ ସଂସ୍ଥାପକ ହୋଇ ପ୍ରାପ୍ତ ହେଲେ ବାସ ହେ ।୬୫।

 

ତାଙ୍କ ଶିଷ୍ୟ ଶ୍ୟାମ ଦାସ ମହନ୍ତ ଯେ ଦେଖ ।

ତହୁଁ ମଣି ରାମଦାସ ମହନ୍ତଙ୍କୁ ଲେଖ ହେ ।୬୬।

 

ଅନନ୍ତ ରାମଦାସ ମହନ୍ତ ତାଙ୍କଠାରୁ ।

ଲଛି ରାମଦାସ ହେଲେ ତାହାଙ୍କ ଉତ୍ତାରୁ ହେ ।୬୭।

 

ଯମୁନା ଦାସ ହୋଇଲେ ତହୁଁ ଯେ ମହନ୍ତ ।

ଭଗବାନ ଦାସ ହେଲେ ତହୁଁ ସେ ବିଦିତ ହେ ।୬୮।

 

ମାଧବ ଦାସ ମହନ୍ତ ତାଙ୍କଠାରୁ ଜାଣ ।

ଗୋପଳ ଦାସ ମହନ୍ତ ମମ ଗୁରୁ ଘେନ ହେ ।୬୯।

 

ମୋ ଜନ୍ମ ବିଷୟ ଏଥି କହୁଛି ବୁଝାଇ ।

ବିଚାର କର ସଜ୍ଜନେ ହୃଦୟରେ ଧ୍ୟାୟି ହେ ।୭୦।

 

ରଘୁନାଥିୟା ବ୍ରାହ୍ମଣ ଉତ୍କଳ ଦେଶରେ ।

ପ୍ରସିଦ୍ଧ ବ୍ରାହ୍ମଣ ବଂଶ ତଳମୂଳ କରେ ହେ ।୭୧।

 

ପୂର୍ବ ବଂଶଙ୍କ ସ୍ଥାନ ଯେ ଅଟେ ତଳମୂଳ ।

ସେଠାରୁ ଆସିଣଥିଲେ ଆମ୍ଭ ଆଦିକୁଳ ହେ ।୭୨।

 

ମଧୁସୂଧନ ତ୍ରିପାଠୀ ଆସିଲେ ଏଠାର ।

ଆତଙ୍ଗ ନାମେ ପୁତ୍ର ଥିଲା ତାଙ୍କ ସଙ୍ଗର ହେ ।୭୩।

 

ଆତଙ୍ଗର ହେଲା ଦେଖ ସେ ଚାରି କୁମର ।

କନିଷ୍ଠ ପୁତ୍ର ପାଇଲେ ମଠେ ଅଧିକାର ହେ ।୭୪।

 

ଜ୍ୟେଷ୍ଠ ପୁତ୍ର ନାରାୟଣ ହୋଇଣ ବିଦିତ ।

ପାଞ୍ଚଜଣ ପ୍ରଥମ ଭାର୍ଯ୍ୟାରୁ ଉପଗତ ହେ ।୭୫।

 

କନିଷ୍ଠପୁତ୍ର ଆମ୍ଭର ଗୁରୁ ଯେ ସାକ୍ଷାତ ।

ମଧ୍ୟମ ପିତା ଆମ୍ଭର ତାଙ୍କ ଗର୍ଭୁ ଜାତ ହେ ।୭୬।

 

ଦୁର୍ଗାନନ୍ଦ ତ୍ରିପାଠୀ ସେ ଦୁର୍ଗା ଯାର ଇଷ୍ଟ ।

ପାରେଶ୍ୱର ଗୋତ୍ର ଶ୍ୟାମ ବେଦକୁଳ ଶ୍ରେଷ୍ଠ ହେ ।୭୭।

 

କୋଥନ ଶାଖା ବଂଶ ଉପଖ୍ୟାନ ନ ଘେନ ।

ତଳମୂଳ ଶାସନ ଦାନାଧ୍ୟକ୍ଷ ଯୋଜନ ହେ ।୭୮।

 

ବିଞ୍ଚୁ ପୁଜକ କର୍ମରେ ନିଯୁକ୍ତ ହୋଇଣ ।

ବଂଶାନୁବଂଶ ପ୍ରମାଣେ ବିଦିତ ତା ଜାଣ ହେ ।୭୯।

 

ସମ୍ବଲପୁର ନିକଟ ଲର୍ବଙ୍ଗା ଗ୍ରାମରେ ।

ଜନ୍ମ ହୋଇଥିଲି ତାଙ୍କ ତୃତୀୟ ଗର୍ଭରେ ହେ ।୮୦।

 

ବିକ୍ରମାଦିତ୍ୟ ଦ୍ୱାବିଂଶେ ଏ ତିଥିକି ହେଜ ।

ଦୀନବନ୍ଧୁ ନାମେ ମୋର ରାଶି ଚନ୍ଦ୍ର ବୁଝ ହେ ।୮୧।

 

ଜନ୍ମ ଏକୋଇଶ ରାତ୍ରେ ଶତ୍ରୁଘ୍ନ ନାମରେ ।

ପୟରାଦି ସ୍ୱବଂଶରେ ନାମ ଦେଲେ ମୋରେ ହେ ।୮୨।

 

ପିପିଲିକା ଦଂଶନରେ ଚାଣ୍ଟି ନାମ ଖ୍ୟାତ ।

ବିହାରୀ ଦାସ ଏ ନାମ ଅଟେ ଗୁରୁଦତ୍ତ ହେ ।୮୩।

 

ଶ୍ରାବଣ କୃଷ୍ଣ ପଞ୍ଚମୀ ସେ ଗୁରୁବାସରେ ।

ଜନ୍ମ ହୋଇ ଭ୍ରମୁଅଛି ମହାଅରଣ୍ୟରେ ହେ ।୮୪।

 

ନବ କୋଟି କର୍ଣ୍ଣାଟ ଉତ୍କଳ ବର୍ଗପତି ।

ଗୌଡ଼େଶ୍ୱରଈଶ କ୍ଷେତ୍ର ସେ ଯେ ଗଜପତି ହେ ।୮୫।

 

ଦିବ୍ୟସିଂହଙ୍କର ଅଷ୍ଟ ଅଙ୍କ ସମ୍ବତ୍ସରୁ ।

ଜାତକର୍ମ ଜଣାଇଲି ଭାବ ଭବ ଉରୁ ହେ ।୮୬।

 

ଅଧମପଣରେ ଏହା ଜଣାଇଲି ହେଜ ।

ବାତୁଳ ପ୍ରାୟ ମୋ ଚିତ୍ତ ଅଜ୍ଞାନତା ଖୋଜ ହେ ।୮୭।

 

ଦୁର୍ଗୁଣ ମୋ ସଦାକାଳେ ତୁମ୍ଭ ସଙ୍ଗେ ଥାଇ ।

କ୍ଷମା ମାଗୁଅଛି ଦୟା ସଙ୍ଗେ ରଖ ଭାଇ ହେ ।୮୮।

 

ତୁମ୍ଭ ସଙ୍ଗେ ଥାଇ ସରି ଯାଉ ମୋର ଦିନ ।

ଅଭ୍ୟର୍ଥନା ମୋର ଏହା ବୁଧଜନେ ଘେନ ହେ ।୮୯।

 

ଭବଦୀୟ ହୋଇ ରହିଅଛି ତୁମ୍ଭ ସଙ୍ଗେ ।

କର ଯୋଡ଼ି ଜଣାଉଛି ରଖ ଅନୁରାଗେ ହେ ।୯୦।

 

ତୁମ୍ଭ ସଙ୍ଗେ କ୍ରୀଡ଼ା କରି ଦେଖି ପ୍ରେମବାସ ।

ଏକାଣୋଇ ପଦରେ ବନ୍ଦନା କଲି ଶେଷ ହେ ।୯୧।

 

ଅଧ୍ୟାତ୍ମ ସମ୍ବନ୍ଧ ଜଣାଇବା କକ୍ଷା କରି ।

କର ଯୋଡ଼ି ଠିଆ ହେଉଅଛି ମୁଁ ବିହାରୀ ହେ ।୯୨।

 

ଆଶା କରି ସ୍ନେହରଜ୍ଜୁ ଧରି ଝୁଲୁଅଛି ।

ବିହାରୀ ଦାସ ତୁମ୍ଭର ଭାବରେ ରହିଛି ଯେ ।୯୩।

 

ଅଧ୍ୟାତ୍ମଚିନ୍ତା

ରାଗ-କାମୋଦୀ

 

ଅବ୍ୟକ୍ତ ଯାର ଗୁଣ ନ ଥାଇ ଚିହ୍ନ ବର୍ଣ୍ଣ ଚତୁର୍ଦ୍ଦଶ ଭୁବନେ ବ୍ୟାପ୍ତ ।

ଅନନ୍ତ ବ୍ରହ୍ମମୂର୍ତ୍ତି ଯୋଗୀ ଧ୍ୟାନ କରନ୍ତି ଭକ୍ତ ଭାବରେ ଥାନ୍ତି ବ୍ୟସ୍ତ ସେ । ଅଲକ୍ଷିତ ।

ଅଖିଳ ବ୍ରହ୍ମାଣ୍ଡରେ ସ୍ଥିତ । ଅଚ୍ୟୁତାନନ୍ଦ ଶୋଭା ଯୁକ୍ତ ।

ଅନାଦି ରୂପ ସେହି ଅଲେଖ ବିଶ୍ୱଦେହୀ ସେହି ପ୍ରଭୁଙ୍କୁ ମନେ ଚିନ୍ତ ।୧।

 

ଆଚ୍ଛାଦିତ ବ୍ରହ୍ମାଣ୍ଡ ତାର ତେଜ ପ୍ରଚଣ୍ଡ ଯା ଆଦେଶେ ଭ୍ରମେ ମାର୍ତ୍ତଣ୍ଡ ।

ଆକାଶରେ ଆନନ ପାତାଳେ ଯା ଚରଣ ଉଦରେ ଶୋଭିତ ବ୍ରହ୍ମାଣ୍ଡ ସେ । ଆଦିପ୍ରଭୁ ।

ଆତ୍ମାରୂପରେ ଯେତେ ବିଭୁ । ଯାତୟାତ ତାଙ୍କର ଗର୍ଭୁ ।

ଆସିଣ ମର୍ତ୍ତ୍ୟପୁରେ ଅବତାର ଯେ ଧରେ ରକ୍ଷା ଅରକ୍ଷା କର୍ତ୍ତା ସବୁ ।୨।

 

ଇଚ୍ଛା ରୂପରେ ଥାଇ ତେଣୁ ଈଶ୍ୱର କହି ସେହି ରୂପକୁ ଧ୍ୟାୟି ରହ ।

ଇଚ୍ଛା ଜାଣି ସୁଫଳ ଦିଅନ୍ତି ସେ କେବଳ ଶୁଭାଶୁଭ ତାଙ୍କ ଅଭୟ ଯେ । ସୁଜ୍ଞନର ।

ଇହଜନ୍ମଟି ଏ ସଂସାର । ଇତ୍ୟାଦି ସୁଖ ମଣ ସାର ।

ଇହ ମଣିଲେ ସୁଖ ପରେ ପାଇବ ଦୁଃଖ ବୁଝି ବସିଲେ ଦୁଃଖା ଗାର ।୩।

 

ଇହ ମର୍ତ୍ତ୍ୟଭୁବନେ ଅନେକ ୠଷିଗଣେ ବସିଣ ଯୋଗଧ୍ୟାନେ ଭଜି ।

ଇହଲୋକୁ ପାର ହେଲେ ସେ ୠଷିବର କଲେ ସେ ଯୋଗବଳେ ରାଜି ସେ । ଇଚ୍ଛାରୂପେ ।

ଈଶ୍ୱର ପାଇଲେ ସମୀପେ । ଏପରି ଯୋଗୀ ପ୍ରଭୁ ଆପେ ।

ଇହ ସଂସାର ମାୟା ଭେଦି ନାହିଁ ଯା କାୟା ଯାର ବଚନେ ମହୀ କମ୍ପେ ହେ ।୪।

 

ଉମାଦି ମହେଶ୍ଵର ଭଜନ୍ତି ଯା ପୟର ହୋଇଣ ଯୋଗେଶ୍ୱର ସେହି ।

ଉପାସ ବ୍ରତ କରି କେତେକ ତପଚାରୀ ଦୃଢ଼ଜ୍ଞାନକୁ ଧରି ରହି ସେ । ଉଦ୍ଧରିଲେ ।

ଉପମା ରହିଛି ଏସ୍ଥଳେ । ଉତ୍ତମରୂପେ ଯେ ବୁଝିଲେ ।

ଉଦ୍ଧାର ବାଟ ସେହୁ ଆମ୍ଭେପାଇବୁ କାହିଁ ପ୍ରଭୁଙ୍କ ଆଜ୍ଞା ତ ନୋହିଲେ ।୫।

 

ଉପାସନା ନ ଜାଣି କେତେକ ମୂଢ଼ ପ୍ରାଣି ନାମ ଧରିଣ ହେଲେ ପାର ।

ଉପଦ୍ରବ ଦେଖିଲେ ଅସତ କର୍ମସ୍ଥଳେ ନାମ ଅଜ୍ଞାତ ହେଲେ ତାରହେ । ଚକ୍ରାୟୁଧ ।

ମାୟାଚକ୍ରରେ କଲେ ବଦ୍ଧ । ମାୟାମୋହରେ କରି ଅନ୍ଧ ।

ଉପାୟ କଲା ଯାହା ଫଳ ଭୁଞ୍ଜିଲା ତାହା ଧର୍ମଦ୍ୱାରେ ଦଣ୍ଡିତ ଭେଦ ।୬।

 

ରୂପ ଅନେକ ହରି କର୍ମ ଜାଣି ବିହରି ସକଳ ଘଟେ ନାରାୟଣ ।

ରୁଚି ଅରୁଚି ବାଛି ବିଚାର ନାହିଁ କିଛି ସବୁଠାରେ ବ୍ୟାପିଛି ଜାଣ ହେ ସୁଜ୍ଞନରେ ।

ଆତ୍ମାକୁ ଆତ୍ମା ନାଶ କରେ । ସ୍ୱାଭାବିକ ଯେ ରୂପ ଧରେ ।

ରୂପ ବିବିଧ ରୂପେ ନାଶ ହୁଅଇ ଆପ ହିଂସାଭିମାନଙ୍କ ହେତୁରେ ହେ ସୁଜ୍ଞନରେ ।୭।

 

ରୂପ ବର୍ଣ୍ଣିବା ପାଇଁ ନାରଦ ବୀଣା ବାଇ ଅନେକ ରୂପେ ସ୍ତୁତି କଲେ ।

ରୂପ ନାହିଁ ଯାହାର ନାମ ତା ସର୍ବେଶ୍ୱର ବୋଲିଣ ନାମ ଖ୍ୟାତି କଲେ ସେ ।। ଜିତେନ୍ଦ୍ରିୟ ।

ହୃଦୟେ ହୋଇଲେ ବିସ୍ମୟ । ତ୍ରିପୁରେ ପାଇଣ ଅଭୟ ।

ରୂପାନନ୍ଦ ସଙ୍ଗରେ ତତୁର୍ଦ୍ଦଶଲୋକରେ ନାମ ଗାନରେ କାଳ କ୍ଷୟ ସେ ।୮।

 

ଲୋମ ବିଲୋମ ଦୁଇ ତ୍ରିଗୁଣ ତହିଁ ଥାଇ ପଞ୍ଚ ମହାଭୁତ ସେ ହେଲେ ।

ଲୋକ ନାମଟି ଚିତ୍ତ ବିଲୋମ ଯେ ଅଚେତ ଚୈତନ୍ୟ ନାମକୁ ପାଇଲେ ଯେ । ଏହା ଦେଖ ।

ତ୍ରିଗୁଣ ତହିଁରେ ଯେ ଯୋଖ । ସତ୍ୱ ରଜ ତମ ପ୍ରତ୍ୟକ୍ଷ ।

ଲୁପ୍ତ ହୋଇଣ ତହିଁ ବିଧାତା ଜ୍ଞାନ ପାଇ ତହିଁରୁ ବେଦ ଏ ପ୍ରତ୍ୟକ୍ଷ ଯେ ।୯।

 

ଲୁଚି ରହିଛି ଦେହେ ପଡ଼ିଣ ମାୟାମୋହେ ଦେଖି ନ ପାରି ହୁଅ ବାୟା ।

ଲୁପ୍ତ ହୋଇଣ ବ୍ରହ୍ମା ବୋଲାଏ ବିଶ୍ୱକର୍ମା ତହିଁରୁ ସର୍ଜନା ଏ କାୟା ହେ । ବୁଧଜନେ ।

ଯଦି ବୁଝିବ ଆତ୍ମଜ୍ଞାନେ । ସମସ୍ତେ ଛନ୍ତି ସ୍ଥାନେ ସ୍ଥାନେ ।

ଲୁପ୍ତ ହୋଇଣ ଏଥି ଯଦି ପାରିବ ଦେଖି ତ୍ରିପୁର ଈଶ ସନ୍ନିଧାନେ ହେ ।୧୦।

 

ଏହି ନର ଦେହରେ ପଡ଼ି ମାୟାମୋହରେ ସମସ୍ତେ ହୋଇଛନ୍ତି ଠୁଳ ।

ଏହା ବୁଝି ବସିଲେ ଦେଖ ହୃଦୟସ୍ଥଳେ ବାସୁକୀ ଯେଟି ପାଦ ମୂଳ ସେ । ପାତାଳ ଯେ ।

କଟି ପର୍ଯ୍ୟନ୍ତେ ତହିଁ ଖଞ୍ଜ । କଟିଠାରୁ ମର୍ତ୍ତ୍ୟକୁ ହେଜ ।

ଏହି ଯେ କଣ୍ଠ ଦେଶ ତହୁଁ ସ୍ୱର୍ଗ ପ୍ରକାଶ ତ୍ରିପୁର କରି ଏହା ଖୋଜ ।୧୧।

 

ଐକ୍ୟ ନ ଥାଇ କିଛି ସବୁ ପୂରି ରହିଛି ଯାହା ଭାବିବ ତାହା ଦେଖ ।

ଐଲ କ୍ରୁର ଦେହରେ ବୁଝି ନ ପାରିବାରେ ମିଥ୍ୟାରେ ହୋଇଛି ବିମୁଖ । ହେ ବୁଧଜନେ ।

ବର୍ଣ୍ଣିବାକୁ ମୁଁ କି ଭାଜନେ । ମହାମୂଢ଼ ଭ୍ରମେ ଅଜ୍ଞାନେ ।

ଐବନ ଥାଇ ଯାରେ ବ୍ରହ୍ମାଦି ବେଦସ୍ୱରେ ବର୍ଣ୍ଣି ଭ୍ରମୁଥାନ୍ତି ଗହନେ ହେ ।୧୨।

 

ଓଁ କାର ପଦ ଯେଟି ସାକ୍ଷାତେ ପଦ ସେଟି ତେଣୁ ମନ୍ତ୍ର ଆଦ୍ୟରେ ଥାଏ ।

ଓଁକାର ପଦ ଧରି ଶବ୍ଦ ନାଦ ତ୍ରିପୁରୀ ବେଦବାକ୍ୟରେ ଶୋଭା ପାଏ । ହେ ବୁଧଜନେ ।

ଓଁକାର ଥାଏ ଯୋଗ ଧ୍ୟାନେ । ୠଷିମାନଙ୍କ ବ୍ରହ୍ମଜ୍ଞାନେ ।

ଓଁ କାରୁ ବେଦ ହେଲା ଶବ୍ଦନାଦ ପୂରିଲା ପ୍ରକାଶେ ଚଉଦ ଭୁବନେ ହେ ବୁଧଜନେ ।୧୩।

 

ଔଷାଧାଦି ନ ଥିଲେ ରହନ୍ତ କି ଏ ସ୍ଥଳେ ବିଚାର ସୁହୃଦୟମୂଳେ ।

ଔଷଧ ବୋଲି ବୃକ୍ଷ ଆଦି ଦେଖ ପ୍ରତ୍ୟକ୍ଷ ବିଧାତା ସର୍ଜନାକୁ କଲେ । ସେ ପଶ୍ଚାତରେ ।

ଜୀବାଦି ଜାତ ଏ ସଂସାରେ । ଏହା ଦେଖ ଭାଗବତରେ ।

ଔଷଧାଳୟ ବୋଲି ଏହିଟି ମହିଆଳୀ ସଂସାରେ ହୋଇଛି ବିଦିତ ।୧୪।

 

ନିରାକାର ଯେ ହରି ପୂର୍ଣ୍ଣ ବ୍ରହ୍ମ ପ୍ରସରି ସଂସାରେ ଯେହୁ ଅବତରି ।

ଅନ୍ତର୍ଯ୍ୟାମୀ ପୁରୁଷ ସକଳ ଘଟେ ବାସ ତାଙ୍କୁ ସ୍ମରଣ ହୃଦେ କରି ହେ ବୁଧଜନେ ।

ସ୍ୱରବର୍ଣ୍ଣରେ ଗୀତ ଯୋଡ଼ି । ମାୟା ଅରଣ୍ୟେ ମୁହିଁ ପଡ଼ି ।

ଅଙ୍କିତ କଲି ଏହା ବୁଝି ନ ପାରି ତାହା ମାୟାସାଗରେ ଅଛି ଜଡ଼ି ହେ ।୧୫।

 

ଅକାରଣେ ମୋ ଜୀବ ନିଶ୍ଚେଁ ବାହାରି ଯିବ ନ ପାଇବ କିଛିହିଁ ଠାବ ।

ଅନ୍ତଃକରଣେ ମୋର କିଛି ନାହିଁ ବିଚାର ଯାହା କରୁଣା ତାଙ୍କ ହେବ ହେ । ବନ୍ଧୁଗଣେ ।

ମୋର ଗୁହାରି ଏବେ ଶୁଣ । ଦୋଷଥିଲେ ଦୋଷ ନ ଘେନ ।

ଅଜ୍ଞାନ ମୂର୍ଖ ମୁହିଁ କିଛି ଜାଣଇ ନାହିଁ ବିହାରୀ ଦାସର ଜଣାଣ ହେ ।୧୬।

 

କୃଷ୍ଣସ୍ତବ । ରାଗ ରାମକେରୀ ।

 

ଭଜ ବ୍ରଜପୁର ମଣ୍ଡନ ତାଙ୍କ କୀର୍ତ୍ତିକଳାପ ।

ସମସ୍ତ ପାପ ନାଶକାରୀ ଖଣ୍ଡନ୍ତି ଭବତାପ ।୧।

 

ସର୍ବ ଜୀବ ତୋଷ ଦାୟକ ଏକା ସେ ନାରାୟଣ ।

ସର୍ବ ଦେବତା ସେହି ଜାଣ ପ୍ରଭୁ ନନ୍ଦନନ୍ଦନ ।୨।

 

ଶୋଭିତ କଟିତଟ ପୀତପଟ୍ଟ କାଛେଣି ରାଜେ ।

କୁସୁମ ଗୁଚ୍ଛ ଚୂଳପରେ ଶୋଭିତ ହୋଇ ସାଜେ ।୩।

 

ସୁନ୍ଦର ନାଦ ସ୍ୱର ବେଣୁ ବଂଶୀ ଶୋଭିତ ଥାଇ ।

କନ୍ଦର୍ପ ସାଗର ସେ ହରି ରଙ୍ଗେ ଗୋପୀଙ୍କୁ ମୋହି ।୪।

 

ନମସ୍ତେ ଶ୍ରୀକୃଷ୍ଣ ନାଗର ମନୋଜ୍ଞ ଗର୍ବହନ୍ତା ।

ବିଶାଳ ଶୋଭିତ ନୟନ ସର୍ବ ଜୀବ କରତା ।୫।

 

ଗୋପୀଙ୍କୁ ଐଶ୍ୱର୍ଯ୍ୟ ଦାୟକ ପଦ୍ମଲୋଚନ ହରି ।

ଦନ୍ତାଗ୍ରେ ବିନ୍ଦୁ ପ୍ରମାଣେ ଯେ ପୃଥ୍ୱୀ ଧାରଣ କରି ।୬।

 

ସ୍ମୃତି ପୁରାଣେ ସେ ଯା କୀର୍ତ୍ତି ଲୋକାଦିରେ ବିଖ୍ୟାତ ।

ଶଚୀନାହା ମନ ହରିଲେ ସାକ୍ଷାତେ ନରନାଥ ।୭।

 

ନମସ୍ତେ ଶ୍ରୀକୃଷ୍ଣ ମୂରିତ ଦୁଷ୍ଟଙ୍କୁ କଲ ହତ ।

ମକର କୁଣ୍ଡଳ ଗଣ୍ଡରେ ତେଜରୂପ ଅନନ୍ତ ।୮।

 

ବ୍ରଜାଙ୍ଗନାଙ୍କର ବଲ୍ଲଭ ନମସ୍ତେ କୃଷ୍ଣ ମୂର୍ତ୍ତି ।

ଆମ୍ଭଙ୍କୁ ସେ ପ୍ରଭୁ ଦୁର୍ଲ୍ଲଭ କାହୁଁ ପାଇବୁଁ ଗତି ।୯।

 

ବାଳ କାଳେ ମାୟାଧର ସେ ମାୟାଭାବ ବିସ୍ତାରି ।

ମୃତ୍ତିକା ଭକ୍ଷଣେ ମାତାଙ୍କୁ ଦେଖାଇଲେ ତ୍ରିପୁରୀ ।୧୦।

 

କି କହିବି କୃଷ୍ଣ ଚରିତ୍ର ବେଦ ଅଗମ୍ୟ ମୂର୍ତ୍ତି ।

ମାୟା ଦେଖାଇବାପାଇଁ ସେ କୋପ କ୍ରାନ୍ତି ବହନ୍ତି ।୧୧।

 

ଯଶୋଦାଙ୍କ ଆଗେ ତେଜୋକ୍ତି ଭାଷନ୍ତେ ସେ ଶ୍ରୀହରି ।

ମନ୍ଥନ ଦଣ୍ଡରେ ବାନ୍ଧିଲେ ଯଶୋଦା କ୍ରୋଧ କରି ।୧୨।

 

ବନ୍ଧା ଯିବା କାଳେ ଦେଖିଲେ କୃଷ୍ଣ ଅଦ୍ଭୁତ କାୟା ।

ଛାଡ଼ିଣ ଦେଲେ ତାହାଙ୍କୁ ସେ ଚାହିଁ ବିଚିତ୍ର ମାୟା ।୧୩।

 

ନମସ୍ତେ ସେ ନନ୍ଦ ଯଶୋଦା ନମସ୍ତେ ଭଗବାନ ।

ନମସ୍ତେ ସେ ବୃନ୍ଦାବନ ସେ ସଙ୍କେତ ଭୂମିସ୍ଥାନ ।୧୪।

 

ନବକାଳେ ଗୋପନାଗର ଗରୁଡ଼ ଧ୍ୱଜ ହରି ।

ନବମାୟା ପ୍ରକାଶିଣ ସେ କେଳି କର୍ତ୍ତାମୁରାରି ।୧୫।

 

ସଂସାର ସାଗର ମଧ୍ୟରେ ସୁନ୍ଦରରୂପ ଶୋଭା ।

ଭଜେ ବ୍ରଜପୁର ମନ୍ଦର ଧରା ଅଗମ୍ୟ ଲୋଭା ।୧୬।

 

ସଦା ସର୍ବଦା ତୋ ପାଦରେ କରିବାକୁ ନିବାସ ।

ମୋ ହୃଦୟେ ଏହା ବହିଛି ରହୁ ମୋର ମାନସ ।୧୭।

 

ସମସ୍ତେ ଗୋପ ନାଗର ହେ ବ୍ରଜାଙ୍ଗନା ମୋହନ ।

ନମାମି ହେ କୁଞ୍ଜବିହାରି ସୌନ୍ଦର୍ଯ୍ୟ ଶୋଭାବନ ।୧୮।

 

ଏକାଦଶ ରବି ଶ୍ରୀଅଙ୍ଗେ ତେଜଦିଅ ବିସ୍ତାରି ।

ନିତି ନବ ନବ ରୂପରେ ନନ୍ଦଙ୍କ ତୋଷ କାରି ।୧୯।

 

ଗୁଣାକର ସୁଖାକର ହେ କୃପାକର ଭୋ ସ୍ୱାମି ।

ସୁରାସୁର ଶୁଭଦାୟକ ସାକ୍ଷାତେ ଅନ୍ତର୍ଯ୍ୟାମୀ ।୨୦।

 

ନମାମି ଗୋପକାୟକ ହେ ସର୍ବଦୋଷ ନାଶକ ।

ସର୍ବ ଐଶ୍ୱର୍ଯ୍ୟ ଦାୟକ ହେ ଭକ୍ତଗଣ ରକ୍ଷକ ।୨୧।

 

ନମସ୍ତେ କୃଷ୍ଣପ୍ରେମ ମୂର୍ତ୍ତି ଲାଲସା ପୂର୍ଣ୍ଣକାରି ।

ଗୋପୀନାଥ ପ୍ରଭୁ ହୋଇଣ ଗୋପୀଙ୍କ ହିତକାରୀ ।୨୨।

 

ନିଷ୍କାମ ସକାମ ଦାୟକ ସଜଳେ ସ୍ଥଳେ ସ୍ଥିତି ।

ଦିଗନ୍ତସୁନ୍ଦର ମୂରତି ପଞ୍ଚସାୟକ କୀର୍ତ୍ତି ।୨୩।

 

ଉଡ଼ାଇଣ ବେଣୁ ନାଦରେ ଦେଖାଇଣ ବିଭୁତି ।

ଭବ ଉଦ୍ଭବ ତାରକ ହେ ଦେଖାଅ ବ୍ରହ୍ମ ଜ୍ୟୋତି ।୨୪।

 

ସଂସାର କାରଣ ପାଇଁକି ଯଶୋଦା ଗର୍ଭୁଜାତ ।

ବାଳ କ୍ରୀଡ଼ାରେ ଦୁଗ୍ଧଚୋରୀ ଦେଖାଇଛ ଅଦ୍ଭୁତ ।୨୫।

 

ମାୟା ପ୍ରଚାରି ବିଦଗ୍ଧରେ ମୁଗ୍ଧକଲ ଗୋପୀଙ୍କୁ ।

ମନୋଜ୍ଞ କାମନା ଯା କଲେ ଦେଇଅଛ ତାହାଙ୍କୁ ।୨୬।

 

ନମସ୍ତେ ଦୁଗ୍ଧଚୋରୀ କର୍ତ୍ତା ବୃନ୍ଦାବନ ବିହାରି ।

ନିର୍ବୋଧ ହୋଇଣ ସଂସାରେ ଭାସି ଯାଉଛି ହରି ।୨୭।

 

ସଂସାରାଗ୍ନିରେ ଦଗ୍ଧହୋଇ ଛନ୍ୱ ବହି ଜୀବନ ।

ଲବେ ଲେଶେ ହେଲେ ନ ପାରେଁ ନାମ କରି ସ୍ମରଣ ।୨୮।

 

ତଥାଚ କୃଷ୍ଣସତ୍ୱ କଥାରେ ମମ ହୃଦୟ ବାସ ।

ରହୁ ସନ୍ତତରେ ମାଗୁଛି କରିଅଛି ମୁଁ ଆଶ ।୨୯।

 

ସେହି କୃପା ମୁଁ ଯେ ପାଇଣ କର୍ମ ଦଶାକୁ ଧରି ।

କାଟିବି ଏ ଭବ ଜଞ୍ଜାଳ ତୁମ୍ଭ ପାଦକୁ ସ୍ମରି ।୩୦।

 

ହରିମନ୍ଦିରଚିତା ଶୋହେ କସ୍ତୁରୀର କପାଳେ ।

କଉସ୍ତୁଭମାଳ ଶୋଭିତ ଯାହାର ବକ୍ଷସ୍ଥଳେ ।୩୧।

 

ନାସାରେ ଗଜମୁକୁତାର ବସଅଣି ଝଟକେ ।

କରରେ କଙ୍କଣ ବିରାଜେ ବସିଥାଇ ଛଟକେ ।୩୨।

 

ମଳୟଚନ୍ଦନ ଶ୍ରୀଅଙ୍ଗେ ସୌନ୍ଦର୍ଯ୍ୟ ଶୋଭା ପୁଞ୍ଜ ।

କଣ୍ଠେ ମୁକ୍ତାମାଳ ରହିଛି ଆବର ରୁଞ୍ଜ ଗୁଞ୍ଜ ।୩୩।

 

ଗୋପ ନାୟିକା ଚତୁର୍ଦ୍ଦିଗେ ବେଢ଼ି ରହିଣଛନ୍ତି ।

ତଥିମଧ୍ୟେ କୃଷ୍ଣ ବିଜୟେ ଉଡ଼ାଇ ଶୋଭା କୀର୍ତ୍ତି ।୩୪।

 

ସେହିରୂପ ଚାହିଁ ରହିଛି କରି ହୃଦୟବାସ ।

ସଙ୍କେତ ଭୂମିରଜ ବୋଳି ହୁଏ ବିହାରୀ ଦାସ ।୩୫।

 

ମଦ

ରାଗ-ରସକୋଇଲା

 

ଭାବିବ ହେ ବୁଧେ ନୋହି ଉଚ୍ଛନ୍ନ ।

ଯାହା ଚାହୁଁଛ ଏ ମାୟା ଭୁବନ ।

ବିସ୍ମୟ ନୋହିଣ ଭାବ ପ୍ରକାଶ ।

ଅମୂଲ୍ୟ ହୃଦୟ ନ କର ନାଶ ଯେ ।

ଭଜ ସେ ଜଗତ ଈଶ ଯେ ।

ଯାକୁ ଭଜିଲେ ସଂସାରୁ ମୋକ୍ଷ ହେବ ପିଅ ସେହି ପ୍ରେମ ରସ ଯେ ।୧।

 

ଅନିତ୍ୟ ସଂସାର ହୃଦୟ ଧରି ।

ମଦନ ପ୍ରେମରେ ହୋଇଣ ଘାରି ।

ଭ୍ରମୁଅଛ ଏହି ଦିବା ସର୍ବାରୀ ।

ଏହା ସର୍ଜନା କର୍ତ୍ତା ଯେଉଁ ହରି ଯେ ।

ତାଙ୍କୁ ଦେଖ ନେତ୍ର ଡେରି ଯେ ।

କେମନ୍ତେ ଏ ମାୟା ବିସ୍ତାର କାରକ କିପରି ସେ କାରିଗିରି ଯେ ।୨।

 

ମଦାନ୍ଧରେ ସର୍ବେ ହୋଇଲେ ମତ୍ତ ।

କାମନା ତରଙ୍ଗେ ଭ୍ରମଇ ଚିତ୍ତ ।

ବୁଝି ନ ପାରିଲା ଯାହା ସେହି ତ ।

ବୃଥାରେ କାଳ କରୁଥାଉଁ ହତ ଯେ ।

ଭାବ ସେ ଯାହା ଉଚିତ ଯେ ।

ଭବଦୀୟ ହୋଇ ତୁମ୍ଭ ସଙ୍ଗେ ଥାଇ ଭ୍ରମୁଛି ମୁହିଁ ନିରତ ଯେ ।୩।

 

ଭାବିତ ରେ ଯାହା ହେଲା ପ୍ରକାଶ ।

ତାହା ଜଣାଉଛି ମୁଁ ତୁମ୍ଭପାଶ ।

ସୁଜ୍ଞଜନେ ନ ଧରିବ ଯେ ଦୋଷ ।

ପ୍ରଭୁ ପାଦ ପଦ୍ମେ କରିଣ ଆଶ ଯେ ।

କରିଛି ଏହା ମୁଁ ଭାଷ ଯେ ।

ନୁହଇ କୋବିଦ ଅଟଇ ନିର୍ବୋଧ ପ୍ରଭୁ କଲେ ଯାହା ଦୃଶ୍ୟ ।୪।

 

ତ୍ରିଗୁଣରେ ବ୍ୟାପ୍ତ ଏହି ସଂସାର ।

ତ୍ରିବିଧରେ ଜୀବାଦି ଯେ ଆକାର ।

ଜୀବାଦି ମଧ୍ୟେ ସେ ମାନବ ସାର ।

ମାନବ ଦାନବ ଦୁଇ ପ୍ରକାର ସେ ।

ଭିଆଣ କର୍ତ୍ତା ଈଶ୍ୱର ।

ସାମଞ୍ଜସ୍ୟ ସାମିଳନ ସାମାଜିକ ସାମର୍ଥ୍ୟ ଯେବଣ ନର ଯେ ।୫।

 

ସେ ନର ମାନବ ବୋଲି ଜାଣିବ ।

ଆବର ଦାନବର ଦେଖ ଭାବ ।

ସାହାସ ସାହାସିକ ଯେ ଦେଖିବ ।

କଠିନତା ହୃଦୟ ଯାର ଥିବ ସେ ।

କଟୁ କୁଟିଳ ଯା ଗିର ଯେ ।

କୁଟଜାତ କଥା କହି ଦିଏ ବ୍ୟଥା ସେହି ଦାନବ ଏ ଭବ ଯେ ।୬।

 

ଧର୍ମଦାଣ୍ଡ ମାନବଙ୍କ ଏ ପୁର ।

ଧାରଣ କାରଣ ଦୁଇପ୍ରକାର ।

କାରଣ ପଥରେ ଯେବଣ ନର ।

ଗମିବ ଯାଇ ପର୍ବତ କନ୍ଦର ସେ ।

ଲୋଭାରସ ସ୍ନେହ ଛାଡ଼ି ଯେ ।

ଜୀବ ପୂର୍ବର୍ଜନ୍ମ ନ ପାଇବା ଲୋଡ଼ି ସଂସାର ବିଷୟ ଏଡ଼ି ଯେ ।୭।

 

ଶ୍ରୀହରିଚରଣେ ଲଗାଇ ଧ୍ୟାନ ।

ଯୋଗ ବଳେ ସେ ଦେଖିବେ ଭୁବନ ।

ମହାଜନ ଜାଣିବ ସେହୁ ଜନ ।

ମହାନନ୍ଦ ଭାବି ଆପଣା ମନ ଯେ ।

ମହାତ୍ମା ସମାଧି ଗୁଣ ଯେ ।

ଆବର ମାନବ ଧାରଣ ଦାଣ୍ଡରେ ଗମିବା କହୁଛି ଶୁଣ ଯେ ।୮।

 

ବିଦଗ୍ଧ ହୋଇବ ପ୍ରେମ ରଙ୍ଗରେ ।

ବିଖ୍ୟାତ ହେବ ସୁକୁଳ ଧର୍ମରେ ।

ବିଜ୍ଞାନ ଭାବି ଭ୍ରମିବ ସଂସାରେ ।

ସମାଧାନ ଥାଇ ପରିବାରରେ ସେ ।

ସତ୍ୟରେ ସେ ସମ୍ପାଦିତ ଯେ ।

ସଦାଚାର ହୋଇ ସତ୍ୟ ଗୁଣ ବହି ଆନନ୍ଦ କଲ୍ଲୋଳ ଜାତ ଯେ ।୯।

 

ସତ ରଜ ତମ ତ୍ରିଗୁଣେ ଖ୍ୟାତ ।

ସେହି ତ୍ରିଗୁଣରୁ ଜନ ଏ ଜାତ ।

ପ୍ରକାଶ କରୁଛି ଯା ହେଲା ଜ୍ଞାତ ।

ବୁଧ ଜନେ ବୁଝ ହୃଦୟଗତ ଯେ ।

ମୁଁ ଅଟେ ବାଳକ ମୁଢ଼ ଯେ ।

ଅଶେଷ ସଂସାର କଳି କେ ପାରିବ ବେଦାଦିରେ ଯାହା ଗୂଢ଼ ଯେ ।୧୦।

 

ଭାବିତରେ ଯାହା ମୁଁ ବୁଝିଅଛି ।

ତୁମ୍ଭଅଗ୍ରତରେ ତାହା କହୁଛି ।

ସତଗୁଣରୁ ଯେ ନର ଜନ୍ମିବ ।

କାରଣ ପଥକୁ ସେହି ଚାହିଁବ ଯେ ।

ରଜଗୁଣେ ଯେହୁ ଜାତ ଯେ ମାନବ ବୋଲିଣ

ତାହାକୁ ଜାଣିବ ପ୍ରେମଗୁଣ ତା ଚାହିଁତ ଯେ ।୧୧।

 

ତମଗୁଣେ ଜାତ ଯେତେ ମନୁଷ୍ୟ ।

ଦାନବ କ୍ରିୟାରେ ତାଙ୍କ ମାନସ ।

ସନ୍ତତରେ ତାଙ୍କ ହୃଦୟ ବାସ ।

ସାହସ ଉଦିଗ୍ନ ବହିଣ ରୋଷ ଯେ ।

ହେଉଥାନ୍ତି ସେ ପ୍ରକାଶ ଯେ ।

ବିଧି ବିଧାନ ସକଳ ଦୂର କରି ବିଡ଼ମ୍ବନ ଭାଷେ ଆଶ ଯେ ।୧୨।

 

ଏହିପରି ମାନବଙ୍କ ବିଧାନ ।

ତହିଁରେ ପ୍ରକାଶିତ ନାନାବର୍ଣ୍ଣ ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ରେଣ ।

ପତିତ ଦାସ ଚାଣ୍ଡାଳ ସେ ପୁଣ ଯେ ।

ବିବିଧ କୁଳେ ସଞ୍ଚିତ ଯେ ।

ବେଦପତି ଏହା ଭିଆଣ କରତା ବୁଝିବ ହୋଇ ଭାବିତ ଯେ ।୧୩।

 

ଏଥିଉତ୍ତାରୁ ମୁଁ ଜଣାଏଁ ପୁଣ ।

ଦେଖ ଏ ସଂସାର ଆନନ୍ଦ ବନ ।

ବିଚିତ୍ର ଶରୀର ଏହା ପାଇଣ ।

ଦେଖାଅ କୀର୍ତ୍ତି ଯାହା ସେ ଶୋଭନା ଯେ ।

ଶୋଭାନୁଭାବ ବକତା ଯେ ।

ଏହା ସେ ଚାହିଁଣ ଶୋଭିତରେ ପୁଣ ଧ୍ୟାୟ ଯେ ସେ ଅଧିଷ୍ଠାତା ଯେ ।୧୪।

 

କୁଳ ଧର୍ମାନୁଯାୟୀ ସେ କମଳ ।

ମନୁବ୍ୟାସାଦିଙ୍କ ଦେଖ ପୁରାଣ ପାରଦର୍ଶୀ ହୋଇ ଦେଖ ଭୁବନ ।

ପ୍ରେମରସପ୍ଲୁତ ହୃଦେ ବହିଣଯେ ।

ଇଚ୍ଛାନୁଯାୟୀ ମଦ ଯେ ।

ପିଇଣ ସଂସାର ଚାହିଁଣ ହେ ବୁଧେ କାଟ ଏ ଭାବ ବିଷାଦ ଯେ ।୧୫।

 

ମଦ ଯେତେ ଅଂଶେ ହୋଇଛି ସ୍ଥିତ ।

ତାହା କହୁଛି ମୁଁ ତୁମ୍ଭ ଅଗ୍ରତ ।

ଉତ୍ତମ ମଧ୍ୟମ କନିଷ୍ଠ ଖ୍ୟାତ ।

ସଂସାରରେ ତାହା ଅଛି ବିଦିତ ଯେ ।

ଶୁଣ ସେ ମଦ ଭୀଆଣ ଯେ ।

ପ୍ରକାଶିତ କରି କହୁ ତା ପୁଣି ଭାବ ଚାହିଁ ଆତ୍ମଜ୍ଞାନ ଯେ ।୧୬।

 

ବାରୁଣୀ ପ୍ରସ୍ତୁତ ଯନ୍ତ୍ରକୁ ଦେଖ ।

ତାହା ସଙ୍ଗେ ଏହି ହୃଦୟ ରଖ ।

ସାତ୍ୱିକ୍ୟ କର୍ମ ସ୍ଥିତ ଯେଉଁ ଲୋକ ।

ହରି ରସ ମଦ ତହିଁ କି ରଖ ଯେ ।

ମଧୁକୃତ୍ୱ କେବଣ ଲୋକ ଯେ ।

ସ୍ୱୟଂ ନାରାୟଣ କର୍ତ୍ତାବୋଲି ଜାଣ ହରି ରସ ମଦ ଦେଖ ଯେ ।୧୭।

 

ମଧୁସୂଧନ ପାଦ ବୃକ୍ଷ ପୁଣ ।

ଧର୍ମ ଯାଇ ମୂଳ ସେ ବିଚକ୍ଷଣ ।

ବେଦ ତାହାର ସ୍କନ୍ଧ ବୋଲି ଜାଣ ।

ପୁରାଣ ଶାଖା ରହିଛି ହୋଇଣ ଯେ ଯଜ୍ଞ ସେ ହେଲା କୁସୁମ ଯେ ।

ସେ କୁସୁମରୁ ଏ ମଦକୁ ଭିଆଣ ସାର ମାଦକ ବିଷମ ଯେ ।୧୮।

 

ସେ ମଦ ଆଶ୍ରୟକାରୀ ହୋଇଣ ।

ଶିବ ବ୍ରହ୍ମଜ୍ଞାନୀ ସେ ୠଷିଗଣ ।

ମହାନନ୍ଦ ଧ୍ୟାୟି ପିଅନ୍ତି ପୁଣ ।

ହୋଇ ରହିଲେ ସେ ତହିଁ ବିଜ୍ଞାନ ସେ ।

ଯୋଗ କର୍ମ ଜ୍ଞାନ କରି ଯେ ।

ଅକ୍ଷୟ ହୋଇଣ ରହିଲେ ସେ ପୁଣ ସେହି ବୃକ୍ଷମୂଳ ଧରି ଯେ ।୧୯।

 

ସଂସାରକ୍ଷୁଧା ତୃଷା ଦୂର ମଣି ।

ଯୁକ୍ତି ସଙ୍ଗେ ଭକ୍ତିଜଳକୁ ଆଣି ।

ମୁକୁନ୍ଦଖଣ୍ଡ ତହିଁ ଦେଇ ପୁଣି ।

କୀର୍ତ୍ତି ଦା ରାକ୍ଷା ମିଶାଇ ତା ଘେନି ଯେ ।

ହରିଙ୍କି ତା ସମର୍ପିଲେ ଯେ ।

ପିଇଣ ସେ ଜଳ ଖାଇ ମୋକ୍ଷ ଫଳ ଚିରକାଳକୁ ଚାହିଁଲେ ଯେ ।୨୦।

 

ମାନ ଅଭିମାନ ମୃଗକୁ ମାରି ।

ମାଂସ ପକ୍ୱ କରନ୍ତି ସେ ବିଚାର ।

ଉପକାର ଘୃତଆଦି ହଳଦୀ ।

ମତି ମସଲା ତହିଁ ସଙ୍ଗେ ଭେଦି ଯେ ।

ଗତିଲବଣ ସେ ଦେଇ ଯେ ।

ଆନନେ ଭୁଞ୍ଜନ୍ତି ହରିଙ୍କି ଧ୍ୟାଇଣ ପ୍ରେମେ ବିଶ୍ୱଦେହ ଚାହିଁ ଯେ ।୨୧।

 

ଲଜ୍ଜା ପଦାର୍ଥରେ କର୍ମ ପିଷ୍ଟକ ।

ଚାହିଁ ଦେଖିଲେ ସେ ସଂସାରଯାକ ।

ମନକୁସୁମ ସୁବାସ ଦାୟକ ।

ଏହା ହୃଦୟେ କରିଣ ବିବେକ ଯେ

ଭଜିଣ ରହିଲେ ସେହି ଯେ ।

ସେହି ଜଗଦାତ୍ମନ୍‌ ବ୍ରହ୍ମ ନିରୂପଣ ଆମ୍ଭେ ପାଇବା ଯେ କାହିଁ ଯେ ।୨୨।

 

ସେହି ହରି ପଦ ପାଇବା ପାଇଁ ।

ବ୍ରହ୍ମାଦି ଖୋଜନ୍ତି ପାଆନ୍ତି ନାହିଁ ।

ନାରଦେ ଖୋଜିଣ ସ୍ଥକିତ ହୋଇ ।

ନୃତ୍ୟକଲେ ବୀଣାନାଦ ବଜାଇ ଯେ ।

ଭ୍ରମିଲେ ତ୍ରିପୁର ମହୀ ଯେ ।

ଆମ୍ଭେ ଚିନ୍ତିଲେ କି ହେବ ଏହି ସ୍ଥଳେ ବୃଥାରେ ହେଉଛୁଁ ଦହି ଯେ ।୨୩।

 

ଏଥିଉତ୍ତାରୁ ମୁଁ ଦ୍ୱିତୀୟ ମଦ ।

ବର୍ଣ୍ଣନା କରଇଁ ଶୁଣ କୋବିଦ ।

ନାମ ତାର ଅଟଇ ମାୟାମଦ ।

କେମନ୍ତ ପ୍ରସ୍ତୁତ ହେଲା ସେ ଭେଦ ଯେ ।

ମାଦକ ଯାହା ଅଭେଦ ଯେ ।

ସେହି ମଦ ପିଇଣ ଯେ ସଦାକାଳେ ଲଭୁଥାଅ ସୁଖ ବୋଧ ଯେ ।୨୪।

 

ମଧୁଜା ନାମକ ବୃକ୍ଷକୁ ଦେଖ ।

ସଂସାର ଯା ମୂଳ ଦେଖ ପ୍ରତ୍ୟକ୍ଷ ।

ସଂସ୍କାରସ୍କନ୍ଧ ଶୋଭା ଯା ଅଲେଖ ।

ସଂସିଦ୍ଧ ସଂସୃଷ୍ଟି ଶାଖାକୁ ଯୋଖ ଯେ ।

ସଂକଳ୍ପ ଅନ୍ନକୁସୁମ ଯେ ।

ଏ କୁସୁମରୁ ଏ ମଦକୁ ଭିଆଣ ମାଦକ ଯା ଅନୁପମ ଯେ ।୨୫।

 

ମଧ ପ୍ରସ୍ତୁତେ ଯନ୍ତ୍ରାଦି ଯେତେକ ।

ସର୍ଜନାକୁ ବେଦପତି ନାୟକ ।

ରାଜସ ମନୁଷ୍ୟମାନଙ୍କ ପାଇଁ ।

ମାୟାମଦ ତାହା ଦେବାର ଧ୍ୟାୟି ଯେ ।

ଜଗତ ବିଷୟ ଲକ୍ଷି ଯେ ।

ବାସୁଦେବ ମଦ ଭିଆଣ କରତା ଜଗଦ୍‌ଜ୍ୟୋନି କର୍ମ ଦେଖି ଯେ ।୨୬।

 

ଜଗତ୍ ପାତ୍ର ଉଲ୍ଲିଖିତ ସେ କଲେ ।

ପାତ୍ର ଜାଣି ମଦ ରାନ୍ଧ ବସିଲେ ।

ଲୋଭ ଇନ୍ଧନ ସେ ତହିଁ ଖଞ୍ଜିଲେ ।

ଆଗମ ଅଗ୍ନି ତହିଁ ଲଗାଇଲେ ଯେ ।

ଦାବାଗ୍ନି ସେ ପ୍ରଜ୍ୱଳିତ ଯେ ।

ଶୋକ, ମୋହ, ଜଳ ତହିଁ ପୂରାଇଲେ ଭାବି ତହିଁ ସେ ଅନନ୍ତ ଯେ ।୨୭।

 

ସଂକଳ୍ପ ଅନ୍ନ ତହିଁ ପୂରାଇଲେ ।

ମାୟାବୀ ମଦ ତହୁଁ ଜାତ କଲେ ।

ସେ ମଦ ସମୁନା ହେବାକୁ ଧ୍ୟାୟି ।

ସ୍ନେହରସ ପ୍ରୀତିଦରେ ମିଶାଇ ଯେ ।

ପ୍ରିୟମାଣ ମଦ ହେଲା ଯେ ।

ବିଶ୍ୱକର୍ମା ଭୁତାତ୍ମା ସେ ଗଢ଼ିଥିବା ଶୁଦ୍ଧିପାତ୍ରେ ରଖାଗଲା ଯେ ।୨୮।

 

ମଦନରସ ପ୍ରେମ ମିଶାଇଲେ ।

ବାସନା ଚହଟିଲା ଭୁମଣ୍ଡଳେ ।

ସେହି ମଦ ବାସନା ଯେ କିପରି ।

ମୋହିତ କରେ ମାୟାମୂର୍ତ୍ତି ଧରି ଯେ ।

ଧନ୍ୟ ସେ ରୂପେ ବିକଟ ଯେ ।

ମାୟାସାଗର ତହୁଁ ସେ ପଲ୍ଲବିଲା ଚାହିଁ ଦେଖ ନିଜ ଘଟ ଯେ ।୩୦।

 

ବିରଚିତକାରୀ ସେ ବାସୁଦେବ ।

ବିରଞ୍ଚିକି ରଖାଇଲେ ଭୁଦେବ ।

ଚାଖି ବାୟା ହେଲେ ସେ ପ୍ରଜାପତି ।

ଭ୍ରମିଗଲା ତାଙ୍କ ହୃଦୟ ଗତି ଯେ ବିହ୍ୱଳିତ ଦିବାରାତି ଯେ ।

ମାୟା ରସେ ମଜ୍ଜି ଜ୍ଞାନ ଗଲା ହଜି ଘଟ ସର୍ଜ୍ଜନାରେ ତୃପ୍ତି ଯେ ।୩୧।

 

ବିରଞ୍ଚି ଦେଖି ହୋଇଲେ ସେ ତୋଷ ।

ବାସୁଦେବ ତହିଁ କରନ୍ତି ଭାଷ ।

ପିଅ ଶିବ ଏହି ଯେ ମାୟାରସ ।

ମହେଶ କରିଲେ ତହିଁରେ ହାସ ଯେ ।

କରନ୍ତି ଏହା ପ୍ରକାଶ ଯେ ।

ବିରସ ମଦକୁ ନ ପାଉଁ ଯେ ଆମ୍ଭେ ହରିମଦରସେ ଆଶ ଯେ ।୩୨।

 

ମାନବଙ୍କ ପାଇଁ ଏ ମଦ ଖ୍ୟାତ ।

ଏହା ଖାଇ ଭଜିବେ ଆନନ୍ଦିତ ।

ମାୟାମଦରେ ସେ ହେବେ ମୋହିତ ।

ଆନନ୍ଦକଲ୍ଲୋଳ ହୃଦୟଗତ ଯେ ।

ପ୍ରେମରେ ହେବେ ଭାବିତ ଯେ ।

ସଂସାର ବିଷୟ ଚାହିଁଣ ଆଶୟ ତୁମ୍ଭ ସଙ୍ଗେ ପରିଚିତ ଯେ ।୩୩।

 

ପ୍ରାପଣିକ ହୋଇଣ ତୁମ୍ଭେ ଥାଅ ।

ଜ୍ଞାନ ଦୀପ ତହିଁ ଜାଳିଣ ଦିନ ।

ଶିବ ଏହା କହି ହୋଇଲେ ତୁନି ।

ବାସୁଦେବ କହୁଅଛନ୍ତି ପୁଣି ଯେ ।

ଆମ୍ଭେ ରହିବୁଁ ଯେ ସ୍ଥାନେ ଯେ ।

ବ୍ରହ୍ମାଦି ଆବର ଯେତେ ଦେବଗଣ ହୋଇ ପାରିବେକି ଭିନ୍ନ ଯେ ।୩୪।

 

ଶଙ୍କର ହର୍ଷିତ ହୋଇ କହିଲେ ।

ହୁଷୀକେଶ ତବ ଚରଣତଳେ ।

ଦେବ ମାନବେ ଯେ ସଚରାଚର ।

ସମସ୍ତେ ତୁମ୍ଭର ପାଦ କିଙ୍କର ଯେ ।

ତମୋଘ୍ନ ହେ ମାୟାଧର ହେ ।

ମାୟା ପ୍ରକାଶିଣ ସଂସାର ଭୀଆଅ ପୁଣି ହୁଅ ନାଶକର ହେ ।୩୫।

 

ଅଚଳରେ ପ୍ରକାଶମାନ ହୋଇ ।

ସଚରାଚର ବିଜ୍ଞାତ ତୋ ଦେହି ।

ପଦ୍ମନାଭ ପରିଚୟ ତୁ ନୋହି ।

ଦେଖୁଥାଉ ମାୟାହାଟ ବସାଇ ଯେ ।

ସଂକଳ୍ପ ଭାବକୁ ପାଇ ଯେ ।

ସଂକଳିତ ଯାହା ହେଉଥାଏ ତାହା ଦେବାକୁ ତୁ ଭାବଗ୍ରାହୀ ଯେ ।୩୬।

 

ଅଭେଦ ଅଟଇ ତବ ଶରୀର ।

ଅଭ୍ୟର୍ଥନା କରେ ପ୍ରଭୁ ଈଶ୍ୱର ।

ଯାହା ଇଚ୍ଛା ତାହା ଭିଆଣ କର ।

ଦିବ୍ୟଚକ୍ଷୁ ହେଉ ମାନବଙ୍କର ଯେ ।

ତୋ କୀର୍ତ୍ତି ପାରିବେ ଗୁଣି ଯେ ।

ଆମର ବିଷୟ ବୁଝି ସେ ପାରିବେ ତହୁଁ ହେବେ ବ୍ରହ୍ମଜ୍ଞାନୀ ଯେ ।୩୭।

 

ତୋ ମାୟା ମଦକୁ ପିଇଣ ସେହି ।

ମାଦକ ବିହ୍ଵଳେ ଦେଖିବେ ମହୀ ।

ସୃଷ୍ଟି ସର୍ଜ୍ଜନା ଭାବ ପ୍ରେମ ଚାହିଁ ।

ତୋ ଗୁଣ କୀର୍ତ୍ତନ ହୃଦୟେ ବହି ଯେ ।

ଜନମଣ୍ଡଳରେ ରହି ହେ ।

କର୍ମ ଜ୍ଞାନ ସଙ୍ଗେ ପ୍ରେମରସ ରଙ୍ଗେ ସଂସାର ଭାବକୁ ଚାହିଁ ଯେ ।୩୭।

 

ଜୟ ପଞ୍ଚଶଙ୍ଖ ବଜାଅ ଥରେ ।

ଜୟନାଦ ଧ୍ଵନୀ ଶୁଭୁ ତ୍ରିପୁରେ ।

ପୁଲକ ଜାତ କରାଅ ମୋଠାରେ ।

ଦାସ ହୋଇଥିବି ସଦାକାଳରେ ଯେ ।

କହିଣ ତ୍ରୟଲୋଚନ ଯେ ।

ବାସୁଦେବ ପାଦେ ସାଷ୍ଟାଙ୍ଗେ ପଡ଼ିଲେ ଉଠାନ୍ତି ପଦ୍ମଲୋଚନ ଯେ ।୩୮।

 

ବୃଷପତିଙ୍କର ଦେଖି ଏ ଦଶା ।

ଆଲିଙ୍ଗନ କରି କହନ୍ତି ଭାଷା ।

ତୁମ୍ଭଠାରେ ସଦାକାଳେ ମୋ ଆଶ ।

ତୁମ୍ଭେ ଅଟ ମୋର ହୃଦୟ ବାସ ଯେ ।

ଯାହା କହିଲ ମହେଶ ହେ ।

ଅବଶ୍ୟ ମାନବେ ଦିବ୍ୟଚକ୍ଷୁ ଦେବି ସତ୍ୟକରୁଛି ପ୍ରକାଶ ଯେ ।୩୯।

 

ତହୁଁ ଦିବ୍ୟଚକ୍ଷୁ ମାନବେ ଦେଲେ ।

ମାନବେ ଜ୍ଞାନ ଚକ୍ଷୁ ସେ ପାଇଲେ ।

ମାୟାମଦ ପିଇ ଆନନ୍ଦ ହେଲେ ।

ପୁରୁଷତ୍ୱକୁ ପାଇଣ ରହିଲେ ଯେ ।

ଭାବିଣ ଅମରପୁରୀ ଯେ ।

ମନୁ ବ୍ୟାସାଦି ଏ ମଦକୁ ଖାଇଣ ଗଲେ ଯଶ ଗାଇକରି ଯେ ।୪୦।

 

ଜ୍ଞାନ ଚକ୍ଷୁ ସେ କେମନ୍ତେ ପାଇବ ।

ସେହି ବିଷୟ ବୁଝ ହେ ମାନବ ।

ଜୀବର ଜନ୍ମ ମୃତ୍ୟୁ ନାହିଁ ଜାଣ ।

କର୍ମ ଅନୁସାରେ ଏ ଘଟ ପୁଣ ଯେ ।

କର୍ମ୍ମଇ ଲେଖକୁ ଦେଖ ଯେ ।

ଚିତ୍ରଗୁପ୍ତ ହୋଇ ସୁରପୁରେ ଥାଇ ଗୁଣ ଯାହାର ଅଲେଖ ଯେ ।୪୧।

 

ଜନ୍ମାବଚ୍ଛିନ୍ନରେ ଯେତେ ବିଷୟ । ସବୁ ତାର ହୁଅଇ ପରିଚୟ ।

ଅନ୍ତଃକରଣେ ଭାବିତ ସେ ଯାହା ।

ତା ପାଞ୍ଜିରେ ଲେଖା ହୁଅଇ ତାହା ଯେ ।

ବୁଝିବ ଏହା ସୁଜନେ ଯେ ।

ତାହାଠାରୁ ବୁଝନ୍ତି ଯେ ଛାୟାସାଇଁ ଜଣାନ୍ତି ପ୍ରଭୁଙ୍କ ସ୍ଥାନେ ଯେ ।୪୨।

 

ଜନ୍ମ ଜନ୍ମାନ୍ତର ସୁକୃତ କ୍ରିୟା ।

ଧର୍ମଦ୍ୱାରେ ହେଉଥାଏ ସେ ଥୁଆ ।

ରଖିଥିବା ସୁକୃତା ଫଳ ଯେତେ ।

ସେହି ଫଳରୁ ଜନ୍ମ ଏହି ମର୍ତ୍ତ୍ୟେ ଯେ ।

ଭାବିତ ହୋଇ ବୁଝିବ ହେ ।

ଏହା ସେ ବୁଝିଣ ହୃଦୟେ ଧ୍ୟାଇଣ ଲଗାଅ ସେ ପ୍ରେମଭାବ ଯେ ।୪୩।

 

ପ୍ରଭୁପାଦ ସ୍ମରିବା ଇଚ୍ଛାକାରୀ ।

ମାନବରୂପେ ଜନ୍ମ ଏହି ପୁରୀ ।

ଭାବକୁ ଜାଣି ତହିଁ ଚିନ୍ତାମଣି ।

ଜ୍ଞାନଚକ୍ଷୁ ଦିଅନ୍ତି ପ୍ରେମ ଜାଣି ଯେ ।

ଏ ବିଷୟ ସବୁ ବୁଝ ଯେ ।

ଭାଗ୍ୟବାନ୍‌ ପୁରୁଷ ହୋଇଣ ସଂସାରେ ପ୍ରେମରସେ ପଡ଼ି ମଜ୍ଜ ଯେ ।୪୪।

 

ମହକ ଧ୍ୟାଇଣ ଏ ମଦ ପିଅ ।

ମଧୁତ୍ରୟ ଖାଇ ଆନନ୍ଦ ହୁଅ ।

ମଧୁଦୀପ ସଙ୍ଗେ ମଧୁଜିତ୍ ଚାହିଁ ।

ଲୋଭ ରସସ୍ନେହ ଆନନ୍ଦେ ବହ ଯେ ।

ଆଶାମୃଗକୁ ସେ ମାରି ଯେ ।

ସେହି ମାଂସକୁ ପରିପକ୍ୱ କରିଣ ଖାଅ ସେ ଦିବା ସର୍ବରୀ ଯେ ।୪୫।

 

କ୍ରୀଡ଼ାଦି ସଙ୍ଗରେ କୀର୍ତ୍ତି ପିଷ୍ଟକ ।

ଖାଇ ବୁଲୁଥାଅ ଛାଡ଼ିଣ ଦକ ।

ମୁଁ ଯେ ଅର୍କ୍ଷିତ କହିଲି ଏତେକ ।

ବୁଡ଼ାଇଲି ମୋର ହୃଦ ବିବେକ ଯେ ।

ତୁମ୍ଭ ସଙ୍ଗେ ମୋତେ ରଖ ଯେ ।

ଭାବଦୀୟ ହୋଇ ତୁମ୍ଭ ସଙ୍ଗେ ଥିବି ଛାଡ଼ିଣ ହୃଦ ଟେକ ଯେ ।୪୬।

 

ଭୟ ଜାତ ହୃଦେ ହେଉଛି ମୋର ।

ଆବର ମଦ ଭାବି ହୃଦୟର ।

ନିଦାଘ ପଡ଼ିଲା ଆସି ମୋ ଶିର ।

କି କରିବି କହ ହେ ସୁଜ୍ଞନର ହେ ।

ମହିଁମା ଯାର ଅପାର ଯେ ।

ଏ ମଦ ମାଦକ ଅତି ଭୟାନକ ସଂସାର ସେ ନାରଖାର ଯେ ।୪୭।

 

ଯାହା ହେଉ ପଛେ ତା ଜଣାଇବି ।

ଦେଖ ଉଦ୍ଭବ କିପରି ତା ଛବି ।

କାତର ହୋଇଣ ଜଣାଇ ଦେବି ।

ତୁମ୍ଭ ସଙ୍ଗେ ଯାଇଁ ଲୁଚି ରହିବି ଯେ ।

ହୋଇଣ ତୁମ୍ଭେ ସଦୟ ଯେ ।

ତୁମ୍ଭ ସଙ୍ଗେ ଥାଇଁ ପ୍ରେମଭାବ ଚାହିଁ ହୋଇଥିବି ମୁଁ ଅଭୟ ଯେ ।୪୮।

 

ଏ ମଦ ମାଦକେ ହେଲେ ଭାବିତ ।

ମୋ ଜନ୍ମ ହେବାର ହେବ ଯେ ବ୍ୟର୍ଥ ।

ପୁରୁଷାର୍ଥ ଯେବେ ଛାଡ଼ିଣ ଦେବି ।

ତେବେ ଏ ମଦରେ ଭାବିତ ହେବି ଯେ ।

ବୁଧଜନେ ଏହା ବୁଝ ଯେ ।

ମୁଁ ଅଟେ ବାଳକ କି ଦେଖି ନାୟକ ଲଦିଅଛ ମୁଣ୍ଡେ ବୋଝ ଯେ ।୪୯।

 

ଯଦି ଲଦିଅଛ ମୁଣ୍ଡରେ ବୋଝ ।

ନୋହିବି ତହିଁ କି ମୁଁ ହତବୀର୍ଯ୍ୟ ।

ଯାହା ହେଉ ପଛେ ହେଉଛି ଠିଆ ।

କରପତ୍ର ଯୋଡ଼ି ଜଣାଏଁ ତାହା ଯେ ।

ପର୍ଯ୍ୟନ୍ତ ନାହିଁ ତାହାର ଯେ ।

ଯାହା ଜାଣିଅଛି ତାହା ମୁଁ କହୁଛି ରହିଣ ତୁମ୍ଭ ଛାମୁର ଯେ ।୫୦।

 

ପର୍ଯ୍ୟାବସାନ କରିବା ପାଇଁକି ।

ପତ୍ରିକାପଢ଼ିଲାପରା ଏହି କି ।

ଅଭିମାନ ମଦ ଉତ୍ପତ୍ତି କଥା ।

ତାହା ଶୁଣିବାକୁ ଟେକ ଯେ ମଥା ଯେ ।

ଜନ୍ମ ଯେପରି ହୋଇଛି ଯେ ।

ସଂଶୟ ଫିଟାଇ ସବୁ କହିବଇଁ ଏବେ ମୁଁ ଠିଆ ହେଉଛି ଯେ ।୫୧।

 

ଶୁଣ ସୁଜନେ କର୍ଣ୍ଣ ମନ ଦେଇ ।

କାମ ନାମକ ବୃକ୍ଷ ଯେ ଅଟଇ ।

ମନୁମୂଳ ବୋଲି ହୃଦେ ବିଚାର ।

ଲୋଭ ସ୍କନ୍ଧ ଯାର ମହା ଆକାର ଯେ ।

ମୋହ ନାମକ ସେ ଶାଖା ଯେ ।

ମଦପତ୍ରରେ ସେ ଶୋଭା ବିକାଶୁଛି କୁସୁମ ତା ଅଣଲେଖା ଯେ ।୫୨।

 

ସେ କୁସୁମର ନାମ ଯେ ମତ୍ସର ।

ବୃକ୍ଷରୂପ ଦେଖ ସେ ଭୟଙ୍କର ।

ସେହି ବୃକ୍ଷ ଦେଖି ସେ ଦେବବର ।

କୁସୁମ ସଞ୍ଚୟ କଲେ ଅପାର ଯେ ।

ଅଭିମାନ ମଦ ପାଇ ଯେ ।

ଏ ମଦମାଦକ ଅଭି ଭୟାନକ ତ୍ରିପୁର ଦେବ ଏ ଦହି ଯେ ।୫୩।

 

ହଂସବାହନ ଭାବିତେ ବସିଲେ ।

ଭୈରବୀ ଯନ୍ତ୍ରକୁ ତହିଁ ସ୍ଥାପିଲେ ।

ମହାବ୍ୟାଧୀ ନାମକ କାଷ୍ଠ ଦେଲେ ।

କାଲାଗ୍ନି ତହିଁ ନେଇଣ ସ୍ଥାପିଲେ ଯେ ।

ମଦ ରାନ୍ଧିବାର ପାଇଁ ଯେ ।

ଦଇତ୍ୟାରିଙ୍କୁ ସେ ଆହୁତ କରିଣ କହନ୍ତି ସେ ବେଦସାଇଁ ଯେ ।୫୪।

 

ତାମସିମାନଙ୍କ ପାଇଁ ଏ ମଦ ।

ଦାନବଗଣଙ୍କ ଜାଣ ସେ ଭାବ ।

କାଳାନ୍ତକ ଜଳକୁ ପୁରାଇବ ।

ମତ୍ସର କୁସୁମେ ମଦ ରାନ୍ଧିବ ଯେ ।

ଏହା ଶୁଣି ଦଇତ୍ୟାରି ଯେ ।

ବ୍ରହ୍ମାଙ୍କ ଆଜ୍ଞା ପାଳିଣ ନରହରି ମଦକୁ କଲେ ତିଆରି ଯେ ।୫୫।

 

ବିପ୍ଳୁତ ହେବାର ପାଇଁ ସେ ହରି ।

ବିନାଶକ ବିପ୍ର ଲମ୍ବକୁ ଭରି ।

ବିମୋହିତ ବିରକ୍ତ ମଦ ହେଲା ।

ବିମାର୍ଟ ବାସନା ଚହଟିଲା ଯେ ।

ମହାଭୟାନକ ମଦ ଯେ ।

ଏ ମଦ ଖାଇଲେ ମାଦକବିହ୍ୱଳେ ଭାବିତରେ ହେବ ବାଦ ଯେ ।୫୬।

 

ନିର୍ମିତ କଲେ ମଦ ଅଭିମାନ ।

ନିବର୍ତ୍ତକ ହେବାକୁ ନାରାୟଣ ।

ଶିବକୁ ସମର୍ପି ଦେବୁ ଯେ ତାହା ।

କାଳାନଳ ମଦ ନ ଦେଖୁ ଏହା ଯେ ।

ଭାବିଣ ସେ ହୃଷୀକେଶ ଯେ ।

ଶିବଙ୍କୁ ଅନାଇଁ କହୁଛନ୍ତି ତହିଁ ହୋଇଣ ସେ ହସ ହସ ଯେ ।୫୭।

 

ଭୁତେଶନିଅ ଏ ମଦକୁ ଦେଖ ।

ମହା ପ୍ରଜ୍ଜ୍ୱଳିତ ରୂପ ଅଲେଖ ।

ପ୍ରଳୟକୁ ଏହା ଶୋଭା ପାଇବ ।

ବିଷ୍ଫୁଟ ଏଥିରୁ ହେବ ଉଦ୍ଭବ ଯେ ।

ଅଜ୍ଞାନ ଚକ୍ଷୁକୁ ଦେଇ ଯେ ।

ଦାନବଗଣଙ୍କୁ ଖୁଆଇ ଏମଦ ଚାହୁଁଥିବ ଭୁତ ସାଇଁ ଯେ ।୫୮।

 

ଶଙ୍କର ବୋଲନ୍ତି ହେ ଭାବଗ୍ରାହି ।

ଏହା ମୋ କପାଳେ କି ନ ଅଛଇ ।

କାଳକୂଟ ଖାଇ ବାୟା ମୁଁ ହୋଇ ।

ଭ୍ରମୁଅଛି ହୃଦୟକୁ ମୁଁ ଦହି ଯେ ।

ଗୋଳିଆ ହୃଦୟ ବହି ଯେ ।

ଅଭିମାନ ମଦ ମହା ପ୍ରଜ୍ୱଳିତ ଏହା ଦେଉଛ କିପାଇଁ ଯେ ।୫୯।

 

ଶ୍ରୀହରି ବୋଲନ୍ତି ହେ ଦିଗମ୍ୱର ।

ତମ ଗୁଣୁ ଜାତ ତୁମ୍ଭ ଶରୀର ।

ତୁମ୍ଭ ଅଂଶୁ ଜନ ହେବେ ଯେ ଜାତ ।

ସେହି ଖାଇ ମଦ ହେବେ ଅଚେତ ଯେ ।

କହିଲେ ସେ ନରହରି ଯେ ।

ହର ବୋଲନ୍ତି ହେ ଶୁଣ ନାରାୟଣ ଆମ୍ଭେ ରଖିବୁଁ କିପରି ଯେ ।୬୦।

 

ଆମ୍ଭେ ରଖି ଅଚେତ ସେ ହୋଇଲେ ।

ଶୁଭ କି ନା ତୁମ୍ଭ ହୃଦୟ ସ୍ଥଳେ ।

ଯାକୁ ଦେଖି ବିରଞ୍ଚି ତୁମ୍ଭେ ଡରି ।

ଆମ୍ଭେ ଡରିବୁଁ ନାହିଁ ଯେ କିପରି ସେ ।

ଏହା କହ ସେ ଫିଟାଇ ଯେ ।

ତହୁଁ ନାରାୟଣ କହୁଛନ୍ତି ପୁଣ ଭୂତନାଥଙ୍କୁ ବୁଝାଇ ଯେ ।୬୧।

 

ଭୁତାତ୍ମା ନାମକ ସେ ଯେ ବିଷୟ ।

ତହିଁରେ ତୁମ୍ଭେ ହୁଅ ପରିଚୟ ।

ସାତ୍ତ୍ଵୀକ ରାଜସ୍ୱୀ ସେ ତାମସିକ ।

ତ୍ରିଗୁଣେ ସଂସାର ବିକାଶ ଦେଖ ଯେ ।

ସାତ୍ୱିକମାନଙ୍କ ପାଇଁ ଯେ ।

ହରି ରସ ମଦ ମୋଠାରେ ରହିଲା ଦେଖ ହୃଦୟରେ ଧ୍ୟାୟି ଯେ ।୬୨।

 

ରାଜସ୍ୱିମାନଙ୍କ ପାଇଁ ଯେ ମଦ ।

ମାୟାମଦ ତାହା ନ କରି ବାଦ ।

ବ୍ରହ୍ମା ରଖିଲେ ବହିର ପ୍ରମୋଦ ।

ମାନବେ ଖାଇଲେ ଭାବେ ଆମୋଦ ଯେ ।

ଜ୍ଞାନ ଚକ୍ଷୁ ତାଙ୍କୁ ଦେଲ ଯେ ।

ତାମସିକ ମଦ କିଏ ସେ ରଖିବ ଏ ବିଷୟକୁ ଯେ ଭାଳ ଯେ ।୬୩।

 

ଶଙ୍କର ଶୁଣି ହେଲେ ସଙ୍କୁଚିତ ।

ଅଭିମାନ ମଦ ମୁଁ ରଖିବି ତ ।

ଦାନବେ ପିଇ ହେବେ ସେ ଅଜ୍ଞାନ ।

ରକ୍ଷା କରିବାକୁ ବିଚାର ପୁଣ ଯେ ।

ଏହା ଶୁଣି ନାରାୟଣ ଯେ ।

ବୋଲନ୍ତି ହେ ଶିବ ପ୍ରସ୍ତୁତ ମୁଁ କଲି ନାଶ କରିବ କେ ପୁଣ ଯେ ।୬୪।

 

ଶିବ ସ୍ୱୀକାର କରିଣ ରଖିଲେ ।

ବିରଞ୍ଚି ନାରାୟଣ ତହୁଁ ଗଲେ ।

ଏକା ଶିବ ତାହାକୁ ସମ୍ପାଦିଣ ।

ହୈମବତୀଙ୍କୁ ତହୁଁ ସେ ଡାକିଣ ଯେ ।

ଏହା ରଖ ତୁ ପାର୍ବତି ଲୋ ।

ଅଭିମାନ ମଦ ଏହା ସେ ଅଟଇ ଭୟଙ୍କର ଦେଖ ଜ୍ୟୋତି ଯେ ।୬୫।

 

ପାର୍ବତୀ ବୋଲନ୍ତି ଶୁଳପତି ।

ଯେ ଖାଇବ ହେବ ବିହ୍ୱଳ ମତି ।

ଏହା ରଖିଲେ ଯେ ଆମ୍ଭର କତି ।

ଶୁଦ୍ଧ ରହିବ କି ଆମ୍ଭର ମତି ଯେ ।

କହନ୍ତି ସେ ମହେଶ୍ୱର ଯେ ।

ଭାବର୍ଥ ଏଥିର ତୁ କିସ ଜାଣିବୁ ଏହା ବିଚାର ତୁ କର ଯେ ।୬୬।

 

ଭୁତତ୍ମା ବୋଲିଣ ଏକଇ ବୃକ୍ଷ ।

ତ୍ରିମୁର୍ତ୍ତି ହୋଇଛୁଁ ଦେଖ ପ୍ରତ୍ୟକ୍ଷ ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ପୁଣି ।

ତହିଁରୁ ସର୍ଜ୍ଜନା ଏହି ଅବନୀ ଯେ ।

ଅଂଶାଦି ସ୍ୱ ଅନୁସାରେ ଯେ ।

ଉତ୍ପତ୍ତି ପ୍ରଳୟ କରିବା ପାଇଁକି ଦେଖ ଏ ମଦ ବେଭାରେ ଯେ ।୬୭।

 

ବିଷ୍ଣୁଙ୍କ ଅଂଶରୁ ଜାତ ଯେ ଜନ ।

ଦେବତା ବୋଲିଣ ତାହାକୁ ମଣ ।

ବ୍ରାହ୍ମାଙ୍କ ଅଂଶରୁ ମାନବ ଜାତ ।

ମହା ବ୍ରହ୍ମଜ୍ଞାନୀ ସେହୁ ହେବ ତ ଯେ ।

ଆବର ଦାନବ ଯେହୁ ଯେ ।

ଆମ୍ଭର ଅଂଶରୁ ଜାତ ସେ ହୋଇବେ ସେହୁ ଖାଇବେଟି ଏହୁ ଯେ ।୬୮।

 

ପାର୍ବତୀ ବୋଲନ୍ତି କହିଲ ସତ ।

ଆଶ୍ଚର୍ଯ୍ୟ ମଣିଲି ଏହା ମୁହିଁ ତ ।

ଦେବ ମାନବ ରାକ୍ଷସ ତ ଗଲେ ।

ଆବର ଜୀବାଦି ସେ କି ଖାଇଲେ ଯେ ।

କିପରି ଉତ୍ପତ୍ତି ହେଲେ ଯେ ।

ହସି ଶୂଳପତି ଶୁଣ ଲୋ ପାର୍ବତି କହୁଛି ଏହା ତୋ ତୁଲେ ଯେ ।୬୯।

 

ପ୍ରଥମ ମଦ ମାନବେ ଖାଇବେ ।

ସେ ବ୍ରହ୍ମ ଜୀବ ସଙ୍ଗେ ମିଶି ଯିବେ ।

ବ୍ରହ୍ମନନ୍ଦ ସଙ୍ଗେ ଆନନ୍ଦ ବହି ।

ଦେଖିବେ ସଂସାର ଆନନ୍ଦ ହୋଇ ଯେ ।

ଦ୍ୱିତୀୟ ମଦ ଉଲ୍ଲେଖ ଯେ ।

ସ୍ଥାବର ଜଙ୍ଗମ ପଶୁ ପତଙ୍ଗାଦି ଖାଇ ଭ୍ରମୁଛନ୍ତି ଦେଖ ଯେ ।୭୦।

 

ଜୀବାଦି ମଧ୍ୟେ ନର ଜନ୍ମ ସାର ।

ମାନବ ଦାନବ ଦୁଇ ପ୍ରକାର ।

ମାନବଙ୍କ ଶୁଦ୍ଧା ଦ୍ୱିତୀୟ ମଦ ।

ହେବାକୁ ତହିଁରେ ଯେ ଆତ୍ମ ବୋଧ ଯେ ।

ଜ୍ଞାନ ଚକ୍ଷୁ ପାଇଛନ୍ତି ଯେ ।

ଆବର ଦାନବ ପାଇଁକି ଏ ମଦ ଭିଆଣ କରିଛନ୍ତି ଯେ ।୭୧।

 

ପାର୍ବତୀ ଶୁଣି ଦ୍ରହାସେ କହିଲେ ।

କିଏ ଏହା ସବୁ ବିଚାର କଲେ ।

କିଏ ରାନ୍ଧିଲା ଏ ସକଳ ମଦ ।

କିପରି ବିଷୟ ସେ ତତ୍ତ୍ୱବୋଧ ଯେ ।

ଫେଡ଼ି କହ ଭୋଳାନାଥ ହେ ।

ଶୁଣିଲେ ସଂଶୟ ମୋର ନାଶ ଯିବ ଜନ୍ମ ମୋର ସାର୍ଥ ଯେ ।୭୨।

 

କହୁଛନ୍ତି ବୃଷପତି ତହିଁକି ।

ଯେତେ ବୁଝାଇଲେ ବୁଝ ନାହିଁକି ।

ଉତ୍ପତ୍ତି ପ୍ରଳୟ ସଂସାର ଜାଣ ।

ତହିଁପାଇଁ ଏହା ସବୁ ଭିଆଣ ଯେ ।ବିରାଟ ସେ ନାରାୟଣ ଯେ ।

ବିରଞ୍ଚି ସଙ୍ଗରେ ମୁଁ ଯେ ତହିଁ ଥାଏଁ ତାଙ୍କ ଆଜ୍ଞାକୁ ପାଳିଣ ଯେ ।୭୩।

 

ମୋକ୍ଷଦାତା ପ୍ରଭୁ ସେ ନରହରି ।

ସଚରାଚରର ସେ ଅଧିକାରୀ ।

ସଂକଳ୍ପଦାତାଙ୍କୁ ସେ ବଳି ଜାଣ ।

ସଂକ୍ରାମକ ଜାଣି ଆଦେଶ ପୁଣ ଯେ ।

ଦିଅନ୍ତି ସେ ଭଗବାନ ଯେ ।

ବ୍ରହ୍ମା ତାହାଙ୍କ ଆଜ୍ଞାକୁ ସେ ଘେନିଣ ଜୀବାଦି; କଲେ ଭିଆଣ ଯେ ।୭୪।

 

ତିନିମଦ ଜୀବାଦିଙ୍କର ପାଇଁ ।

ରାନ୍ଧିଣ ଏସବୁ ସେ ଭାବଗ୍ରାହୀ ।

ପ୍ରଥମ ମଦକୁ ନିଜେ ରଖିଲେ ।

ଦ୍ୱିତୀୟ ମଦ ସେ ବ୍ରହ୍ମାଙ୍କୁ ଦେଲେ ଯେ ।

ତୃତୀୟ ମଦଟି ଏହି ଯେ ।

ଏହା ଆମ୍ଭ ଭାଗେ ପଡ଼ିଣ ଅଛଇ ଶୁଣିଲୁ କି ପ୍ରାଣସହି ଲୋ ।୭୫।

 

ଶୁଣି ହୈମବତୀ ତହୁଁ ହସିଲେ ।

ସଂଶୟ ରହିଲା ହୃଦୟସ୍ଥଳେ ।

ମାନବେ ଜ୍ଞାନ ଚକ୍ଷୁକୁ ପାଇଲେ ।

ଦାନବେ କିସ ପାଇଣ ରହିଲେ ଯେ ।

କି ଦେବ ତାହାଙ୍କୁ ପୁଣ ଯେ ।

କେଉଁ କେଉଁ କାର୍ଯ୍ୟେ ନିମଗ୍ନ ରହିବ ତାହା କହ ପଞ୍ଚାନନ ଯେ ।୭୬।

 

ପୁଣ ଶଙ୍କର ତହୁଁ ସେ ବୋଲନ୍ତି ।

ଶୁଣ ଲୋ ପାର୍ବତି ବିଚାର ମତି ।

ପ୍ରଭୃଙ୍କ ଆଜ୍ଞା ମୁଁ ପାଇଅଛଇଁ ।

ଦାନବଙ୍କୁ ଅଜ୍ଞାନ ଚକ୍ଷୁ ଦେଇ ଯେ ।

ଦେଖିବି ସଂସାର ମୁହିଁ ଯେ ।

ମାନବଙ୍କ ସଙ୍ଗେ ବାଦ ଭିଆଇବେ ଅଭିମାନନମଦ ପିଇ ଯେ ।୭୭।

 

ଆବର ବିଷୟ ଏବେ ତୁ ଶୁଣ ।

ମୁକ୍ତିଦେବା କାର୍ଯ୍ୟ ସେ ନାରାୟଣ ।

ଉତ୍ପତ୍ତିକର୍ତ୍ତାକୁ ସେ ବେଦପତି ।

ପ୍ରଳୟ କରିବା କାର୍ଯ୍ୟ ମୋ କତି ଯେ ।

ଏପରି ବିଭାଗ ପାଇ ଯେ ।

ଏ ତିନି କାର୍ଯ୍ୟକୁ କରିବା ପାଇଁକି ଏ ମଦ ଅଛୁଁ ଭିଆଇଁ ଯେ ।୭୮।

 

ଯାହା ଭାଗରେ ଜୀବ ଜାତ ହେବ ।

ଜନ୍ମିଥିବା ଅଂଶୁ ମଦ ପିଇବ ।

ସେହି ମଦଗୁଣ ହୃଦୟେ ଧରି ।

ଯାଇଁ ଦେଖିବ ମାୟା ମର୍ତ୍ତ୍ୟପୁରୀ ଯେ ।

କହିଲି ଏହା ବୁଝାଇ ଯେ ।

ଶୁଣ ଲୋ ପାର୍ବତି କହିଲି ତୋ କତି ମଦ ରଖ ହୃଦେ ଧ୍ୟାୟି ଯେ ।୭୯।

 

ଶଙ୍କରଙ୍କୁ ଚାହିଁ ସେ ମହାସତୀ ।

ସବୁ ବୁଝାଇଲ ହେ ବ୍ରହ୍ମଯତି ।

ବିରଞ୍ଚି ଖାଇଲେ ସେ କେଉଁ ମଦ ।

ଫେଡ଼ି କହିଣ ମୋ ହୃଦୟ ବୋଧ ଯେ ।

ଆବର ଇନ୍ଦ୍ରାଦିଗଣ ଯେ ।

କେଉଁ ମଦ ଖାଇ ଆନନ୍ଦେ ରହନ୍ତି ବିଚାର କହ ତା ପୁଣ ଯେ ।୮୦।

 

ହସି କହନ୍ତି ତହୁଁ ଦିଗମ୍ବର ।

ପାର୍ବତି କଟାଳ କରୁ ଅପାର ।

ତାହା ବୁଝାଇ କହୁଅଛି ଶୁଣ ।

ଦେବତାମାନେ ଭୃତ୍ୟ ସେ ହୋଇଣ ଯେ ।

ଆଶ୍ରୟି ସେ ହରି ମଦ ଯେ ।

ଦାନବେ ତଥି ସାଙ୍ଗରେ ଯେତେଛନ୍ତି ଅଭିମାନ ମଦେ ବୋଧ ଯେ ।୮୧।

 

ସ୍ୱୟଂ ନାରାୟଣ କର୍ତ୍ତା ସେ ଜାଣ ।

ସେ ମଦ ପିଇବେ କେଉଁ କାରଣ ।

ସବୁ କର୍ତ୍ତା ସେହି ଅନନ୍ତହରି ।

ତାଙ୍କ ହସ୍ତରେ ଏ ସବୁ ତିଆରି ଯେ ।

ଭାବିତ ହୁଅ ତୁ ସତୀ ଯେ ।

ବ୍ରହ୍ମା ମାୟାମଦ ପିଇଣ ଅଛନ୍ତି ସୃଷ୍ଟି ସର୍ଜ୍ଜନାରେ ତୃପ୍ତି ଯେ ।୮୨।

 

ଆମ୍ଭେ ହରିରସ ମଦକୁ ଖାଇ ।

ଭ୍ରମୁଅଛୁଁ ମହାନନ୍ଦକୁ ବହି ।

କ୍ଷୟ, ପ୍ରଳୟ ସବୁକାଳ ଚାହିଁ ।

ଦାସ ହୋଇ ପ୍ରଭୁପାଦକୁ ଧ୍ୟାୟୀ ଯେ ।

ଭାବନା କର ୟା ତୁହି ଯେ ।

ଏ ସବୁ ବିଷୟ ବୁଝାଇ କହିଲି ଭାବି ରହ ହୃଦେ ଧ୍ୟାୟି ଯେ ।୮୩।

 

ପାର୍ବତୀ ତହୁଁ ସେ ମଦକୁ ନେଲେ ।

ଆନନ୍ଦର୍ଣ୍ଣବେ ମନକୁ ରଖିଲେ ।

ଛୁଅନ୍ତେ ଘୋଟିଲା ସେ ମହାଜ୍ଜ୍ୱାଳା ।

ହୃଦୟ ହୋଇଗଲା ତହୁଁ କଳା ଯେ ।

କାଳୀ ନାମକୁ ବହିଲେ ଯେ ।

ମହା ବିଶ୍ୱମୂର୍ତ୍ତି ପ୍ରକାଶ ହୋଇଲା ତ୍ରିପୁରକୁ କମ୍ପାଇଲେ ଯେ ।୮୪।

 

ଷଡ଼ଭୁଜ ତହୁଁ ଜାତ ସେ କଲେ ।

ଏକ ହସ୍ତରେ ଯେ ମୁଣ୍ଡ ଧଇଲେ ।

ଆରକେ ହସ୍ତରେ ଖଡ଼୍ଗକୁ ଧରି ।

ବର ଅଭୟ ଅନ୍ୟ ହସ୍ତେ କରି ଯେ ।

ଲୋଳଜିହ୍ୱା ବିନାଶିଲେ ଯେ ।

ମୁଣ୍ଡମାଳ ଗଳାରେ ସେ ଲମ୍ବାଇଣ ତ୍ରିପୁରକୁ ତ୍ରାସ ଦେଲେ ଯେ ।୮୫।

 

ବିଲଙ୍କା ଯୁଦ୍ଧକାଳେ ସେ ମା କାଳୀ ।

ମହାଦେବ ସ୍ଥତି ଉପରେ ଦଳି ।

ନୃତ୍ୟକଲେ ଭୟଙ୍କର ରୂପରେ ।

କୁନ୍ତଳ ମୁକୁଳ ଚର୍ମ୍ମଦେଶରେ ଯେ ।

ମହା ଭୟଙ୍କର ମୂର୍ତ୍ତି ଯେ ।

କ୍ଷିତି ଦୁର୍ଗତି ନାଶନ ସେ ପାଇଁକି ଦୁର୍ଗା ନାମ ପାଇଛନ୍ତି ଯେ ।୮୬।

 

ଦେଖ ଏ ମଦ ପ୍ରତାପ ଏମନ୍ତ ।

ବୁଧଜନେ ଏଥି ହୋଇ ଭାବିତ ।

ଏହା ବିଚାରିବ ହୃଦୟଗତ ।

ଏହା ଖାଇବାକୁ ଯେ ବୁଝ ହିତ ଯେ ।

ଖାଅ କାମବୃକ୍ଷ ଫଳ ଯେ ।

ଅଧଃପତନ ଫଳ ତାର ଯେ ପୁଣ ଖାଇ ସେ ହୁଅ ବିକଳ ଯେ ।୮୭।

 

ରାବଣେଶ୍ୱର ଖାଇଣ ଏ ମଦ ।

ଶ୍ରୀରାମଚନ୍ଦ୍ର ସଙ୍ଗେ କଲା ବାଦ ।

ମହାପ୍ରତାପୀ ବିଖ୍ୟାତ ସେ ପୁଣି ।

ବର ଦେଇଥିଲେ ସେ ପଦ୍ମଯୋନି ଯେ ।

ଚିରାୟୁ ସେ ତେଜରୂପ ଯେ ।

ସ୍ୱବଂଶ ହରାଇ ଗଲା ସେ ଯେ ପୁଣି ଭାଙ୍ଗି ଦେଇ ବ୍ରହ୍ମଦର୍ପ ଯେ ।୮୮।

 

ଦୁର୍ଯ୍ୟୋଧନାଦି ସେ ମହାରାଜନ ।

ଅଭିମାନ ମଦ ପିଇଲେ ପୁଣ ।

ସ୍ୱବଂଶ ହରାଇ ନାଶ ସେ ହେଲେ ।

ବୁଝାଇ କହିଲି ତୁମ୍ଭର ତୁଲେ ଯେ ।

ଭାବିତରେ ଲାଗେ ଭୟ ଯେ ।

ସଭାସଦଗଣ ବୁଝାଇ କହିଲି ଇଚ୍ଛା ଅନୁସାରେ ପିଅ ଯେ ।୮୯।

 

ତୁମ୍ଭ ଅଗ୍ରତରେ ମୁହିଁ ବାଳକ ।

ପ୍ରେମ ଦେଇ ତୁମ୍ଭ ପାଖରେ ରଖ ।

ଜଣାଇଲି ଯାହା ଜାଣିଣ ଥିଲି ।

ନମସ୍କାର କରି ବିଦା ମୁଁ ହେଲି ଯେ ।

ନ ଧରିବ ମୋର ଦୋଷ ଯେ ।

ଅଜ୍ଞାନଭାବରେ ଏହା ମୁଁ କହିଲି ଜଣାଏ ବିହାରୀ ଦାସ ଯେ ।୯୦।

 

ରାଗ ଶୋକ କାମୋଦୀ

 

ଶ୍ରୀ ହରିପାଦରେ ନିବେଦନ କରେଁ ଘେନ ଅନ୍ତର୍ଯ୍ୟାମୀ ମୋ ଜଣାଣ ।

ତୁମ୍ଭ ଆଶ୍ରା ପାଇଁ କାଟୁଅଛି ଏହି ମାୟାମୟ ଏ ମର୍ତ୍ତ୍ୟଭୁବନ ।

ପ୍ରଭୁ ଅନନ୍ତ ହେ । ଗୁହାରି କରୁଛି ମୁଁ ନିରତ ।

ସ୍ୱଭାବେ ଅଚ୍ୟୁତ କେ କରେ ବ୍ୟକତ କେ କହିପାରେ ତୋ ଆଦିଅନ୍ତ ।୧।

 

ମାତଃ ସରସ୍ବତି ଘେନି ମୋ ବିନତି ହେଉଛି ପ୍ରଣିତ ତୁମ୍ଭଠାରେ ।

ଥରେ ତୁ ସୁଦୟା କର ମହାମାୟା ତୋ ଗୁଣ ଭାବୁଛି ନିରନ୍ତରେ ।

ଆଗୋ ବୀଣାଧାରି । ପଦ ଦେଉଥିବୁ ତୁ ଉଚ୍ଚାରି ।

ମୋ ହୃଦୟରେ ବସ ନିରନ୍ତରେ ବ୍ରହ୍ମସ୍ୱରୂପିଣୀ ହୋଇ କରିତ ।୨।

 

ଅନ୍ନପୂର୍ଣ୍ଣା ମାତା ଓ ନାରାୟଣଙ୍କର ପାଦପଦ୍ମରେ ଅଭ୍ୟର୍ଥନା କରେଁ ହେ ଅନ୍ତର୍ଯ୍ୟାମି ପୁରୁଷ ଅନନ୍ତବିଭୁ ଧାରଣକର୍ତ୍ତା ଅନ୍ତର୍ଯ୍ୟାମି ସ୍ୱରୂପେ ମୋର ଆତ୍ମଚିନ୍ତାରେ ଯାହା ଘଟିଅଛି ତାହା ତ ଆପଣ ଜାଣିପାରନ୍ତି । ଏଣୁ ମୁଁ କର ସମ୍ପୁଟରେ ଠିଆ ହୋଇ ଜଣାଉଅଛି ମୋର ଜଣାଣ ଘେନିବା ହେଉ । ହେ ପ୍ରଭୁ ମୁଁ ତବାଶ୍ରୟୀ ହୋଇ କାଳକର୍ତ୍ତନ କରେଁ ଆହା ! ଏହି ମାୟାମୟ ମର୍ତ୍ତ୍ୟଭୁବନ ବିଭୁନାଥ ଏହା ଅନନ୍ତ ଅଟେ । ଏହା ଅନ୍ତ ପାଇବାକୁ ସମର୍ଥ କିଏ ଅଛି ଏଣୁ ମୁଁ ସନ୍ତତରେ ଜଣାଉଅଛି ଆପଣଙ୍କର ସ୍ୱଭାବ, ଗୁଣ, କ୍ରାନ୍ତି, ଅଚ୍ୟୁତ ଓ ଆପଣ କାହିଁରେ ସଂଲଗ୍ନ ନୁହନ୍ତି କିନ୍ତୁ ସର୍ବବ୍ୟାପକ ଆପଣଙ୍କର ଆଦି ବା ଅନ୍ତ କିଏ କଳିପାରିବ ବର୍ଣ୍ଣନା କରିବାର ଯୋଗ୍ୟ କିଏ ଅଛି ଏଣୁ ଆପଣ ଅବ୍ୟକ୍ତରୂପ ।

 

ମା ! ସରସ୍ୱତି ମୁଁ ପ୍ରଣତି ହୁଏଁ ବା ପ୍ରଣାମ କରେଁ ତବ ଆଶାୟିର ବିନତି ଘେନିବା ହେଉ ଯଦି ବାରେ ସୁଦୟା କର ହେ ମହାମାୟ ତବ ଗୁଣ ସନ୍ତତରେ ଭାବୁଛି ବା ଭାବିବା ବା ଭାବରେ ଠିଆହେଲି ।

 

ଆଗୋ ବୀଣାଧାରୀ ।

ପଦ ଦେଉଥିବୁ ତୁ ଉଛାରୀ ।ମୋ ହୃଦୟରେ ବସ ନିରନ୍ତରେ ବ୍ରହ୍ମାସ୍ବରୂପୀଣୀ ହୋଇ କରି ।

 

ଏଥୁ ଅନନ୍ତରେ ବୁଝ ଆହେ ଧୀରେ କରୁଛି ଜଣାଣ ତୁମ୍ଭଠାରେ ।

ସଂସାର ଯେ ବୃକ୍ଷ ଏହା ଥରେ ଦେଖ ଫୁଟିଛି କୁସୁମ ବୃକ୍ଷପରେ ।

ଥରେ ହେତୁକର । କେଉଁରୂପେ ତା ହୁଏ ପ୍ରଚାର ।

ଦୁଇଗୋଟି ହୋଇ ଫୁଲ ବିକାଶଇ ବାଛି କରି ତାହା ଶିରେ ଧର ।୩।

 

ତ୍ରିକୂଟଶିଖରେ ସେ ବୃକ୍ଷ ବିହରେ ରାବି କରି ତାହା ଥରେ ଦେଖ ।

ତାହା ପତ୍ର ଡାଳ ହୋଇଛି ସଙ୍କୁଳ ବିକାଶି ଅଛି ରୂପ ଅଲେଖ ।

ତାହା ଶୋଭା ଭୁତି । ବିକାଶ ହୋଇଛି ଏହି ପୃତ୍ୱୀ ।

ହେତୁ ଜ୍ଞାନ କରି ସେ ବକ୍ଷକୁ ଧରି ଭୋଗ କରି ରହ ଏହି କ୍ଷିତି ।୪।

 

ମା ଥରେ ସୁଦୟା କର ଗୋ ବୀଣାଧାର ମୋର ହୃଦୟରେ ସନ୍ତତରେ ତବ ବ୍ରହ୍ମରୂପିଣୀ ରୂପ ଧାରଣ କରି ମମ କଣ୍ଠରେ ବସି ପଦକୁ ଫିଟାଇ ଦେଉଥିବୁ ।।ଏଥୁ ଅନନ୍ତରେ ହେ ସଂସାରସ୍ଥ ବୁଦ୍ଧିଜ୍ଞ ସମାଜଗଣ ତବ ସମ୍ମୁଖରେ କିଛି ଅଂଶ ଜଣାଉଅଛି ତାହା ଶୁଣିବା ହେଉ ଦେଖୁନ୍ତୁ ମୁଁ କ୍ଷୁଦ୍ରବୁଦ୍ଧି ଦ୍ୱାରା ସଂସାରକୁ ଗୋଟିଏ ବୃକ୍ଷ ଲକ୍ଷ କରେଁ ଏହା ଥରେ ଦେଖିବା ହେଉ ସଂସାର ବୃକ୍ଷରେ କି ସୌନ୍ଦର୍ଯ୍ୟ ଫୁଲ ଫୁଟିଅଛି ବନ୍ଧୁ ଜ୍ଞାନ କରନ୍ତୁ କେଉଁପ୍ରକାରରେ କି ସ୍ୱରୂପେ ପ୍ରଚାର ହୋଇଅଛି ଭାଇ ସେହି ଫୁଲ ଦୁଇ ଗୋଟି ହୋଇ ପ୍ରକାଶମାନ ହୋଇଅଛି ଭାଇମାନେ ଯାହା ମନକୁ ଯେଉଁଟା ପାଏ ଆପଣମାନଙ୍କର ମନୋଜ୍ଞପୂର୍ବକ ତୋଳି ନେଇ ଗ୍ରହଣ କରିବା ହେଉନ୍ତୁ ।ହେ ! ବନ୍ଧୁଗଣେ ଆପଣ ବା ବୋଲିବେ ସେହି ବୃକ୍ଷ କେଉର୍ଠି ଅଛି ସତ, ରଜ, ତମ, ଜଳ, ଅଗ୍ନି, ପବନରେ ଜଡ଼ିତ ହୋଇଥିବା ଯେଉଁ ପର୍ବତସେହି ପର୍ବତର ନାମ ତ୍ରିକୂଟ ସେହି ତ୍ରିକୂଟ ଶିଖରେ ସେହି ବୃକ୍ଷ ବିକାଶ ହୋଇ ଶୋଭାକୁ ଦେଖାଉଅଛି । ପ୍ରିୟ ବନ୍ଧୁ ।

 

ଶୋଭା ଦୁତୀ । ବିକାଶ ହୋଇଛି ଏହି ପୃଥ୍ଵୀ । ହେତୁ ଜ୍ଞାନ କରି ସେ ବୃକ୍ଷ କୁ ଧରି ଭୋଗ କରି ରହ ଏହି କ୍ଷିତି ।

 

ତ୍ରିକୂଟ ଶିଖରସ୍ଥାନ ଅଗୋଚର ତଥିପରେ ହର ଗୁଣ ଭାବି ।

ଗୁଣକୁ ଭାବିଣ ହେଲେ ପଞ୍ଚାନନ ଅବ୍ୟକ୍ତ ହୋଇଲେ ଦେଖି ଛବି ।

ତହୁଁ ବିଶ୍ୱକର୍ତ୍ତା । ଦେଖିଲେ ତ୍ରିକୂଟ ବ୍ୟବସ୍ଥା ।

ବର୍ଣ୍ଣ ବେଦ ଗଲା ଶେଷ ସେ ନୋହିଲା ଚତୁରାନନ ବିସ୍ମୟେ ଚିନ୍ତା ।୫।

 

ତାହା ଥରେ ଭାବିକରି ଦେଖିବା ହେଉ ଆପଣମାନେ ବୋଲିବେ ଲଣ୍ଡାଗଛଟା ନା ଭାଇତାହା ତ ନୁହେଁ । ନାନାପଲ୍ଲବ ଶାଖା ପ୍ରତି ଶାଖା ଘନାଘନ ହୋଇ ବିକାଶିଅଛି ଯାହାର ରୂପ ଅଲେଖ ତାହାର ଶୋଭା ବିଭୁତିରେ ଏହି ପୃଥିବୀ ବିକାଶମାନ ହୋଇଅଛି ଭଦ୍ର ହେତୁ ଜ୍ଞାନ କରି ଏହି ଯାନପଦରେ ସେହି ବୃକ୍ଷକୁ ଧରି ଭୋଗ କରିବା ହେଉନ୍ତୁ ।।

 

ସଭ୍ୟବୃନ୍ଦି ! ଉକ୍ତି ତ୍ରିକୂଟ ଶିଖରସ୍ଥାନ ଗୋଚର ହେବାର କଷ୍ଟ ଦେଖନ୍ତୁ ଯେଉଁ ତ୍ରିକୂଟ ଶିଖର ଗୁଣ କୀର୍ତ୍ତନ କରିବାପାଇଁ ଯୋଗେଶ୍ୱର ମହାଦେବ ଉପସ୍ଥିତ ହେଲେ ତାର ଗୁଣ କୀର୍ତ୍ତନ କରିବାର ଗୋଟିଏ ମୁଖରେ ନ ହୋଇପାରିବାରୁ ଆଉ ଚାରିଗୋଟି ମୁଖ ନୂତନ ପ୍ରକାଶ କଲେ ପୂର୍ବମୁଖ ମିଶି ପାଞ୍ଚଟି ହେଲା ତେବେସୁଦ୍ଧା ତତ୍ତ୍ୱମସି ହୋଇ ପାରିଲେ ନାହିଁ ପଞ୍ଚାନନ କୁହାଇଲେ ଅପାରିବାର ହେତୁରୁ ତ୍ରିକୂଟର ଛବି ଅନାଇ ଅବ୍ୟର୍ଥ ହୋଇ ରହିଲେ । ଯେଉଁକାଳେ ମହାଦେବ ଅପାରିବାର ଚାହିଁଲେ ବ୍ରହ୍ମା ଭାବିଲେ ମୁଁ ବିଶ୍ୱକର୍ତ୍ତା ମୁଁ ପାରିବି ନାହିଁ କି ? ଏହା କହି ଅନାଇଲେ ତ୍ରିକୁଟର ବ୍ୟବସ୍ଥା ଗୁଡାକ ବର୍ଣ୍ଣନା କରି ବସିଲେ ଚାରିବେଦ ଶେଷ ହୋଇଗଲା ତ୍ରିକୁଟର ଗୁଣ କ୍ରାନ୍ତି ଶେଷ ହୋଇପାରିଲା ନାହିଁ ।

 

ନ ପାଇଣ ଅନ୍ତ ନାମ ସେ ଅନନ୍ତ ଦେଇଣ ତୁନି ହୋଇଲେ ସେହି ।

ତହୁଁ ପରେଶ୍ୱର କରିଣ ଉଚ୍ଚାର ନାରଦ ଅଇଲେ ବୀଣାବାଇ ।

ଦେଖି ନୃତ୍ୟ କଲେ । ବର୍ଣ୍ଣି ଶେଷ କରି ନ ପାରିଲେ ।

ଏହି ପରକାରେ ସର୍ବସୁରପୁର ବର୍ଣ୍ଣି ଭ୍ରମିଗଲେ ମତିଭୋଳେ ।୬।

 

ସିଦ୍ଧଋଷିଗଣ ଖୋଜିଣ ନିର୍ଜନ ସ୍ଥାନେ ଦେଇ ମନ ଭାବି ଭାବି କରିଲେ ସ୍ମରଣ ନ ପାଇଲେ ଚିହ୍ନ ଦେଖି ଗଲା ହୃଦ ଦ୍ରବି।

 

ତହୁଁ କରିବେ ଚତୁରାନାନ ବିସ୍ମୟରେ ଚିନ୍ତା କରି ବସିଲେ ତହୁଁ ଭାବି କହିଲେ ଯେ ଅନ୍ତ ମୁଁ ନ ପାଇଲି ଆଉ ପାଇବାକୁ ସମର୍ଥ କିଏ ତହୁଁ ଅନନ୍ତନାମକୁ ଦେଇ ତୁନି ହୋଇ ରହିଲେ ତାଙ୍କପରେ ନାରଦ ମହାମହା ରାଗରାଗିଣୀ ସ୍ୱର ବୀଣାନାଦ ସହିତ ଆସିଲେ ବୋଇଲେ ପିତା ଯେ ପାରିଲେ ନାହିଁ ମୁଁ କି ନ ପାରିବି ଏହା କହି ତ୍ରିକୁଟ ଶିଖରକୁ ଅନାଇଁ ଦେଲେ ଚାହିଁକରି ନାଚିଲେ ବର୍ଣ୍ଣନା କରୁଛନ୍ତି ଶେଷ କେତେବେଳେ କରି ପାରିଲେ ନାହିଁ ତେଣୁ ଏହିପରି ଯେତେକ ସୁରପୁର ଆଦି ଚତୁର୍ଦ୍ଦଶ ପୁର ଅଛି ସମସ୍ତେ ବର୍ଣ୍ଣନା କରି ଭ୍ରମ ମତି ବିହଳତାରେ ଗଲେଣି, ଯାଉଛନ୍ତି, ଯିବାକୁ ଅଛି, ଆଉ ଦେଖନ୍ତୁ ।।

 

ଭାଇମାନେ ଚଣକାଦି ଆତ୍ମା ଚିନ୍ତା ପୂର୍ବକ ସେହି ତ୍ରିକୂଟ ତତ୍ୱଦର୍ଶୀ ହେବାକୁ ମହା ଅରଣ୍ୟରେ ଏକାଗ୍ର ଚିତ୍ତରେ ବସିଲେ କିନ୍ତୁ ନ ପାରିଲେ ଋଷି ଛନ୍ଦ ହେଲା ବୋଲି ଋଷିଛନ୍ଦ ନାମ ଦେଇ ନିବୃତ୍ତ ଭଜିଲେ ବିସ୍ମୟରେ ଭାଇ ଏ ପ୍ରକାର ଯେଉଁ ସ୍ଥଳ ମୁଁ ନିର୍ବୋଧରେ ବର୍ଣ୍ଣପାରେ କି କିନ୍ତୁ କିଛି ଅଂଶ ମୋର କହିବାର ଅଛି ତାହା କହିବାକୁ କର ସମ୍ପୁଟରେ ଠିଆ ହୁଏଁ । ଆପଣମାନେ ସଦୟପୂର୍ବକ ଶୁଣିବା ହେଉନ୍ତୁ ଆହା ଏହି ଆନନ ଭୁବନରେ ଦିବ୍ୟଘାଟ ପାଇ କେଉଁ ପରି ବିଚାର ଘଟାଇଲେ ଯାନଯାତ୍ରା ସୌନ୍ଦର୍ଯ ପ୍ରକାଶିତ ହେବ ତାହା ଭାବି କହି ସେ ବିଷ୍ମୟ ।ଋଷି ଛନ୍ଦ କଲେ ନାମ ଧେୟ । ଏହି ପରକାରେ ତୁମ୍ଭ ଅଗ୍ରତରେ କେତେ ମୁଁ କହିବି ଦୂରାଶୟ ।୭।

ଏବେ ମୁଁ ଜଣାଣ କରୁଛି ତାଘେନ ହୃଦୟେ ବିଚାର କର ବାରେ ।

ବାରଗଣନାରେ ବୁଝଇ କହିଲି କୃପା କରି ବୁଝ ଆହେ ଧୀରେ ।

ତାହା ଦେଖ ଏବେ । ପ୍ରଥମେ ରଖ ହୃଦଭବେ ।

ଦ୍ୱିତୀୟରେ ଜଡ଼ି ତୃତୀୟକୁ ଲୋଡ଼ି ଦେଖି ବୁଝ ସେ ପଞ୍ଚମଠାବେ ।୮।

 

ଆପଣମାନେ ସଦୟପୂର୍ବକ ଶୁଣିବା ହେଉନ୍ତୁ ଆହା ଏହି ଆନନ୍ଦ ଭୁବନରେ ଦିବ୍ୟ ଘଟ ପାଇ କେଉଁପରି ବିଚାର ଘଟାଇଲେ ଜନଯାତ୍ରା ସୌନ୍ଦର୍ଯ୍ୟ ପ୍ରକାଶିତ ହେବ ତାହା ଭାବି କହିବାକୁ ମୋର ବାଞ୍ଛନୀୟ ଦେଖନ୍ତୁ ବାର ଗଣନା ସାତ ଗୋଟି ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି, ଏଥି ମଧ୍ୟରେ ପ୍ରଥମ ରବି, ଭାଇମାନେ ରବି ଯେ ସୂର୍ଯନାରାୟଣ ଉଦୟାସ୍ତକୁ ଭାବନା କରନ୍ତୁ ସେ ଉଦୟ ହେଲାରୁ ତାଙ୍କର କ୍ରାନ୍ତି ସଂସାରରେ ବିକାଶ ହେଉଅଛି ସଂସାରରେ ଯେତେକ ବସ୍କତୁ ପ୍ରଶଂସିତ ଘୃଣିତ ସେ ଜ୍ଞାନ କରନ୍ତି ନାହିଁ ତାଙ୍କର ସମାନ ଦୃଷ୍ଟି ଜନମଣ୍ଡଳରେ ସମସ୍ତେ ବା ଇତ୍ୟାଦି ପଦାର୍ଥ ସ୍ୱସୁଗୁଣାନୁଯାୟୀ ଗୁଣ ପ୍ରକାଶ କରୁଅଛନ୍ତି । ସେଥିପାଇଁ ମୋର ପ୍ରାର୍ଥନା ସୂର୍ଯ୍ୟଙ୍କର ଦୃଷ୍ଟ ଲକ୍ଷ କରି ପ୍ରତିଦ୍ୱନ୍ଦିତା ଛାଡ଼ି ବିଧାତା ତଡ଼ି ସମାନ ଦୃଷ୍ଟିରେ ଚାଲିବ । ହେଉନ୍ତୁ ଏହା ଦେଖ ଭାଗବତରେ ପ୍ରମାଣ ଅଛି ।

କ୍ରୁର ଅକ୍ରୁର ଯେତେ ଜନ । ଏହାକୁ ଦେଖିବ ସମାନ ।

ଏହା ଭାବି ଚଳିବା ହେଉ । ଦ୍ୱିତୀୟ ସୋମ ବା ଯେକି ଚନ୍ଦ୍ର ତାଙ୍କୁ ସୁଧାକର କହନ୍ତି କାହିଁକି ବା ବୋଲିବେ ତାହାଙ୍କର କାନ୍ତି କେଉଁପରି ପ୍ରିୟକର ତାହା ଲକ୍ଷ କରନ୍ତୁ ଓ ମୁଖରାବ ପ୍ରିୟ ବୋଧ ହେବା ଭଳି ଭାବନ୍ତୁ କର୍ଣ୍ଣ କଟୁ ଗିରାଙ୍କୁଶ ପ୍ରହାର କରିବାର ଶୋଭନୀୟ ନୁହେ । କିନ୍ତୁ ଆଉ ମଧ୍ୟ ତହିଁରେ ଅଛି ଯଦି ଆପଣମାନେ ପଞ୍ଚମ ଯେ ଗୁରୁ ଯେ କି ଆତ୍ମଜ୍ଞାନରେ ଦୃଷ୍ଟି କରି

ତୃତୀୟ ଯେ ମଙ୍ଗଳକୁ ଖୋଜିଲେ ତେବେ ତ ହେବ ।

 

କଷ୍ଟ ହେବ ନାଶ ଚତୁର୍ଥ ପ୍ରକାଶ ସପ୍ତମ ଛାଡ଼ ନାହିଁ ସେ କାର୍ଯ୍ୟ ।

ଏ ଉତ୍ତାରୁ ବୁଝ ଯୋଗମାନ ହେଜ ବୁଝିବ ହୋଇ କରି ତାତ୍ପର୍ଯ୍ୟ ।

ଆନନ୍ଦ ସେ ହୋଇ । ବିଚାର କରିବ ହୃଦେ ଧ୍ୟାଇ ।

ପ୍ରଥମକୁ ଛାଡ଼ି ଦ୍ୱିତୀୟରେ ଜଡ଼ି ତୃତୀୟେ ରହ ଚତୁର୍ଥ ପାଇ ।୯।

 

ପଞ୍ଚମ ପ୍ରକାଶ ଷଷ୍ଠରେ ନ ପଶ ସପ୍ତମକୁ ଧ୍ୟାୟୀ ଅଷ୍ଟେ ରହ ।

ନବମକୁ ଛାଡ଼ି ଚତୁର୍ଦ୍ଦଶ ଲୋଡ଼ ତ୍ରୟୋଦଶ ପାଖେ ନାହିଁ ଯାଅ ।

ପଞ୍ଚବିଂଶତି ଯେ । ଭଜି ବୁଲୁଥାଅ ଦିବାରାତି ।

ନ ପାଅ ପନ୍ଦର ହୃଦୟେ ବିଚାର ଏକାଦଶେ ରଖ ଦୃଢ଼ମତି ।୧୦।

 

ଭାଇମାନେ ଷଷ୍ଠ ଯେକି ଶୁତ୍ର ମେଦ ମାଂସଦି ଘଟ ନାଶକର ଏହା ଲକ୍ଷକରି ଚତୁର୍ଥ ଯେ ବୁଧ ଅର୍ଥାତ୍‌ଜ୍ଞାନ ପ୍ରକାଶକର ସପ୍ତମ ଯେ ଶନି ବୈରତାଦି ବା ମନ୍ୟୁ ଆଣି ବିଧୃତାରେ ଚାଳନାହିଁ ତହିଁରେ କୌଣସି କାର୍ଯ୍ର ସୁଗମରେ ରହି ପାରିବ ନାହିଁ ବା କାର୍ଯ୍ୟ ଲଭିବ ନାହିଁ, ମୋଟାମୋଟିରେ ଏହା କହିଲି ମନ ତୃପ୍ତି ନ ହେଲାରୁ ଏବେ ସ୍ପଷ୍ଟରୂପେ ଯୋଗଗଣଙ୍କ ବା ୧ ବିଷକୁମ୍ଭ ୨ ପ୍ରିତୀ ୩ ଆୟୁସ୍ମାନ ୪ ସୌଭାଗ୍ୟ ୫ ଶୋଭନ ୬ ଅତିଗଣ୍ଡ ୭ ସୁକର୍ମା ୮ ଧୃତି ୯ ଶୂଳ ୧୦ ଗଣ୍ଡ ୧୧ ବୃଦ୍ଧି ୧୨ ଧ୍ରୁବ ୧୩ ବ୍ୟାଘାତ ୧୪ ହର୍ଷଣ ୧୫ ବଜ୍ର ୧୬ ଅସୃବ୍‌୧୭ ବ୍ୟତିପାତ ୧୮ ବରୀୟାନ୍‌୧୯ ପରିଘ ୨୦ ଶିବ ୨୧ ସିଦ୍ଧ ୨୨ ସାଧ୍ୟ ୨୩ ଶୁଭ ୨୪ ଶୁକ୍ର ୨୫ ବ୍ରହ୍ମ ୨୬ ଇନ୍ଦୁ ୨୭ ବୈଧୃତି । ଆଦି ଲକ୍ଷ୍ୟ କରି ଜାଣାଇବାକୁ ଠିଆ ହେଲି ଏହା ପ୍ରକାଶରୂପେ ଆପଣମାନେ ବୁଝି ପାରିବେ ଦେଖନ୍ତୁ ପ୍ରଥମେ ବିଷ୍କୃମ୍ଭ ବିଷୋଦ୍ଗାରକ ଅଜ୍ଞାନତା ଭାବ ଦୂର କରି ଦ୍ୱିତୀୟ ଯେ ପ୍ରିତୀ ବନ୍ଧୁସମାଗମ ଭାବ ପ୍ରେମରେ ଜଡ଼ିତ ହୋଇ ଚତୁର୍ଥ ସୌଭାଗ୍ୟ ପାଇ ତୃତୀୟ ଯେ ଆୟୁଷ୍ମାନ୍‌ଓ ଦୀର୍ଘାୟୁ ହୋଇ ରହ ।

 

ଦଶରେ ନ ବୁଡ଼ ତ୍ରୟୋବିଂଶ ଲୋଡ଼ ସପ୍ତବିଂଶକୁ ଛାଡ଼ ବିଚାରି ।

ଷଡ଼ବିଂଶ ସୁଖ ଜାଣି ହୃଦେ ରଖ ଚତୁର୍ବିଂଶ ଦେଖ ହୃଦେ ଧରି ।

ଏକବିଂଶତି ଯେ । ବାଇଶରେ ରଖ ଦୃଢ଼ ମତି ।

ସତର ଚାହିଁବ ଷୋହଳ ଭଜିବ ଊଣାଇଶ ରଖ ତୁମ୍ଭ କତି ।୧୧।

 

ବାର ଆମ୍ଭଗିର ହୃଦୟେ ବିଚାର ନ ବୁଝି ଅଷ୍ଟାଦଶରେ ରହ ।

ଯାହା ସେ ଭାବିବ ସେ ଫଳ ପାଇବ ମୁଁ କହିଲି ଏ ଅତିଦୁଃସହ ।

ଦେଖ ବିଚାର ଯେ । ଦୃଢ଼ ଜ୍ଞାନକୁ ହୃଦୟେ ଧରି ।

ମୁଁ ଅଟେଁ ବାଳକ ମୂର୍ଖ ସଙ୍ଗେ ଲେଖ କି ପାରେଁ ତୁମ୍ଭଠାରେ ଉଚ୍ଚାରି ।୧୨।

 

ପଞ୍ଚମ ଯେ ଶୋଭନ ବା ଶୋଭାୟମାନ ଯହିଁରେ ହେବ ତାହାକୁ ଖୋଜି ଚାଲ ଭାଇ ଷଷ୍ଠ ଯେ ଅତିଗଣ୍ଠ ବା ମହାଗଣ୍ଡ ଗୋଳରେ ନ ପଶ ତହିଁରେ କିଛି ଲାଭ ନାହିଁ ଓ ସପ୍ତମ ସୁକର୍ମା ବା ଉତ୍ତମ କାର୍ଯ୍ୟ ଯେଉଁ କାର୍ଯ୍ୟ କଲେ ସଂସାରରେ ଚିର ସ୍ମରଣୀୟ ହୋଇ ତୁମ୍ଭ ଯଶ ରହିଥିବ ତାହା ଲକ୍ଷ କରି ଅଷ୍ଟମ ଯେ ଧୃତି ଅଥବା ସଂସାରରେ ରହ ନବମ ଶୂଳ ଅଥବା ମର୍ମଭେଦକ ଦୁର୍ଗୁଣ ତାକୁ ଛାଡ଼ ଚତୁର୍ଦ୍ଦଶ ହର୍ଷଣ ବା ପ୍ରମାନନ୍ଦପ୍ରକାଶକ ହେବାକୁ ଉପାୟ ଖୋଜ ତ୍ରୟୋଦଶ ଯେ କି ବ୍ୟାଘାତ ଯହିଁରେ ଚଳିଲେ ନିନ୍ଦାଭାଗୀ ବା ଅପଦସ୍ଥରେ ପତନ ହେବ ତା ପାଖକୁ ନ ଯାଅ ଯଦି ପଞ୍ଚବିଂଶତି ବା ବ୍ରହ୍ମ ଯେ କି ସର୍ବେଶ୍ୱର ପ୍ରଭୁଙ୍କ ଚିନ୍ତା କରି ଈଶ୍ୱର ଚିନ୍ତାନୁଯାୟୀ ଆନନ୍ଦରେ ମଧୁ ତ୍ରୟ ଖାଇ ସଂସାର ବିହାର କର ରାତ୍ର ଦିବସ ଯହିଁରେ ଚାଲିଲେ କିଛି ଚିନ୍ତା ନାହିଁ ସୁଗମରେ ଚାଲିଲେ ପଞ୍ଚଦଶ ଯେ କି ବଜ୍ର ତାହା ଅର୍ଥତ୍ୱ ଅକାଳ ମୃତ୍ୟୁ ଦୁଃଖାଳୟ କେବେ ଚାହିଁବ ନାହିଁ କିନ୍ତୁ ଏକାଦଶ ଯେ ବୃଦ୍ଧି ବା ତୁମ୍ଭ ଯଶ ଯେଉଁ କାର୍ଯ୍ୟ କଲେ ବୃଦ୍ଧି ପାଇବ ତାହା ଲକ୍ଷ୍ୟ କରି କାୟମନୋବାକ୍ୟରେ ହୃଦୟ ଧାରଣ କରି ଚାଳ ଓ ସଭ୍ୟବୃନ୍ଦ ଦଶ ଯେ ଗଣ୍ଡ ବା ପ୍ରତିଦ୍ୱନ୍ଦୀ ପ୍ରତିହିଂସକ ବା ଚିଦ୍ରାନ୍ୱେଷଣରେ ନ ବୁଡ଼ ତ୍ରୟବିଂଶତି ବା ଶୁଭ ଯହିଁରେ ବୁଡ଼ିଲେ ତୁମ୍ଭର ମଙ୍ଗଳ ଜନିତ ହେବ ତାହା ଖୋଜ ସପ୍ତବିଂଶ ଯେ ବୈଧୃତି ବା ଭାବନା କରି ବିଧୃତା ଛାଡ଼ିଲେ ଷଡ଼ବିଂ ଯେ କି ଇନ୍ଦ୍ର ବା ଇନ୍ଦ୍ରାସନରେ ଅମର ଭୋଗ କଲା ପରି ପ୍ରେମାନନ୍ଦରେ ମହାସୁଖ ଜ୍ଞାନ କରି ହୃଦୟରେ ରଖି ତଳ ଓ ଚତୁର୍ବିଂଶ ଯେ ଶୁକ୍ର ଅର୍ଥାତ୍‌ଅଷ୍ଟାଙ୍ଗ ରକ୍ଷାତ୍‌ଚାହିଁ ବା ହୃଦୟେ ଧରି ଏକବିଂଶତ ଯେ ସିଦ୍ଧ ଅର୍ଥାତ୍‌ମହାଜନମାନେ ମନୁ ଆଦି ଯେଉଁ ମଦେଶ ବା ନ୍ୟାୟ ଶସ୍ତ୍ରୋକ୍ତ ପଦକୁ ଧାରଣ ହେବା ଲକ୍ଷରେ ଦ୍ୱାବିଂଶରି ସାଧ୍ୟ ବା ମାନନୀୟ କରିବାରେ ମନକୁ ସାଧ୍ୟ କର ବା ସ୍ଥିର କର ନା ଭାଇ ଯଦି ମୋ କହିବାଟା ଅସୁଖ ବୋଧ ହେଲା ତେବେ ସପ୍ତଦଶ ବା ବ୍ୟତିପାତ ଯେ କି ବିପତ୍ତି ପସରା ମୁଣ୍ଡରେ ରଖି ଷଡ଼୍‌ଦଶ ଅର୍ଥାତ୍‌ଅସ୍ମକ୍‌ବା କ୍ଲେଶ ପାଇ ଅଶ୍ରୁପାତ ସନ୍ତତରେ ହେବାକୁ ଭାବି ଊନବିଂଶ ବା ପରିଘ ଓ ଖଣ୍ଡା ଧରି ଆପଣା କରେ ଆପଣା ଗଳା ଛେଦନ କର ନାଥକୁ ଭଜ ବନ୍ଧୁ ଗଣେ ମୁଁ ନିଷ୍ଠୁର ବାକ୍ୟ କହିଲି ଏଥିରେ ଅବଶ୍ୟ ଆପଣମାନଙ୍କୁ ରାଗ ଜନ୍ମିଥିବ କିନ୍ତୁ ଦ୍ୱାଦଶ ଯେ କି ଧ୍ରୁବ ଅର୍ଥାତ୍‌ମୋର ଆତ୍ମା ଚିନ୍ତାପୂର୍ବକ ନିକଗ ଗିର ବୁଝି କହିଅଛି ଆପଣମାନେ ବିଚାର ନ କରି ଅଷ୍ଟାଦଶ ଯେ ବରୀୟାନ୍‌ଅର୍ଥାତ୍‌ବୈରତାଭାବରେ ଚାଲୁଅଛ ଭାଇମାନେ ଚାଲ ମୋର ମନା କରିବାଟା ଅଯୋଗ୍ୟତା ବୁଝି ଆପଣମାନେ ଚାଲିଲେ ମୋର କ୍ଷତି କି କ୍ଷେତ୍ରପାଳ କ୍ଷେତ୍ରରେ ଯାହାବୁଣେ ତାହା କାଟେ କି ଅନ୍ୟ ପଦାର୍ଥ ପାଏ ବିଚାର କର ତଦନୁଯାୟୀ ଆପଣମାନେ ଭବକ୍ଷେତ୍ରରେ ଯେଉଁ ଭାବ ବୀଯଜ ବୁଣିବା ହେବେ ସେହିପରି ଫଳଭୋଗୀ ହେବେ ମୋର କହିବାଟା ଆପଣମାନଙ୍କୁ ଅତିଶୟଅସହ୍ୟ ବୋଧ ହେଉଅଛି କିନ୍ତୁ କ୍ଷମା କରି କରୁଣ ହୃଦୟରେ ଅନାଇଁ ବିଚାର ଶକ୍ତିଦ୍ୱାରା ଚିତ୍ତ ଚୈତନ୍ୟ ଏକତ୍ୱ ରଖି ବିଜ୍ଞାନ ଶକ୍ତିରେ ଦେଖି ଧାରଣ କରିବା ହେଉ ଇଚ୍ଛାନୁସାରେ ହେ ବନ୍ଧୁଗଣେ ! ମୁଁ ବାଳକ ଓ ବୃଦ୍ଧିହୀନ କେତେଗୁଡ଼ିଏ ନିଷ୍ଠୁର ବାକ୍ୟ କହିଲି ତେଣୁ କର ସମ୍ପୁଟରେ ବାୟା ବା ମୂର୍ଖ ସଙ୍ଗରେ ଲକ୍ଷ କରିବା ହେଉ ଆପଣମାନଙ୍କର ସମ୍ମୁଖରେ ମୁଁ କି କହିବା ଯୋଗ୍ୟ ।

 

ବିଚାର ଯେ ବିଷ ସେ ଯେଉଁ ପୁରୁଷ କେମନ୍ତେ ଦାସ ହୋଇଣ ରହି ।

ତାଙ୍କଠାରୁ କେହି ସଂସାରରେ ନାହିଁ ଚାରିଯୁଗେ ବିସ୍ତାରିତ ଦେହି ।

 

ତାଙ୍କୁହୃଦେ ଚିନ୍ତି । ବିଚାର କର ହେ ତୁମ୍ଭ କତି ।

ଆଉ କି କହିବି ତୁମ୍ଭ ଗୁଣଛବି ଚନ୍ଦ୍ରରେ ଦେଖାଏଁ ଦିଅ ମତି ।୧୩।

 

ବନ୍ଧୁ ଗଣେ କଥାଟିଏ ମନେ ପଡ଼ିଲା । ବାୟା ମୁହଁ ରହିଲା ନାହିଁ ଆୁ କିଛି ପଦ ଶୁଣିବା ହେଉ ଆପଣମାନେ ଭାବନ୍ତି କି ଯଉବନ କାଳ ଲକ୍ଷରେ ଯୁବତୀ ଯୁକ୍ତି ନ ଭଜି କାହିଁକି ନିରସ୍ତ ରହିବୁଁ ସେ ଏହା ବିଚାର ବିଂଶତି ଯେ କି ଶିବ ବା ଯୋଗେଶ୍ୱର ମହାଦେବ ତାଙ୍କ ପାଶେ ପାର୍ବତୀ ଥିଲେ ନାହିଁ କି କିନ୍ତୁ ପାର୍ବତୀ ସଙ୍ଗରେ ରଖି କେଉଁପରି ଦାସତ୍ୱ ପଦକୁ ଲଭିଥିଲେ ତାଙ୍କର ଭଳି ସଂସାର କେହି ହେବ ନାହିଁ ଯାହାକି ଗୁଣ କୀର୍ତ୍ତି କ୍ରାନ୍ତି ଚାରିଯୁଗରେ ବା ସତ୍ୟ, ଦ୍ୱାପର, ତ୍ରେତା କଳିରେ ଦେହାଦିରେ ପୁରିତ ହୋଇ ରହିଅଛି । ତାଙ୍କର ଗୁଣାଦି ଓ ତାଙ୍କୁ ହୃଦୟରେ ଚିନ୍ତନ କର । ହେ ବନ୍ଧୁ ତୁମ୍ଭର ନିକଟ ବିଷୟକୁ ଭାବନା କର ଆଉ କି କହିବି ପଦ ମୁହଁରୁ ଫିଟିଗଲା ପୁଣି ମନରେ ହେଲା ଯେଉଁ ଭଳିରେ ଆପଣମାନେ ଚାଲୁଛନ୍ତି ତାହାତ ନ କହିଲେ ମୁହଁ ରହିବ ନାହିଁ । ବନ୍ଧୁଗଣେ ! ଆପଣମାନଙ୍କର ଗୁଣ, ଛବି ବା ସ୍ୱରୂପ ଚନ୍ଦ୍ରରେ ଦୃଷ୍ଟ କରାଇ ଦିଏଁ । ଅନୁଗ୍ରହ କରି ଚିତ୍ତ ଦେଇ ଶୁଣିବା ହେଉ । ଯେଉଁଟା ମୋର ଜ୍ଞାନରେ ଦେଖି ପାରିଲି ସେହିସବୁ ଯୋଡ଼ାଯୋଡ଼ି କରି ବାୟାପରି ଲେଖି ଦେଲି ଆପଣମାନେ ମନରେ କଷ୍ଟ ବୋଧ ଧାରଣ କରିବେ ନାହିଁ ।

 

ଯାହା ମୁଁ ଦେଖିଲି ସେ କଥା ଯୋଖିଲି ମନରେ ନ ବହିବ ଯେ ପ୍ରାସ ।

ସଂସାର ମଧ୍ୟରେ ଯେମନ୍ତ ପ୍ରକାରେ ଭାବେ ଭ୍ରମାଇଛ ସେ ମାନସ ।

ତୁମ୍ଭ ପ୍ରେମ ଗତି । ଚନ୍ଦ୍ରରେ ବୁଝାଏଁ ତୁମ୍ଭ କତି ।

ମେଷମୁଣ୍ଡ ପ୍ରାୟ କୁଣ୍ଡ ତୁମ୍ଭ ବୃଷ ପ୍ରାୟ ବହିଅଛ ମତି ।୧୪।

 

ଦେଖନ୍ତୁ ସଂସାର ମଧ୍ୟରେ ଯେଉଁପରି ବା ଯେଉଁ ରକମରେ ବିଚାରଶକ୍ତି ଦ୍ୱାରା ମନକୁ ଭ୍ରମାଇ ଅଛ ଓ ଯେଉଁ ପରି ତୁମ୍ଭମାନଙ୍କ ବାଞ୍ଛନୀୟ ଓ ପ୍ରେମ ସହିତ ଯେଉଁପରି ଗମନାଗମନରେ ରତ ହୋଇଅଛ ସେ ସବୁ ଚନ୍ଦ୍ରରେ ବା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ମୀନାଦିରେ ଲକ୍ଷ କରି ଦେଖାଇ ତୁମ୍ଭ ଆଗରେ କହିବାକୁ ଅଗ୍ରସରେହେଲି ଶୁଣିବା ହେଉ । ଦେଖନ୍ତୁ ମେଷ ଯୁଦ୍ଧ ଆପଣମାନେ ଦେଖିଅଛନ୍ତି ଯେଉଁ ପରି ବା ମେଷଙ୍କ ମୁଣ୍ଡକୁ ମୁଣ୍ଡ ପିଟାପିଟିକାଳେ ତାଳି ସଂଖ୍ୟା କରାଯାଏ ଓ କିଭଳି ଆନନ୍ଦ ଜାତ ହୁଏ ତଦନଯାୟୀ ଓ ଆପଣମାନଙ୍କର ତୁଣ୍ଡ କିଭଳି ବୋଲିବେ ଦେଖନ୍ତୁ । ଜଣେ ମନୁଷ୍ୟ ଏକୁଟିଆ ଥିବ ଆଉ ଜଣେ ମିଶିଲେ ଦୁହିଁଙ୍କର ନିଜ ନିଜ ବଡ଼ାଇ ଲକ୍ଷ କରି କଥୋପକଥନ ହେବାଟା ଆପଣମାନେ ତ ଦେଖୁଥିବେ କାହା ବଡ଼ାଇ କେହି ଛାଡ଼ନ୍ତି ନାହିଁ । ଆଣି ପୂର୍ଣ୍ଣ ହୃଦୟରେ ବଡ଼ିମାଦ୍ୱାରା ବଚସା ଯେତେ ଅଭିମାନାଦିରେ ଗଳ୍ପ ଲଗାନ୍ତି ତୁଣ୍ଡ ବ୍ୟଥା ପାଏ କି ଯେ ଭଲ ଦୀର୍ଘ ସ୍ୱରରେ ଗର୍ଜନ ତର୍ଜନ ସହିତ ବାକ୍‌ପଟତା ଦୃଷ୍ଟି କରାଇଲା ସେଠାରେ ସୁଦ୍ଧା ତାଳି ଲକ୍ଷ ହୁଏ ।

ମିଥୁନରେ ମାତି ଥାଅ ଦିବାରାତି କକଡ଼ା ରସକୁକରି ଆଶ ।

ସିଂହପ୍ରାୟ ବଳ ଦେଖାଅ ସକଳ କନ୍ୟାରେ ଲଗାଇଛ ମାନସ ।

ତୁଳଭାବକୁ ଯେ । ଦେଖି ଉଲ୍ଲୁସାୟିଥାଅ ବୁକୁ ।

ବିଛା କନ୍ଦର୍ପ ଭାଙ୍ଗି ତୁମ୍ଭ ଦର୍ପ ବଢ଼ାଉଛି ସେ ନିଜ ଭାବକୁ ।୧୫।

 

ଏଣୁ ଆପଣମାନଙ୍କର ତୁଣ୍ଡ ଓ ମେଷ ମୁଣ୍ଡ ଉଭୟରେ ବିଭେଦ କି ରହିଲା ଆଉ ଦେଖନ୍ତୁ ବୃଷ ଯେକି ଷଣ୍ଢ ତା ମନକୁ ଯାହା ଅଇଲା ତାହା କଲା ବା ତାହାର ଶୋଇବା ରହିବା ସ୍ଥାନ ନିର୍ଣ୍ଣୟ ଥାଏ କି ? ତଦନୁଯାୟୀ ଆପଣମାନଙ୍କର ଚିତ୍ତରେ ଯାହା ଘଟିଲା ତାହାଧର୍ମ୍ମକର୍ମ୍ମ ଶୁଭ ଇତ୍ୟାଦି ସୁଲଭ ଜ୍ଞାନ କଲେ ଆଉ ପୁର୍ବ ସଞ୍ଚିତ ଅଷ୍ଟାଦଶ ପୁରାଣ ସ୍ତୁତିଆଦି ଯାହା ମହଜନମାନେ ସଞ୍ଚୟ କରି ଦେଇଥିଲେ ଏବେ ସେହି ପୁରାଣ ସ୍ମୃତିଆଦି ମହାଜନମାନେ ସଞ୍ଚୟ କରି ଦେଇଥିଲେ ଏବେ ସେହି ପୁରାଣ ସ୍ମୃତିଆଦି ମହାରଣ୍ୟରେ ଭୀମନାଦ କରି ଶୋକ ସହିତ ଅଶ୍ରୁପାତରେ କାନ୍ଦୁଛନ୍ତି । ଆଉ ସଙ୍ଖୁଳିବ କିଏ ଓ କୌଳିକ ସମାଜ ନିୟମ ନିର୍ଦ୍ଦିଷ୍ଟ ହେଉଥିଲେ ସେ ପୂଜା ପାଆନ୍ତେ ତାହାତ ପ୍ରୟୋଜନକୁ ଆସଇ ନାହିଁ ତେଣୁ ନୀରକ୍ଷରେ ଅରଣ୍ୟବାସକୁ ଭଜିଲେ ଭାଇମାନେ ସ୍ଥିରୀକୃତ ସିଦ୍ଧାନ୍ତ ପଦ ସ୍ମରଣୀୟ କିଏ ଅଛି ବା ଚିତ୍ତ ଓ ମତ ଅସ୍ଥିର ଭାବ ଦୃଷ୍ଟି ପଡ଼ିବାରୁ ଷଣ୍ଢ ସଙ୍ଗରେ ଲକ୍ଷ କଲି । ଇଚ୍ଛାନୁଯାୟୀ ଚାଲିବାରୁ ।

 

ପ୍ରିୟବନ୍ଧୁଗଣେ ! ଅଳ୍ପ ଦୃଷ୍ଟି କରନ୍ତୁ ସଂସାର ମଧ୍ୟରେ ତୃତୀୟ ଯେ ମିଥୁନ ତାହା ମୈଥୁନ ବୁଝି ବା ନାରୀ ପୁରୁଷ ଯୁଗକ୍ରିୟାରେ ଚିତ୍ତ ସନ୍ତତରେ ସଚରାଚରେ ପ୍ରତିଷ୍ଠିତ ଥିବା ଦୃଷ୍ଟି ହୁଏ କି ନାହିଁ ଯେଉଁ ସମୟରେ ମନ୍ଦର ଧରା ନବଯୌବନା କଟାକ୍ଷଭୁ ଭଙ୍ଗି ସହିତ ଦୃଷ୍ଟି ପଡ଼େ ସେ ସମୟରେ ସଂଳାପାଦି କି ସିଦ୍ଧାନ୍ତପଦ କି ନିୟମ ଦୃଷ୍ଟି ପଡ଼େ କି ? ସବୁ ବିଲୋପ ହୋଇ ସର୍ବଗୁଣ ଆକାର ସେହି ପ୍ରେମାଙ୍ଗିନୀ ହୃଦୟରେ ଚିତ୍ତ ଭସାଉଥାଏ ବା ରାତ୍ର ବା ଦିବସ ତିଳେ ତା ସ୍ନେହ କାରାବାସରୁ ମୁକ୍ତିହେବା ଉପାୟ ଖୋଜୁଥାଅ କି ? ନା ଭାଇ ! ସେଥିକି ଉପାୟ ଅପ୍ରାପ୍ତ କିନ୍ତୁ ବିଧାନାଦି ପ୍ରଣାଳୀ ତହିଁରେ ମଧ୍ୟ ଅଛି । ଥିଲେ କଅଣ ହେବ ସେହି ପ୍ରଣାଳୀ ମହାସାଗରରେ ଭାସୁଅଛି ଟାଣି ରଖିବା ଲୋକପୁଅ କିଏ ତାହା ମୋର ଅଦୃଶ୍ୟ ବୁଝାଏ ଆଉ ଦେଖ ଏହା କି ନିରନ୍ତର ଥିବା ତାହା ନୁହେ ଚତୁର୍ଥ ଯେ କକ୍କଡ଼ ଅର୍ଥାତ୍‌କର୍କ୍କଟ କକଡ଼ାମାସ ହେଲେ ବୀରମୂର୍ତ୍ତୀ ଧାରଣ କଲେ । ଯେଉଁ ସମୟରେ ପ୍ରସବ କରେ ତହୁଁ ପଞ୍ଚତ୍ୱ ଲଭେ । ତଦନୁଯାୟୀ ଯୌବନବସ୍ଥା ତରଙ୍ଗ ଥିବା ପର୍ଯ୍ୟନ୍ତେ ତରଙ୍ଗ, ନାଶରେ ଯେଉଁ ଶୋକାବସ୍ଥା ପ୍ରବେଶ ତାହା ତ ଅନାଉଁ ଅଛ । ବୁଝିଲେ ପଞ୍ଚତ୍ତ୍ୱରୁ ବଳିକରି ଆମ୍ଭେ ସମସ୍ତେ ସେହି କକ୍ଡ଼ା ବୀରତ୍ୱ ବା ଉତ୍ସାହିତାକୁ ଆଶା ରଖି ପଞ୍ଚମ ଯେ କି ସିଂହ ଅର୍ଥାତ୍‌ସଂହତ୍ୱଗୁଣ ବା ମୁକାରପଦ ମୁଁ ଜାଣିବା ଗୁଣଜ୍ଞ ଓ ମୁଁ ଯୌବନ ଓ ସର୍ବୋତ୍କୃଷ୍ଟ ରୁପବାନ୍‌କୁହାଇ ଷଷ୍ଠ ଯେ କନ୍ୟା ବା ନବକିଶୋରୀଙ୍କଠାରେ ମନ ଚୈତନକୁ ବନ୍ଧା ଦେଇ ସ୍ମରଣୀୟପାତ୍ର ଜ୍ଞାନ କରୁଥାଅ । ଓ ତୁଳ ଯେ ବ୍ୟାପାରାଦି ଅର୍ଥାତ୍‌ସ୍ୱ ସ୍ୱ ବିଭୁତି ହୃଦୟରେ ଲକ୍ଷ କରି ଗର୍ବ ଧାରଣ ମୁଣ୍ଡ ଟେକି ଚାଲୁଅଛି ଓ ବିଭୁତିରସରେ ଜଡ଼ିତ ହୋଇ ଅହୋରାତ୍ର କାଳକର୍ତ୍ତନ ଘଟାଇବାର ବାଞ୍ଛାନୀୟ ହୋଇ ଚଳିଲା । ସରିକି କାଳାନୁଯାୟୀ ସପ୍ତମ ଯେ ବିଛା ବା ବୃଶ୍ଚିକ ଦର୍ଶନ କଲ ଯେଉଁ ବିକଳତା ଭୋଗ କରାଏ । ତଦ୍ରୁପ କାମ ନାମକ ବିଛା ଦେହରେ ଘାତ କରି ବିକଳତାରେ ତୃତୀୟଚନ୍ଦ୍ରକୁ ଭୋଗ କରାଉଅଛି । ଭାଇମାନେ ! ସେହି ଦର୍ପଦଳନ କନ୍ଦର୍ପ ଇଚ୍ଛାଧୀନରେ ରଖି ତାହାର ମାନସ ପୁର୍ଣ୍ଣ କର୍ତ୍ତା ହୁଏ ଓ ନିଜଗୁଣକୁ ଉତ୍କୃଷ୍ଟତା ଦେଖାଇ ନିଜର ଭାବକୁ ବୃଦ୍ଧି କରାଉଅଛି କିନ୍ତୁ ଦେହାଦି ନାଶକ ବୁଝ । ସୁଗମରେ ଥିଲେ ସଂସାର ଉତ୍ପତ୍ତିକର୍ତ୍ତା ଓ ପ୍ରବଳତା ବା ନିଗମ ନିରଙ୍କଶରେ ଚଳଇଲେ ସର୍ବନାଶର ମୂଳ ହେତୁ କରେ ।

 

ଧନୁର ପ୍ରଚାର ଭାବିଲେ ମୋହର ସଂଶୟ ହେଉଥାଇ ଯେ ମନେ ।

ଯେଉଁ ପ୍ରକାରରେ ସଂସାର ମଧ୍ୟରେ ବିହାର କରୁଛ ରାତ୍ରଦିନେ ।

କର ବିବେକ ଯେ । ଚତୁର୍ଦ୍ଦଶ ସାକ୍ଷ ମନୁଷ୍ୟ ବାକ୍ୟ ।

ସେ କଥାକୁ ଭାଳି ଏ ପଦ କହିଲ ଧର୍ମଶାସ୍ତ୍ରକୁ ଯେ ଥରେ ଦେଖ ।୧୬।

 

ଦେଖି ତୁମ୍ଭ କର୍ମ ଧନୁ ଧରି ଯମ ତୁମ୍ଭ ସଙ୍ଗେ ରହେ ଅନୁବରେ ।

କର୍ମ ଅନୁସାରେ ତୁମ୍ଭ ଅଗ୍ରତାରେ ବିନ୍ଧ ମାରି ବେଉଅଛି ସନ୍ତରେ ।

ମାୟାସାଗର ଯେ । ଦେଖୁଅଛ ଏହି ଯେ ସଂସାର ।

ମକର ହୋଇ ତୁମ୍ଭକୁ ଏ କରୁଅଛି ସେହି ସେ ଆହାର ।୧୭।

 

ଓ, ହୋ, ଭାଇମାନେ ! ନବମ ଯେ ଧନୁ ତା କଥାଟି ମନେ ପଡ଼ିଲେ ଡ଼ର ମାଡ଼ୁଛି । କେମନ୍ତ ବଳିବ ଦେଖନ୍ତୁ ଯେଉଁ ଭାବନାରେ ଆମ୍ଭେମାନେ ଚଳିବା ଯେଉଁ ଭାବକୁ ଧ୍ୟାଇ ଜଳମଣ୍ଡଳରେ ବିହାର ଯାତ୍ରା କରୁଥାଇଁ ସେହିସବୁ ରାତ୍ରଦିବସ ବିଜ୍ଞାନ ସହିତ ବିଚାର କର ଯେ ଶମନାଧିପ ଧନୁ ଧରି ଆମ୍ଭ ସଙ୍ଗେ ସଙ୍ଗେ ରହିଅଛି କର୍ମାନୁଯାୟୀ କାଣ୍ଡ ପ୍ରହାରି ମାରିଦେଇ କର୍ମାର୍ଜିତ ଫଳରେ ଯୋଗ କରାଉଅଛି । ଆପଣମାନେ ମନୁଶାସ୍ତ୍ର ଦେଖନ୍ତୁ, ସେହି ଯମରାଜା ନିଜର ସଫାଇ ଦେବା ପାଇଁ ଚତୁର୍ଦ୍ଦିଶ ସାକ୍ଷ୍ୟ ନିର୍ଦ୍ଦିଷ୍ଟ ରଖିଅଛି । ଏହା କହିଲେବେଳକୁ ଦୁଃଖ ବୋଧ ଲଭି ଜଣାଇ ଦେଲି । ଯେ ଆପଣମାନେ ଧର୍ମଶାସ୍ତ୍ର ଦେଖିବା ହେଉ । ଓ ଏଥୁଅନନ୍ତର ଏହି ଯେ ପୃଥିବୀ ମାୟାସାଗର ତନ୍ମଧ୍ୟରେ ଦଶମ ଯେ ମକର ବା ନକ୍ର ତାହା ଏହି ସଂସାରକୁ ଲକ୍ଷ କର ।

କୁମ୍ଭକୁ ଯେ ଦେଶ କରିଣ ବିବେକ କୁମ୍ଭେ ଜଳ ପୁର୍ଣ୍ଣ ରହୁଥାଏ ।

ଢ଼ଳିଗଲେ ଜଳ ହେଲେ ରସାନ୍ତଳେ ଆଉ କି ସେ କୁମ୍ଭ ଶୋଭାଯାଏ ।

ଏହି ଜୀବନ ଯେ । କୁମ୍ଭେ ଜଳ ପୂର୍ଣ୍ଣ ପ୍ରାୟ ନାଶ ।

ଯେବେ ତଳିଯିବ ଆଉ ନଚାହିଁବି ଚମତ୍କାର ମାୟା ଏ ଭୁବନ ।୧୮।

 

ମୀନ ପ୍ରାୟେ ମକ କରି କରି ଛନ୍ନ ଛନ୍ନ ଭ୍ରମୁଛି ମହା ଏ ଘୋରବନ ।

ହୋଇଣ ପ୍ରସନ୍ନ ବିଚାରୁଛ ପୁଣ ଲୁଟି ନେଉଛ ଏ ଇନ୍ଦ୍ରାସନ ।

ସବୁ ଅନିତ୍ୟ ଯେ କ୍ଷଣକେ ସବୁ ହୋଇବ ହତ ।

ଦୁର୍ଲ୍ଲଭ ଶରୀର ହେବ ନାରଖାର ମିଛ ହୋଇଯିବ ଏଜନ୍ମତ ।୧୯।

 

ଯେଉଁପରି ବକ୍ର ପ୍ରସବ କରି ସୁନ୍ତାନଙ୍କୁ ଭକ୍ଷଣ କରେ ତଦନୁଯାୟୀ ଏହି ସଂସାର ଉତ୍ପତ୍ତି କରାଇ ଭକ୍ଷଣ କରୁଅଛି ଓ ଦେଖ ଏକାଦଶ ଯେ କୁମ୍ଭ ତାହା ଏହା ବୁଝ,ଏକ କୁମ୍ଭରେ ନୀର ପୂର୍ଣ୍ଣକରି ଥୋଇଲେ ତହିଁରେ ଆକାଶାଦି ଛାୟା ଓ ନିଜର ପ୍ରତିବିମ୍ବ ସୁଦ୍ଧା ବୃଷ୍ଟି ପାଉଅଛି ମାତ୍ର ଉକ୍ତ ଜଳପୂର୍ଣ୍ଣ ଥିବାବେଳେ ଯେଉଁଭଳି ଶୋଭାକୁ ବା ମାନନୀୟ ହୁଏ ସେହି କୁମ୍ଭ ପୃଥିବୀରେ ତଳିଗଲେ ସେହି ନୀର ଗୋଟାଏ ଉକ୍ତ କୁମ୍ଭରେ ପୁରାଇବାର ବଳ ହୁଏ କି ? ବା ବୃକ୍ଷ ଯେଉଁ ସମୟରେ ପଲ୍ଲବିତ ଥାଏ ତାହା ସୌନ୍ଦର୍ଯ୍ୟ ତା ଆଭା ପ୍ରତିଭା କେଉଁପରି ଦୃଷ୍ଟି କି ଆସେ ଓ କୁଠାରରେ ଛେଦନ କରି ଭୁମିଶାୟୀ ହେଲେ ଯେଉଁ ପରି ଅଶୋଭା ଦୃଷ୍ଟି କରୁଅଛି ତଦନୁଯାୟୀ ଏହି ଶରୀର ରଖ । ବୁଦ୍ଧିମାନେ ! ମୀନ ଯେଉଁପରି ଅଗାଧମନରେ ଚଞ୍ଚଳତା ଧାରଣ କରି ବିହାର କରୁଅଛି ତଦନୁଯାୟୀ ଆପଣମାନେ ମାୟାବନରେ ଭ୍ରମଣ କରୁଅଛି । ଏହି ବନର ପର୍ଯ୍ୟନ୍ତ ନାହିଁ ବୁଧଜନେ ଆପଣମାନେ ଭାବୁଛନ୍ତି କି ଆମ୍ଭେ ବିଭୁବି ପ୍ରାୟ ହୋଇ ମହା ସୁଖରେ ରହିଅଛି । କିନ୍ତୁ ଭାଇ ! ଏହା ଚିତ୍ତ ନୋହେ ।

 

କହିଲ ଯେତେକ ହୃଦୟେ ତାରଖ କରିଣ ବିବେକହୃଦେ ଧ୍ୟାୟି

ବିଚାରିବ ତହିଁ ଜ୍ଞାନ କୃତ ହୋଇ ସଂସାର ବୃକ୍ଷ ଏ ଅଟଇ ।

ଏହି ବୃକ୍ଷରେ ଯେ ଫୁଟିଛି କୁସୁମ ଦେଖ ଥରେ

ବୁଝିପାର ଯେବେ ଯେ ପୁଷ୍ପକୁ ତେବେ ତୋଳି ନେଇ ରଖ ହୃଦ୍‌ପରେ ।୨୦।

 

ସେ ଯେଉଁ ପୁଷ୍ପର ବାସନା ପ୍ରଚାର କି କହିବ ତା ତୁମ୍ଭ ଆଗେ

ଦେବତାଗଣେ ପାଇବା କାରଣେ ଜଗିବସିଛନ୍ତି ସେ ସରାଗେ ।

ମାଳି ଜଗିଛି ଯେ । ତୋଳି ବିକି ନିଏ ବାଛି ବାଛି ।

ଦୁଇ ଜାତି ଫୁଲ ବିକଇ କେବଳ ପାତ୍ର ଜାଣି ଫୁଲ ସେ ଦେଉଛି ।୨୧।

 

ଏ ଅନିତ୍ୟ ସଂସାର ସର୍ବେବ ଦେହାଦି ହେତୁ କର । ଭାଇମାନେ ! ଏହି ଆଶ୍ଚର୍ଯ୍ୟ ସ୍ୱରୁପ ଆନନ୍ଦବିହାର ଯାହା ତୁମ୍ଭର ଦୃଷ୍ଟିରେ ଦେଖୁଅଛ କ୍ଷଣକ ମଧ୍ୟରେ ସର୍ବେବ ଏପରି ବିଲୋପ ହୋଇ ଯିବ ଯେ ଆଉ ତାହାର ଚିହ୍ନ ବର୍ଣ୍ଣ କିଛି ପାଇ ପାରିବ ନାହିଁ ମାତ୍ରକେ ହେ ବନ୍ଧୁ ଗଣେ ଦେଖୁଚ କ୍ଷଣକେ ନଷ୍ଟ ହୋଇଗଲାରୁ ଏହି ଦୁର୍ଲ୍ଲଭ ଶରୀର ମୃତ୍ତିକାମୟ ମୃତ୍ତିକାରେ ମିଶି ଏହି ସଂସାର ମିଥ୍ୟାମୟ ସ୍ୱପ୍ନ ଦୃଷ୍ଟି ମିଛପରି ସବୁ ଲକ୍ଷ ହେବ । ମଉ ତୁମ୍ଭମାନଙ୍କର ବର୍ତ୍ତମାନକାଳୀନ ବ୍ୟବସ୍ଥା ଦେଖାଇବ କି ? ବିଚାର କର ଦେହ ମିଥ୍ୟା ଜଗତ୍‌ମିଥ୍ୟା ମାୟା ମିଥ୍ୟା ଦୃଢ଼ତ୍ୱଜ୍ଞାନରେ ଦୃଷ୍ଟି କର । ଭାଇମାନେ! ଯେତେ ଗୁଡ଼ିଏ ବିଷୟ ଜଣାଇଲି ତାହା ସବୁ ହୃଦୟରେ ରଖି ବିବେକ ବଳଦ୍ୱାରା ହୃଦୟରେ ଧ୍ୟାନ କରିବ ହେଉ । ଜ୍ଞାନ ହୃଦୟରେ ଧ୍ୟାନ କରି ବିଚାର କରିବେ ଯେ ସଂସାର ନାମକ ବୃକ୍ଷ ଯାହା କହିଅଛି ତାହା ନିଶ୍ଚୟ ଅଟେ ।

 

ଏହି ବୃକ୍ଷରେ ଯେଉଁ ପୁଷ୍ପପ୍ରସ୍ଫୁଟିତ ହୋଇଅଛି । ତାହା ବାରେ ଅନାଅ ଯେବେ ଲକ୍ଷ କରି ପାରିବ । ତେବେ ସେହି ପୁଷ୍ପକୁ ତୋଳି ନେଇ ହୃଦୟରେ ବା ମସ୍ତକରେ ରଖିବ ଭ୍ରାତୃବୃନ୍ଦ ! ସେହି ପୁଷ୍ପର ବାସନା ପ୍ରକାଣ୍ଡ ବା ସୁଗନ୍ଧ ସୁମଧୁର କି ଦୁର୍ଗନ୍ଧ ତାହା ତୁମ୍ଭ ଆଗରେ କଣ ଜଣାଇବି । ଯେଉଁ ବାସନା ଏପରି ସୁବାସିତ ଦୁର୍ଗନ୍ଧ ତାହା ତୁମ୍ଭ ଆଗରେ କଣ ଜଣାଇବି ।

 

ଯେ ଚିହ୍ନି ପାରିବ ଫୁଲ କିଣି ଭ୍ରମ ଯିବ ତାରପାଖେ ଗଲେ ।

ବଡ଼ ଝଣ୍ଡପଣେ ବସଇ ନିର୍ଜନେ ଭ୍ରମାଇ ଦିଏ ପାଖେ ରହିଲା ।

ଦେଖ ତାହାର ଯେ । ବନମାଳୀ ନାମ ସେ ପ୍ରକାର ।

ଯେଉଁ ଫୁଲ ଇଚ୍ଛା ଳଭିବାକୁ ରକ୍ଷା କରିଛ ଯାଅ ସେ ମାଳିଘର ।୨୨।

 

ସେ ମାଳୀ କିଙ୍କର ଭଜେ ନିରନ୍ତର ତାଙ୍କ ପଦ୍ମପାଦେ କରି ଅଶ ।

ଏସବୁ କହିଲ ଯାହା ବୁଝିଥିଲ ମନରେ ନ ବହିବ ଯେ ହାସ ।

କଳଇ ପ୍ରକାଶ ଯେ । କ୍ଷମା କରିବ ମୋହର ଦୋଷ ।

ତୁମ୍ଭ ସଙ୍ଗେ ଥାଏ ଗୀତରେ ଜଣାଏଁ ଦୀନହୀନ ଏ ବିହାରୀ ଦାସ ।୨୩।

 

ଯେଉଁ ପୁଷ୍ପ ବାସନା ଏପରି ସୁବାସିତ ଦୁର୍ବାସିତ ଯେ ଦେବତାଗଣେ ଓ ବକ୍ଷେଗଣେ ପାଇବା ପାଇଁ ପ୍ରେମାଭିକ୍ତରେ ଉକ୍ତ ବୃକ୍ଷ ଅନାଇ ଗିବସିଛନ୍ତି ପାଇ ପାରନ୍ତି ନାହିଁ । କାରଣ ସେ ବୃକ୍ଷ ମୂଳରେ ବୃକ୍ଷର ବୃକ୍ଷରକ୍ଷିକା ମାଳୀ ପ୍ରାପଣିକ ସ୍ୱଭାବ ଧରିଛନ୍ତି ଓ ପୁଷ୍ପ ବାଛି ଭଲ ଭଳ ବାଛିକରି ତୋଳି ବିକିନିଏ । କିନ୍ତୁ ଦୁଇଜାତି ଫୁଲ ପ୍ରୁସ୍ଥୁଟିତ ସାହି ଦୁଇଜାତି ଫୁଲ ବିକେ ତାହା ସୁଦ୍ଧା ସମସ୍ତଙ୍କୁ ନ ଦିୟେ ପାତ୍ର ଫୁଲ ପ୍ରଦାନ କରେ । ହେ ସତ୍ୟାଗଣେ ! ଯଦି ଆପଣଙ୍କମାନଙ୍କର ସେହି ଫୁଲ ପାଇବାକୁ ଇଚ୍ଛା ଥାଏ ତେବେ ଯେଉଁ ଲୋକ ଫୁଲ ଚିହ୍ନିବ ସେ ଜାଣିବାକୁ ଯିବ ।

 

ଆହା ! ମନେ ତ ପଡ଼ିଲା ଗୁରଜ୍ଞଜନେ ! କିଣି ଯିବାକୁ ମୁହଁରେ କହିଲ କହିକରି ଭାବିତରେ ଭାଳି ବସିଲେଣି କଣ ହେଲା ବଳିବ ଦଖାନ୍ତୁ ସେ ଯେଉଁ ମାଳୀ ବଡ଼ ଖଣ୍ଡ ଓ ଅନେକ ପ୍ରକାରର ଜନ ମନକୁ ହରଣ କରି ଭ୍ରମାଇବାର କଥାଟା ଉତ୍ତମ ପ୍ରକାରେ ଶିଖିଅଛି ଯେ ଯାଉଛନ୍ତି ସମସ୍ତେ ଭ୍ରମି ଭ୍ରମି ଯାଇସାରିଲେଣି ଓ ଯାଉଛନ୍ତି ଯିବେ ସୁଦ୍ଧା ସେ ସବୁ ବୁଝି ସତର୍କରେ ଯିବ ନହେଲେ ଭ୍ରମିଯିବଟି ସେହି ମାଳୀ ନାମଟି କହି ଦେଉଛନ୍ତି ତାହାର ନାମ ବନମାଳୀ ବଳି ପ୍ରଚାର ବା ବିଖ୍ୟାତ ଯେଉଁ ଫୁଲ ନେବା ପାଇଁ କୁମ୍ଭ ଇଚ୍ଛା ବା ଲଭିବାକୁ କକ୍ଷା କର ହେଲେ ସେହି ମାଳିର କୋୟର ଚାକରି ଉତ୍ସାହୀ ଭକ୍ଷକ ସନ୍ତତରେ ମୁଁ ନିର୍ବୋଧାତ୍ମା ଅଟେ ଓ ସେହି ମାଳିକ ଗୁଣ କୀର୍ତ୍ତି ସ୍ମରଣ କରି ଓ ସେହି ମାଳିଙ୍କ ପାଦପଦ୍ମରେ ଆଶା ରଖି କାଳ କର୍ତ୍ତକ କରେଁ । ସଭ୍ୟବୃନ୍ଦେ ! ମୁଁ ନିର୍ବୋଧ ଯାହା ବୁଝିଥିଲି ତାହା ସବୁ ଜଣାଇ ଦେଲି ଜଣାଇବାରେ କେତେ ନିଷ୍ଠୁର ବାକ୍ୟ ବା କର୍ଣ୍ଣକଟୁ ହୋଇଥିବ । ବିମନା ନ ହୋଇ ସୁମନା ହେବେ ଭଦ୍ରେ ! ଯାହା ସବୁ ବିତଣ୍ଡ ଆରେ ଜଣାଇ ଦେଲି ହାତଯୋଡ଼ି ମାଗୁଅଛି ହାସ କରାଇବେ ନାହିଁ ଓ ଦୋଷାଦୋଷ ମୋର କ୍ଷମା କରିବେ । ମୁଁ କ୍ଷମା ମାଗୁଅଛି ମୋର କ୍ଷୁଦ୍ର ନାମ ଦୀନହୀନ ବିହାରୀଦାସ ବୋଲି ପ୍ରମାଣିତ ଗଣ ପ୍ରମାଣ କରିଅଛନ୍ତି । କୁମ୍ଭ ସଙ୍ଗରେ ଥାଏଁ କିନ୍ତୁ ଜଣାପଡ଼ି ବାଟା ପଦ୍ୟ ଯୋଜନା କରି ଜଣାଏଁ ।

 

ରାଗ କେଦାର କାମୋଦୀ ।

ମନଚୈତନ୍ୟ ସମ୍ପାଦ ।

 

ସିଦ୍ଧାନ୍ତ ପଦ ବୁଝି ଭାବରେ ମନ ।

ସିଦ୍ଧି ଭାବୁକି ଏହା ମାୟାଭୁବନ ଯେ ।୧।

 

ଧିଆନ କରୁଅଛୁ ଯେତେ ପଦାର୍ଥ ।

ଧିକ୍କାର କରି ସବୁଏ ଅଟେ ବ୍ୟର୍ଥ ଯେ ।୨।

 

ରସ ପାଇଣ ସବୁ ଦେହ ପାସୋରି ।

ରବି ସଂସାର ମାୟା ଜାଣି ନ ପାରି ଯେ ।୩।

 

ସ୍ତୁତିଦାନ ପାଇଣ କାଳ ନ ହେଜି ।

ସ୍ତୁତି କରି ଭ୍ରମୁଛି ମିଛେ ଗରଜି ଯେ ।୪।

 

ଅନିୟମ କାହିଁକି ଭାବୁରେ ମନ ।

ଅରଣ୍ୟ ଏହି ଅଟଇ ମାୟାଭୁବନ ଯେ ।୫।

 

ଆସିଛୁ ତୁହି କେତେ ସୁକୃତ କରି ।

ଆଶା ନ ରଖୁଅଛୁ ସେକାଳ ସୁରି ଯେ ।୬।

 

ଇହ ଜନ୍ମକୁ ସାର ଭାବି ସ୍ୱ ଚିତ୍ତ ।

ଇତସ୍ତତଃ ଭ୍ରମୁଛି ହୋଇ ଉନ୍ମୁତ୍ତ ଯେ ।୭।

 

ଇଚ୍ଛାରେ ସବୁକାଳେ ଜୀବିତ ଥିବା ।

ଇଚ୍ଛାନୁସାରେ ଧନ ରଖି ଭୁଞ୍ଜିବା ଯେ ।୮।

 

ଉଦ୍‌ଯୋଗେ ଲାଗି କରୁ ଧନ ସଞ୍ଚୟ ।

ଉଡ଼ାଇ ନେଉଛି କେ କର ତୁ ଲୟ ଯେ ।୯।

 

ଊଣା ପଡ଼ିବା କଥା ନ ହୁଏ ଜଣା ।

ଉଠୁଅଛି ତରଙ୍ଗ ପ୍ରେମ କାମନା ଯେ ।୧୦।

 

ରୁପବତୀ ଚାହିଁଣ ପାସୋରୁ ।

ରୋପଣ କରୁଅଛି ସ୍ନେହ ସୁଚାରୁ ଯେ ।୧୧।

 

ରୋପିଲୁ କାହାବଳେ ଦେଖ ତୁ ଥରେ ।

ରୁଷି ବସିବୁ ଭାବ ଅଭାବ ଘରେ ଯେ ।୧୨।

 

ଅଚି ରହିଛି ତୋରଠାରେ ତା ଚାହାଁ ।

ଅଚି ବୁଲୁଛି ହୋଇ କରି ଦୋରହା ଯେ ।୧୩।

 

କାଇଚ ସ ନୁହେଁ ଦେଖୁଚ ସବୁ ।

ଚି ପାରିବୁ ବିନା ତାର ପ୍ରଭାବୁଁ ଯେ ।୧୪।

 

ଏହି କାଳରେ ହେଜି ପାରିଲେ ତାହା ।

ଏହା ଥିବ ସା ସବୁ କାଳକୁ ଚାହାଁ ଯେ ।୧୫।

 

ଐଳୁ ଏ ଘଟ ପାଇ ଭ୍ରମୁଛି ଏକା ।

ଐଶ୍ଚର୍ଯ୍ୟ ପାଇ କୁହି ହେଉ ତାଟକା ଯେ ।୧୬।

 

ଓଜଃ ପାଇଣ କୁହି ଓ ଗରେ ବାସ ।

ଓଜ ସ୍ଥଳ ଦେଖାଉ ଓଁ କାର ନାଶ ଯେ ।୧୭।

 

ଔତ୍ପାତିକ ସ୍ମରଣ ବୁଲୁ ସଂସାର ।

ଔଜଳ୍ୟ କାହୁଁ ହେବ କର ବିଚାର ଯେ ।୧୮।

 

ଅନନ୍ତ ମାୟା ଏହା କଳି କି ପାରୁ ।

ଅନ୍ତର୍ଯ୍ୟାମୀ ପୁରୁଷ ତହିଁ ସେ ଗୁରୁ ଯେ ।୧୯।

 

ଅନ୍ତଃକରଣେ ଯେତେ ଭାବି ଦେଖିବୁ ।

ଅନ୍ତଃ କାଳକୁ ଫଳ ପାଇ ଚାଖିବୁ ଯେ ।୨୦।

 

କହୁଛି ମନ ଏହା ବୁଝରେ ବାୟା ।

କରମ ବୋଲି ସବୁ କରୁଛୁ ଯାହା ଯେ ।୨୧।

 

ଖାଇଣ ମାୟମଦ ହୋଇ ଅଚେତ ।

ଖଣ୍ଟ କର୍ମ ଆବରି କରୁ କୁ ନୃତ୍ୟ ଯେ ।୨୨।

 

ଗୁରୁ -- ବୋଲିଣ ଯେଉଁ ପଦାର୍ଥ ଅଛି ।

ଗମିବୁ ହୃଦେ ସାକ୍ଷ୍ୟ ପ୍ରାୟ ରହିଛି ଯେ ।୨୩।

 

ଘଟ ପାଇଣ ଦେଖୁ ମାୟା ସଂସାର ।

ଘଟାଇ ନ ପାରୁଛୁ କେ ଦେଲା ଘର ଯେ ।୨୪।

 

ଉଇଁ ଆସିବା ଦେଖି ପୁର୍ଣ୍ଣିମୀ ଜହ୍ନ ।

ଉଆଁସ ପ୍ରାୟ ଏହା ହେଉଛି ଜଣ ଯେ ।୨୫।

 

ଚମତ୍କାର ଭୁବନ ଦେଖିଣ ଏହା ।

ଚକିତ ହୋଇ ବୁଝି ନ ପାରୁ ତାହା ଯେ ।୨୬।

 

ଛାଡ଼ି ଆସିଛୁ ଯେଉଁ ସ୍ଥାନ ତୋହର

ଛାଡ଼ିଲେ କିନା ଆଉ ଦେଖୁ ସେ ଘର ଯେ ।୨୭।

 

ଜଗତ ବୋଲି ଯେଉଁ ହାଟ ବସିଛି ।

ଜାଗ୍ରତ ହେଲ ତାହା ଶାଭା ଦିଶୁଛି ଯେ ।୨୮।

 

ଝିମିଟିକି ଏ ଘଟ ଅନ୍ତର ହେବ ।

ଝଲମଲ ଝଲିବା ଆଉ କି ଥିବ ଯେ ।୨୯।

 

ନିୟମ କରି ଏହା କହେଁ ତୋ ଆଗେ ।

ନିଶ୍ଚୟ ଗୁରୁପାଦ ଭଜ ସରାଗେ ଯେ ।୩୦।

 

ଟାଣି ଧରିଛି ଧନୁ ଦେହରେ ଯମ ।

ଟାକି ରହି ଦେଖ ତୁ କଲା କରମ ଯେ ।୩୧।

 

ଠଉରାଇ ନ ପାରି ଭ୍ରମୁଛୁ ଏକା ।

ଠଣା ପାଇଣ ନ ପାଉ କିପାଁ ଦକା ଯେ ।୩୨।

 

ଡ଼ୋଳର ଦେଖୁଅଛୁ ଏହି ସଂସାର ।

ଡ଼ାଆଣୀ ହୋଇ ଗ୍ରାସୁଅଛି ଏ ଘର ଯେ ।୩୩।

 

ଢମାଳି କଥାରେ ତୁ ହେଉଁ ଆନନ୍ଦ ।

ତାଙ୍କି ଦେଖ ତୁ ଏହା ଶୋଭା କି ମନ୍ଦ ଯେ ।୩୪।

 

ଅଣ ଆୟତ୍ତ ହେଲୁ ସଙ୍ଗ ନ ପାଇ ।

ଅଣିମା ଚାହିଁ କିନା ଭ୍ରମୁଛି ମହୀ ଯେ ।୩୫।

 

ତରଙ୍ଗ ଲହଡ଼ା ମାରୁଅଛି କାମ ।

ତାହା ଦେଖିଣ ଭୁଲିଗଲୁ ସେ ଧାମ ଯେ ।୩୬।

 

ଥୟ କାହୁଁ ପାଇବୁ ସ୍ଥିର ନ ହେଲେ ।

ଥକା ହୋଇ ଭ୍ରମିଲେ ଆଣିବ ତୁଲେ ସେ ।୩୭।

 

ଦକା ଦିଅନ୍ତି ଦୁଷ୍ଟେ ସଙ୍ଗେ ଥାଇଣ ।

ଦଉଡ଼ି ବାନ୍ଧି ଓଟାରୁଥାନ୍ତି ପୁଣ ଯେ ।୩୮।

 

ଧଇର୍ଧ୍ୟ ଧଇଲେ ତୁ ପାଇବୁ ଲାଭ ।

ଧଳାରୂପ ଦେଖି ଚାହାଁ ବିଭବ ଯେ ।୩୯।

 

ନଗଦି ଯେତେ ଜୀବ ଏହା ବିଚାରୁ ।

ନିର୍ଗତ ହେଉଛନ୍ତି ତାଙ୍କ ଗର୍ଭରୁ ଯେ ।୪୦।

 

ପରକାଳରେ ସେହି ସ୍ଥାନରେ ଭେଟ ।

ପ୍ରକାଶ ହେବ ତୋର କଲା ଅଦୃଷ୍ଟ ଯେ ।୪୧।

 

ଫଳ ପାଇବୁ ଯାହା କରିଣ ଥିବୁ।

ଫେରି ଆସିଣ ଅନ୍ୟ ଘଟ ଚାହିଁବୁ ଯେ ।୪୨।

 

ବିକାଶ ହେବୁ ଏହି ସଂସାର ପରେ ।

ବିଶ୍ୱ ଦେଖିବୁ ଆସି ସେହି ରୂପରେ ଯେ ।୪୩।

 

ଭଲକରି ବୁଝିବୁ ଏହା ତୁ ଦେଖ ।

ଭୁତମାତ୍ରକେ ନରଜନ୍ମ ଅଲେଖ ଯେ ।୪୪।

 

ମନୁଆଦି ଯେ ଥିଲେ ଭାବ ଏ ସ୍ଥଳେ ।

ମାରିଣ ଦୁଷ୍ଟଙ୍କୁ ସେ ଚିର ହୋଇଲେ ଯେ ।୪୫।

 

ଜନ୍ମ ମରଣ ଏହା ଜାଣ ନିଶ୍ଚୟ ।

ଜଗମୋହନ ମାୟା ସବୁ ଅଥୟ ଯେ ।୪୬।

 

ରକ୍ଷକ ହୋଇଣ ଯେବଣ ପୁରୁଷ ।

ରଖି ନ ପାରୁ ତାଙ୍କ ହୃଦେ ବିଶ୍ୱାସ ଯେ ।୪୭।

 

ଲବେ ହେଲେ ତାଙ୍କୁ କୁ ନ ପାରୁ ସ୍ମରି ।

ଲୋଭମାୟା ମୋହରେ ଦିବା ଶର୍ବରୀ ।୪୮।

 

ବିକାଶ ହୋଇ ଭ୍ରମୁଛି ଏହି ବନ ।

ବିସ୍ମୟ ବହି ହେଉଛି ଛନ୍ନଛନ୍ନ ଯେ ।୪୯।

 

ସବୁ ଛାଡ଼ିଣ ଏବେ ପଶ ଶରଣ ।

ସର୍ବେଶ୍ୱର ଈଶ୍ୱର ପାଦକୁ ଘେନ ଯେ ।୫୦।

 

ଷଟ୍‌ପ୍ରଜ୍ଞ ଧ୍ୟାୟି ଏବେ କର ବିଚାର ।

ସଦାକାଳେ ଅକ୍ଷୟ ହେବୁ ଏଠାର ଯେ ।୫୧।

 

ସକଳ ଜଳ ସ୍ଥଳ ଆଦିରେ ପୁର୍ଣ୍ଣ ।

ସାକ୍ଷାତେ ସେ ପୁରୁଷ ଅଚ୍ଛଇ ଜାଣ ଯେ ।୫୨।

 

ହରଣ କରନ୍ତି ଅଶେଷ କିଳ୍ବିଷ ।

ହରିନାମକୁ ହୃଦୟରେ ତୁ ଘୋଷ ଯେ ।୫୩।

 

କ୍ଷୀରାର୍ଣ୍ଣବ ଶୟନ ସେ ଯେ ପୁରୁଷ

କ୍ଷମା ମାଗୁଛି ତାଙ୍କୁ ବିହାରୀ ଦାସ ଯେ ।୫୪।

 

ଦଶ ଅବତାର ।

ରାଗ କଦାରକାମୋଦୀ ।

 

କ୍ଷିରାବ୍ଧି ସୁରାପତି ସେ ଯେ ପୁରୁଷ ।

ଖ୍ୟାତ ତ୍ରିପୁର କର୍ତ୍ତା ସେ ପ୍ରଭୁ ଈଶ ଯେ ।୧।

 

ହରିଭୁକ୍ ଭୁଜଙ୍ଗ ଯେ ଆସନେ ଥାଇ ।

ହରବୋଲିଣ ଜାଣ ସେ ରୁପ ଧ୍ୟାୟି ଯେ ।୨।

 

ସ୍ୱରୁପ ଯୁବତୀ ଯେ ପ୍ରକୃତି ମାତ ।

ସକଳ ବିଶ୍ୱଧାତା ବିଚାର ସେ ତ ଯେ ।୩।

 

ଷଡ଼ଦର୍ଶନ ସତ ଭଜ ତମରେ ।

ଷଟ୍‌ଚକ୍ରଦଳ ପଦ୍ମ ହେଲେ ନାଭି ରେ ଯେ ।୪।

 

ସର୍ଜନା କରିବାକୁ କଲେ ବିଚାର ।

ଶିବ ବ୍ରହ୍ମା ବିଷ୍ଣୁ ସେ ହେଲେ ପ୍ରଚାର ଯେ ।୫।

 

ବ୍ରହ୍ମାଣ୍ଡ ସର୍ଜନକୁ ବ୍ରହ୍ମା ରହିଲେ ।

ବ୍ରହ୍ମାଣ୍ଡେ ଯୋଗୀରୁପ ଶଙ୍କର ହେଲେ ଯେ ।୬।

 

ଲାବଣ୍ୟରୁପ ଏ ଯେ ଦେଖୁଚି ମହୀ ।

ଲକ୍ଷ କଲେ ଜାଣିବ କିପରି ସେହି ଯେ ।୭।

 

ରାକ୍ଷସ ମଧୁଦୈତ୍ୟ କର୍ଣ୍ଣରୁ ଜାତ ।

ରଣ ଲଗାଇ ଯୁଦ୍ଧେ ହେଲା ସେ ହତ ଯେ ।୮।

 

ଯଶ୍ୱସୀ ରକ୍ଷ ଅସ୍ଥି ଆଦ୍ୟେ ସ୍ଥାପିଲେ ।

ଜଗନ୍ମୋହିନୀ ମଧୁ ଯା ନାମ ଦେଲେ ଯେ ।୯।

 

ମହାତଳ ରହିଲା ସେ ନାମଲୋକ ।

ମର୍ତ୍ତ୍ୟପୁର ଯେ ଭୁତମୟ ଯା ଦେଖ ଯେ ।୧୦।

 

ଭାଗବତୀ ହୋଇଣ ସପ୍ତ ଖଣ୍ଡରେ ।

ଭବାଙ୍କୁର ହୋଇଲେ ପ୍ରେମରଙ୍ଗରେ ଯେ ।୧୧।

 

ବ୍ୟସନେ ଯେ ଚଳିବ ତାହାର ପାଇଁ ।

ବଧିବେ ବିଷ୍ଣୁ ଅବତାରେ ସେ ହୋଇ ଯେ ।୧୨

 

ଫଳ କୁସୁମ ତରୁ ବୃକ୍ଷାଦି ଜାତ ।

ଫେଡ଼ି ଆପଣଶ ଗର୍ଭୁ ପ୍ରଥମେ ଖ୍ୟାତ ଯେ ।୧୩।

 

ପ୍ରକାଶ କଲେ ପଛେ ଯେତେ ଏ ଜୀବ ।

ପ୍ରଧାନ ନରଜନ୍ମ କଲେ ଭୁଦେବ ଯେ ।୧୪।

 

ନଦୀ ନଦ ପର୍ବତ ଏଥି ମଧ୍ୟେଣ ।

ନିର୍ଣ୍ଣୟ କରି ନିହନ୍ତା ହେଲେ ପୁଣ ଯେ ।୧୫।

 

ଧରା ମଧ୍ୟରେ ପାପ ପ୍ରବଳକାରୀ ।

ଧରିଣ ରୁପ ପୃଥ୍ୱୀ ସଂକଟ ହରି ଯେ ।୧୬।

 

ଦରନାମକ ଦୈତ୍ୟ ସମୁଦ୍ରେ ଜାତ ।

ଦଳନ କଲେ ମୀନ ରୂପ ତହିଁ ତ ଯେ ।୧୭।

 

ଥରଥର କମ୍ପଇ ଅବନୀଭାର ।

ଥର ନୋହିଲା ତହିଁ ଗିରି ମନ୍ଦର ଯେ ।୧୮।

 

ତ୍ରିଲୋକନାଥ ରତ୍ନାକର ମନ୍ଥିଲେ ।

ତହିଁ ସେ କୁର୍ମରୁପେ ଗିରି ଧଇଲେ ଯେ ।୧୯।

 

ଅଣାକାର ଯେ ହରି ସାକ୍ଷାତେ ଈଶ ।

ଅନାଇଁ ବ୍ରହ୍ମାଙ୍କୁ ଯେ ଦେଲେ ଆଦେଶ ଯେ ।୨୦।

 

ତାଙ୍କିଣ ନେତ୍ର ଆଉ ରହିବୁ ନାହିଁ ।

ତାଳେ ମହୀରେ ହିରଣ୍ୟାଖ୍ୟ ଯେ ତହିଁ ଯେ ।୨୧।

 

ଡିଙ୍ଗର କର୍ମ ତାର ପ୍ରବଳ ହେଲା ।

ଡ଼େଇଁ ଯାଉଛୁ ତୁହିଁ ଘେନି ତ୍ରିକଳା ଯେ ।୨୨।

 

ଠୁଳବ୍ରହ୍ମ ବ୍ରହ୍ମାଙ୍କୁ ଆଦେଶ ଦେଇ ।

ଠାଣିରେ ଶୂକର ଯେ ହୋଇଲେ ତହିଁ ଯେ ।୨୩।

 

ଟାଣିଣ ଗର୍ବ ଦଳି ନାଶ ସେ କଲେ ।

ଟାଣି ଦନ୍ତ ମୂଳରେ ପୃଥ୍ୱୀ ଧଇଲେ ଯେ ।୨୪।

 

ନିୟମ ଧ୍ୱଂସକାରୀ ନିଜପୁତ୍ରରେ ।

ନିଗ୍ରହ କର୍ମ କରେ ପ୍ରହଲ୍ଲାଦରେ ଯେ ।୨୫।

 

ଝଙ୍କାସି ଦିସ ହିରଣ୍ୟ ଯେ ଅସୁର ।

ଝଗଡ଼ା ସଦାକାଳେ କଲା ଅପାର ଯେ ।୨୬।

 

ଜଗତ କର୍ତ୍ତା ପ୍ରହଳ୍ଲାଦ ଭାବିଲା ।

ଜାଣି ଦୃଢ଼ ବିଶ୍ୱାସ ହୃଦୟେ କଲା ଯେ ।୨୭।

 

ଛନ୍ଦ ସଂହରି ତାହା ଜାଣି ତା ହୃଦ ।

ଛାଡ଼ି ଉପ୍ରୋଧ ତାକୁ କରିବା ବଧ ଯେ ।୨୮।

 

ଚମତ୍କାର ଭୁବନେ ଚତ୍ରାଙ୍ଗ ହୋଇ ।

ଚଉଦିଗକୁ ଚାହିଁ ହିରଣ୍ୟ କହି ଯେ ।୨୯।

 

ଉପାୟବଳେ ଯେବେ ତୋହରିଅଛି ।

ଉପଗତ ନୋହିଲେ ନିଶ୍ଚେ ନାଶୁଛି ଯେ ।୩୦।

 

ଘଟନାଙ୍ଗ ନୃସିଂହ ହେଲେ ଈଶ୍ୱର ।

ଘଟିବେ ନାଶ କଲେ ନୃସିଂହେଶ୍ୱର ଯେ ।୩୧।

 

ଗର୍ଜିଚିରିଣ ଉଗ୍ରମୁର୍ତ୍ତି ହୋଇଲେ ।

ଗର୍ଜି ଜଗନ୍ମୋହିନୀ ସନ୍ତୋଷ କଲେ ଯେ ।୩୨।

 

ଖେପିଲା ଦାନ ଦେଇ ରାଜା ସେ ବଳି ।

କ୍ଷୁଭ କଲେ ସେ ପ୍ରଭୁ ଏ ମହାବଳୀ ଯେ ।୩୩।

 

କରୁଣାକର ଈଶ ବାମନ ରୁପେ ।

କର ପ୍ରସାରି ଦାନ ମାଗିଲେ ଆପେ ଯେ ।୩୪।

 

ଅନ୍ତଃକରଣ ଶୁଦ୍ଧେ ତ୍ରିପାଦ ଭୂମି ।

ଅଜ୍ଞାତେ ଦେଲା ଘେନିଲେ ଅନ୍ତର୍ଯ୍ୟାମୀ ଯେ ।୩୫।

 

ଅଭୁତେ ପାଦ ଏକ ନାଭିରୁ କଲେ ।

ଅଗମ୍ୟ ତ୍ରିପୁରକୁ ଦାନରେ ନେଲେ ଯେ ।୩୬।

 

ଔଦାର୍ଯ୍ୟ ବଳିଗଲା ପାତାଳପୁରେ ।

ଔତ୍ପାତିକ କ୍ଷତ୍ରିୟମାନେ ସେ ହେଲେ ଯେ ।୩୭।

 

ଓଁକାର ପୁରୁଷ ସେ ଦେଖିଣ ସବୁ ।

ଓଜିସ୍ଥଳ ହୋଇଣ ଭ୍ରୁଭଙ୍ଗ ଗର୍ଭୂ ଯେ ।୩୮।

 

ଐଲେ ଯେ ପର୍ଶୁରାମ ରୂପରେ ହରି ।

ଐରି ହୋଇଣ କ୍ଷତ୍ରିକୁଳ ସଂହାରି ଯେ ।୩୯।

 

ଏକା ରାବଣେ ତ୍ରିପୁର କମ୍ପାଇଲା ।

ଏକାମ୍ବର ହୋଇଣ ରାକ୍ଷସ ହେଲା ଯେ ।୪୦।

 

ଲୋକାଧିପତି ରାମାବତାର ହେଲେ ।

ଲୁପ୍ତ ହୋଇଲେ ନର ବାନର କୁଲେ ଯେ ।୪୧।

 

ଲୁପ୍ତ ପାପତ୍ମା ରାବଣକୁ ମାଇଲେ ।

ଲୋକାଧିପ ମିଥିଳା ପୁରେ ସେ ହେଲେ ଯେ ।୪୨।

 

ରୂପାନନ୍ଦ ହୋଇଣ କୃଷ୍ଣାବତାର ।

ରୋପିଲେ ସ୍ନେହବୀଜ ଆସି ସଂସାର ଯେ ।୪୩।

 

ରୁପାବତୀ ଯେ ଯୋଗିଜନ ମୋହିଣ ।

ରୂପ ଦେଖାଇ କଂସ କଲେ ନିଧନ ଯେ ।୪୪।

 

ଉତ୍ପାଦିକ ଯେ ଦୁଷ୍ଟ ସଂହାର କରି ।

ଉଡ଼ାଇଲେ ବୀରତିପାଣ୍ଡବେ ଧରି ଯେ ।୪୫।

 

ଉପବନ ଯେ ବୃନ୍ଦାବନ ବିହାରୀ ।

ଉଦ୍ଧବେ ଜ୍ଞାନ ଦେଇଗଲେ ସେ ପୁରୀ ଯେ ।୪୬।

 

ଇଚ୍ଛାନୁସାରେ ଭୋଗ ପାଇବା ପାଇଁ ।

ଇନ୍ଦିସହିତେ ନୀଳାଚଳରେ ରହି ଯେ ।୪୭।

 

ଇତ୍ୟାଦି ଭୋଗ ଲଭି ବୌଦ୍ଧରୁପରେ ।

ଇତ୍ୟାଦି ତୀର୍ଥ ଘେନିଛନ୍ତି ସଙ୍ଗ ରେ ଯେ ।୪୮।

 

ଆଗମ କଲିରୁପ ଯେ କଳ୍ପିରାମ ।

ଆସି ସମ୍ଭଲ ଗ୍ରାମେ ସେ ଦ୍ୱିଜାତ୍ତମ ଯେ ।୪୯।

 

ଅବଳା ଯୋଶବନ୍ତୀ ସୁନୁ ତା ପତି ।

ଅଧିକ ମ୍ଳେଛାର୍ଣ୍ଣବେ ତା ଗର୍ଭୋତ୍ପତ୍ତିତ ।୫୦।

 

ସ୍ତୁତିକାରକ ହରି ଏପରି ହୋଇ ।

ସ୍ତୁତି ପାଇଲେ ଦଶାବତାରେ ସେହି ଯେ ।୫୧।

 

ରକ୍ଷକ ହୋଇଛନ୍ତି ଚାରିଯୁଗର ।

ରକ୍ଷା କରିରଛନ୍ତି ଅବନୀଭାଇ ଯେ ।୫୨।

 

ଧୀରେ ଯେ ମୁଁ ଅଜ୍ଞାନ କି ବର୍ଣ୍ଣିପାରେଁ ।

ଧିଆଇଅଛି ସେହି ପ୍ରଭୁପାଦରେ ଯେ ।୫୩।

 

ସୀତାନାଥ ପ୍ରଭୁଙ୍କ ପାଦକୁ ସ୍ମରି ।

ଶିରେ କର ଯୋଡ଼ିଛି ଦୀନ ବିହାରୀ ଯେ ।୫୪।

 

ରାଗ ଘଣ୍ଟାରକ

ମୋତି କାର୍ପାସଯୁଦ୍ଧ

 

ଶୁଣ ଆହେ ବୁଧଜନେ । ହୋଇଣ ଏକାଗ୍ରମନେ ।।

ଭାବିବି ହୃଦୟ ହୋଇଣ ସଦୟ ବିଚାର କର ଯା ଧ୍ୟାନେ ।୧।

 

ଭାଇ କିଛି ମୁଁ ନ ଜାଣେ । କୁମ୍ଭସଙ୍ଗେ ମୁଁ ଯେ ଜଣେ ।

ଭବଦୀୟ ହୋଇ କହୁଅଛି ମୁହିଁ ବିଚାର ଯା ହେଲା ମନେ ।୨।

 

ଦେଖ ସଂସାରମଧ୍ୟରେ । ଅଭିମାନ ମୁଖୁଁ ସ୍ପୁରେ ।

କିଛି ଧନ ପାଇ ହୁଦେ ଗର୍ବ ବହି ଭ୍ରମୁଛି ଏ ଅରଣ୍ୟରେ ।୩।

 

ମୁଁ କାର ପଦକୁ ଧରି । କାଟୁଛି ଦିବା ସର୍ବରୀ ।

ବଡ଼ ମୁହିଁ ବୋଲି ହୁଦେ ଥାଅ ଭାଳି ଦୁରତ୍ମା ସେ ବହି କରି ।୪।

 

ମୁର୍ଖଜନେ ତା ଭାଷନ୍ତି । କୁଟ କ୍ରିୟା ଆଚରନ୍ତି ।

ବୁଧଙ୍କ ହୃଦୟ ଦେଖି ମାୟାମୟ ଅନନ୍ତ ମାୟା ଚିନ୍ତନ୍ତି ।୫।

 

କରଯୋଡ଼ି ମୁଁ କହୁଛି । ଯାହା ମୋ ହୃଦେ ହେଉଛି ।

କାର୍ପାସରେ ମୁଲ ହୃଦେ କର ଠୁଳ ମୋତି ମୂଲ କେତେ ଅଛି ।୬।

 

ଦୁହେଁ କରନ୍ତି ଲଢ଼ାଇ । ବହି ଆପଣା ବଡ଼ାଇ ।

ସେ ସବୁ ବିଷୟ ଦେଖାଇ ଆଶ୍ରୟ ତୁମ୍ଭଆଗେ କହିବଇଁ ।୭।

 

ବଡ଼ ଭାବିତ ଯେ ଜନ । କଟୁ ନ ଭିଆଣ ଜାଣ ।

କୂଟଭାଷେ କଥା ଭାବି ହୁଦେ ବ୍ୟଥା ତହୁଁ କହେ ଯେ ବର୍ଜନ ।୮।

 

କାର୍ପାସକୁ ମୋତି କହେ । ସମୁଦ୍ରମଧ୍ୟେ ମୁଁ ରହେ ।

ଶିପର ଯେ ଖଣୀ ସୁ ଗୃହ ମୋ ପୁଣି ଆନନ୍ଦ କଲ୍ଲୋଳ ବହେ ।୯।

 

ସାତି ବୁନ୍ଦ ଜଳଧାର । ଜାଣ ତା ମୋର ଆଧାର ।

ହୋଇ ତେଜି ରୁପ ଥାଏ ସେହି ଦ୍ୱୀପ ଚାହାନ୍ତି ଯେ ସୁରନର ।୧୦।

 

ଚତୁର ପ୍ରେମ ଚିନ୍ତାରେ । ଭଜିବ ଯାଇଁ ସେଠାରେ ।

ତା ଉପାୟ ଜାଣି ଆସିବି ମୁଁ ପୁଣି ଭାବିଣ ତା ହୃଦୟରେ ।୧୧।

 

ହରିଙ୍କ କୃପା ସେ ହେଲେ । ରହିବି ତା ଭାଗ୍ୟବଳେ ।

କ୍ଳେଶଦିନ ତାର ସବୁକରି ଦୁର ରହିବ ତହିଁ ନିଶ୍ଚଳେ ।୧୨।

 

ସେହି ଚାତୁର ପୁରୁଷ । ହେଇକରି ପ୍ରେମ ବଶ ।

ନଥାଦି କମର ବସାଇ ତହିଁର ନେଇ ଦିଏ ରାମାପାଶ ।୧୩।

 

ସୁବର୍ଣ୍ଣ ନ ହେଲେ ମୁହିଁ । ବସି ନ ପାରଇଁ ତହିଁ ।

ମୁଁ ଯେ ବଡ଼ଲୋକକର ତୁ ବିବେକ ହୃଦୟରେ ଏବେ ଧ୍ୟାୟି ।୧୪।

 

ଅଜ୍ଞାନ ମୁର୍ଖ କାର୍ପାସ । ଆସ ମୋ ଶରଣ ପଶ ।

ମହାଧନୀ ମୁହିଁ ବିଚାରୁ କି ନାହୁଁ ଭାବିକରି ମୋତେ ଘୋଷ ।୧୫।

 

କାର୍ପାସ ମୋତିକୁ ଚାହିଁ । କହୁଛି ଶୁଣରେ ଭାଇ ।

ତୋ ଗାରିମାପଣ ନ କହ ଏ ସ୍ଥାନ କିଏ ତୁ ମଁ ନ ଜାଣଇଁ ।୧୬।

 

ମୋ ଫୁଲର ଶୋଭା କାନ୍ତି । ଦେଖି ଖଣ୍ଡେ ନେତ୍ରଭ୍ରାନ୍ତି ।

ମୋର ଯେତେ ଗୁଣ କହୁଛି ତା ଗୁଣ ବିଚାର କର ତୋ ମତି ।୧୭।

 

ଡ଼ବା ଡ଼ବାଳି ଭିଡ଼ିଣ । ଅସ୍ତ୍ରଶସ୍ତ୍ରରେ ଜଡ଼ିଣ ।

ମୋତେ ନ ଚାହିଁଲେ ସିପାହୀ କେ ବୋଳେ ଦେଶ କୁ ଏହା ଧ୍ୟାୟିଣ ।୧୮।

 

ସଂସାର ମଧ୍ୟେ ଯେ ନର । ଲଜ୍ଜାରୁ ମୁଁ ରକ୍ଷାକର ।

ଉଚ୍ଚନୀତି ଯେତେ ସେବୁଥାନ୍ତି ମୋତେ ଅମ୍ଳାନ ମୁହଁ ତାଙ୍କର ।୧୯।

 

ସର୍ବଜନେ ଧ୍ୟାୟି ଚିତ୍ତେ । ଖଟିଥାନ୍ତି ସେ ନିରତେ ।।

ହୋଇ ସୁସଜ୍ଜିତ ଆନନ୍ଦେ ନିରତ ଭ୍ରମୁଛନ୍ତି ଯେଝାମତେ ।୨୦।

 

ପୁଜନୀୟା ସମସ୍ତଙ୍କୁ । ତୁ କି ଦେଖାଉ ତୋ ଟେକ ।

ଶରଣ କୁ ପଶ ଦୀନତା ପ୍ରକାଶ ତୁ ଅଟୁ ଯେ ନିର୍ବିବେକ ।୨୧।

 

ମୋତି ଦିଅଇ ଉତ୍ତର । ଣୁଣ କାର୍ପାସ ମୋ ଗିର ।।

ଅମୂଲ୍ୟ ସମ୍ପତ୍ତି ଯାହାକୁ ବୋଲନ୍ତି ମୁହିଁ ଜାଣ ଏ ସଂସାର ।୨୨।

 

ବଡ଼ ଶ୍ରେଷ୍ଠ ମତେ ଗଣି । ସୁବର୍ଣ୍ଣେ ବସାଇ ପୁଣି ।।

ଭାଗ୍ୟାଶାଳୀ ଜନ କିବା ଯେ ରାଜନ ଗଳାରେ ରଖେ ସେ ଧନୀ ।୨୩।

 

ସଭାସ୍ଥ ଯାଇଁ ବସିବ । ଦେଖାଇ ମୋର ପ୍ରଭାବ ।।

ଜ୍ୟୋତି ଯେ ମୋହର ଦେଖି କେଉଁ ନର ସେଠାରେ ନ ଲୋଭାଇବ ।୨୪।

 

ରୁଣ୍ଡ ସଭା ମଧ୍ୟେ ପୁଣ । ଆଦରଣୀୟ ମୁଁ ଜାଣ

ବିକା କୁ ସେଇକୁ ଦୂଇ ପଇସାକୁ କେତ କରୁଥାଉ ଟାଣ ।୨୫।

 

ବାଟ ଅଗଣାରେ ପଡ଼ି । ହେଉଥାଉ ଗଡ଼ାଗଡ଼ି ।।

କେହି ନ ଚାହାନ୍ତି ଏପରି ତୋ କାନ୍ତି କହୁ ଥାଉ କଥା ବଢ଼ି ।୨୬।

 

ଛାଡ଼ି ତୁ ତୋ ଅଭିମାନ । ପଶ ଆସି ମୋ ଶରଣ ।।

ନିଶ୍ଚେଁ ଏହା ଜାଣ ଲାଜ ଦେଇ ଭାଙ୍ଗିବି ତୋରି ଯେ ଟାଣ ।୨୭।

 

କହଇ ରହୁଁ କାର୍ପାସ । ଶୁଣ ମୋତି ମତି ଭ୍ରଷ୍ଟ ।।

ସଭା ଯା ଚାହିଁଲୁ ବିଚାର ଯା କଲୁ ନିର୍ଲ୍ଲଜ୍ଜ ମୂର୍ଖ ପାପିଷ୍ଠ ।୨୮।

 

ମୁଁ ନ ଥାଇଁ କିଏ ଥିଲା । ଏଦୃଷ୍ଟି ତବ ହେଲା ।।

ଶୁଣିଣ ଆଭାଷ ଲାଗୁଅଛି ହସ ମଦୁଆ ତୁ ବେଗେ ପଳା ।୨୯।

 

ଜ୍ଞାନ ତୋ ପାରିଲି ହେଜି । ଭ୍ରମି ମରୁ ଆକ୍ଷି ବୁଜି।।

କହୁଅଛି ପୁଣ ଅରେ ମୁଢ଼ ଶୁଣ କିପାଁ ମରୁଛୁ ଗରଜି ।୩୦।

 

ଆଣି ପୂର୍ଣ୍ଣ ହୃଦୟରେ । ମଦାନ୍ଧେ ଭ୍ରମ ସଂସାରେ ।।

ସିଦ୍ଧ।ନ୍ତକୁ ଇଡି ଅଜ୍ଞାନରେ ଜଡ଼ି ପଣ ଦେଖାଉ ତୁ କାରେ ।୩୧।

 

ତିଳେ ସ୍ଥିର କର ଚିତ୍ତ । ଭାବି ଦେଖ ଏହାକୁ ତ ।।

ତୋର ଯେତେ ଗୁଣ କ୍ରାନ୍ତି ଶୋଭାବନ କାହାପାଇଁ ଶୋଭାତିତ ।୩୨।

 

ଶୁଭାଙ୍ଗୀ ଯେ ସୁକୁମାରୀ । ଦାଣ୍ଡେ ଦେବା ଠିଆ କରି ।।

ହେବୁ କର୍ଣ୍ଣଫୁଲ ନାନାଜାତି ମାଳ ତୋ କମ ଥିବ ସେ ଧରି ।୩୩।

 

ହୀରା ରତ୍ନାଦି ଯେତେକ । ତା ହୃଦୟେ ସବୁ ରଖ ।।

ଏକା ତୁଳା ବିନା କି ଦିଶେ ନବୀନା କି ବୋଲିବେ ତାକୁ ଲୋକ ।୩୪।

 

ସୁବର୍ଣ୍ଣ ହୀରାଦି ତୁହି । ଯେତେ ଥିବ ହୃଦେ ଛାଇ ।।

ମୋ ବିନା ସେହି ଉଲଗ୍ନ ତା ଦେହୀ ଶାଭା ନ ପାଇବ କାହିଁ ।୩୫।

 

ଥିବାଯାଏ ତୋର ତେଜ । ଷୋଳଅଣା ମୂଳ ହେଜ ।।

ପାଣି ଢ଼ଳିଗଲେ ନ ବୁଝିବେ ତିଳେ ମାନହାନୀ ହେବୁ ନ୍ୟାଜ ।୩୬।

 

ପ୍ରସ୍ଥର କଣିକା ଭଲ । ତାର ଥାଏ ଦେଖ ମୁଳ ।।

ଅଟାଳିକ୍କା ମାନ ହୁଅଇ ନିର୍ମାଣ ତହିଁ ହୁଏ ସେ ଅଟଳ ।୩୭।

 

ସଦାକାଳେ ଥିବ ରହି । ସମାଜେ ଭାବ ଦେଖାଇ ।

ତୃପ୍ତିକର ହୋଇ ଥିବ ଭବେ ରହି ତାସଙ୍ଗେ ଗଣ୍ୟ କି ତୁହି ।୩୮।

 

ଅଳ୍ପକାଳ ଶୋଭାଯୁକ୍ତ । ସମସ୍ତଙ୍କୁ ନୋହୁଁ ହିତ ।

ଯେ ଚାହିଁବ ତୋତେ ଶୋଭା ତା ଅଗ୍ରତେ ଆଉ ନାହିଁ କାହାକୁ ତ ।୩୯।

 

କିଞ୍ଚିତ୍‌କାଳେ ନିର୍ବାଣ ମାଟି ସଙ୍ଗେ ହେବୁ ଲୀନ

ବହି ଅଭିମାନ ଦେଖାଉ କୁ ଟାଣ ପଳା ରେ ତୁ ମୂଢ଼ଜନ ।୪୦।

 

ଚାହେଁ ଯେ କି ତେଜ ତୋର । ଗାରିମା କ୍ରାନ୍ତି ଅପାର ।

ମୁର୍ଖ ଶଠ ଭାବ କହିଲେ କି ହେବ କାନ୍ତିରୂପ ସୁମଧୁର ।୪୧।

 

ଦୟା ଧର୍ମ ହୀନେ ତେ।ର । ରୁପ ତେଜ ଯେ ପ୍ରଖର ।

ଲଭୀଣ ଭୀଷଣ ନ କହେଁ ମୁଁ ପୁଣ ପଛେ ହେବୁ ନାରଖାର ।୪୨।

 

ମୋତି ପାଇ ଅପମାନ । ନିବୃତ୍ତି ଭଜି ସ୍ୱସ୍ଥାନ ।।

ଚାହିଁ ସେହିକାଳେ ଭାବିଲି ନିରୋଲେ ଫିଟି ଗଲା ହୃଦଜ୍ଞାନ ।୪୩।

 

ଏପରି ବିବାଦ ଦେଖି । ଫିଟି ଗଲା ମୋର ଆକ୍ଷି ।।

ଧନ୍ୟ ମାୟାଗୁରୁ ଅମୂଲ୍ୟ ଭଣ୍ଡାର ଗରୀବର ଧର୍ମ୍ମ ସାକ୍ଷୀ ।୪୪।

 

କୃଷ୍ଣ ନାଟୁଆ ହୋଇଣ । ସବୁକର୍ତ୍ତା ସେହି ଜାଣ ।

ଲଗାଇଣ କୂଟ ଦେଖନ୍ତି ସେ ନାଟ କାହାକୁ କହିବି ପୁଣ ।୪୫।

 

ଏବେ ମୋ ଗୁହାରି ଶୁଣ । ଭାବିବ ହେ ସଭ୍ୟଗଣ ।।

ନିରପକ୍ଷ ଜନ ରଖ ସନ୍ନିଧ୍ୟାନ ଛାଡ଼ି ତୁମ୍ଭ ଅଭିମାନ ।୪୬।

 

ଅଭିମାନ ମୂଳେ ଥିଲେ । ତତ୍ତ୍ୱଦର୍ଶୀ ନୁହଁ କାଳେ ।।

କୁଟ ବିଚାରରେ ଭ୍ରମିଣ ସଂସାରେ ଲାଭ ଅପଯଶ ତଳେ ।୪୭।

 

ନିର୍ଦ୍ଦିଷ୍ଟ କର ଏଥିକି । ସଂସାରେ ବିଷୟ ଲକ୍ଷି ।

ଏକା ହୋଇ ବିନା ବିଷୟ ଭାବନା ଲାଭ କିନା ମୁଣ୍ଡ ଟେକି ।୪୮।

 

ଧନୀ ନିର୍ଧନୀ ନ ଥିଲେ । ପଣ ବିକାନ୍ତ କା ତୁଲେ ।।

ଇଚ୍ଛାଧିନ ହୋଇ ଚଳନ୍ତି କି ଭାଈ ଭାବି ଦେଖ ତା ନିରୋଳେ ।୪୯।

 

ସେମାନେ ନ ଥିଲେ କେହି । ଚଳିବା କିପରି ଭାଇ ।

ଆମ୍ଭ ପରବଶ ଲଭି ସୁଖ ବାସ ତାଙ୍କବଶ ହୋଇଥାଇଁ ।୫୦।

 

ସ୍ୱ ସ୍ୱ କର୍ମକୁ ଅନାଇଁ । ଭାବେ ଜଡ଼ିତ ସେ ହୋଇ

ଭକ୍ତି ଭୋଗ ରଙ୍ଗେ ଦୀନଜନ ସଙ୍ଗେ ଶୋଭାବନ ଦେଖ ମହୀ ।୫୧।

 

ସଂସାରେ ଯେତେକ ନର । ଭାତୃଭାବ ହୃଦେ ଧର ।।

ମନ୍ୟୁ ଆଦି ତଡ଼ି ରସପ୍ରେମ ଜଡ଼ ସିଦ୍ଧାନ୍ତ ବିଷୟ ଲୋଡ଼ ।୫୨।

 

ଧର୍ମ ହାରକୁ ଅନାଅ । ସମସ୍ତେ ଏ ଭୁମି ପୁଅ ।

ଉଚ୍ଚ ନୀଚ ବୋଲି ଯାହା ଥାଅ ଭାଳି ତା ସେ କିଏ କହି ଦିଅ ।୫୩।

 

ସମସ୍ତେ ସମାନ ବୁଝ । ଭାବ ଚାହିଁ କରି ଯୁଝ ।

ନୋହିଣ ବିମୁଖ ଭବ ରସ ଚାଖ ପରକାଳକୁ ସେ ହେଜ ।୫୪।

 

କର୍ମାର୍ଜ୍ଜିତ ଫଳ ଭୁଞ୍ଜି । ଚାଲ ଯିବ ଆଖି ବୁଜି ।

ସୁର ପୁରେ ଯାଇ କି ବୋଲିବ ଭାଇ ରହ ସେ ବିଷୟ ହେଜି ।୫୫।

 

ଜୀବ ଜନ୍ମ ମୃତ୍ୟୁ ନାହିଁ । ନାଶକ ବୁଝ ଏ ଦେହୀ ।

ସଭାଧୀପତିର ଆଗେ ସମାଚାର ବୁଝାଇ ଯାଇ ଆସଇ ।୫୬।

 

ଧର୍ମ ସଭା ଦୁଇଗୋଟି । ହୃଦୟେ ଦେଖ ତରାଟି ।

ପରକାଳ ପାଇଁ ପୂର ସଭା ତହିଁ ଚିତ୍ରଗୁପ୍ତ ପରିପାଟି ।୫୭।

 

ସେଠେ ବିଷୟ ଯେ ଛଣା । ଅନ୍ତର୍ଗତ ତାକୁ ଜଣା ।

ଏଠା ବଡ଼ ସାନ ତାଠାରେ ସମାନ ବିଚିତ୍ର ତାହା ଭାବନା ।୫୮।

 

ତାର ଲେଖା ଯେ କାଗଜ କହିବା ବଡ଼ ଆଶ୍ଚର୍ଯ୍ୟ ।

ଜନ୍ମ ମୃତ୍ୟୁ ଶେଷ ଯେ ତୁମ୍ଭ ମାନସ ଦିନେ ଭୁଲେ ନାହିଁ ନ୍ୟାଜ ।୫୯।

 

ତା ଲେଖାରେ ହେବା ପାଜି । ଚାଲୁଥାଇ ଆଖି ବୁଜି ।

ତା ଠାବକୁ ଚାହିଁ ଚାଲିଲେ ହେ ଭାଇ କାମନକୁ କର ରାଜି ।୬୦।

 

ଜାତି କୁଳ ପଣ ଧନୀ । ନିର୍ବାଣ ତା ପାଖେ ପୁଣି ।

କର୍ମଫଳ ଚାହିଁ ବସାଏ ଯେ ତହିଁ ନାହିଁ ସେଠି ଟଣାଟଣି ।୬୧।

 

ସହାନୁଭୁତି ହେବାକୁ । କେହି ନାହିଁ ସେ ଠାବକୁ ।

ଧନଦ ହେବାକୁ ଭାବିତ ଯେ ବୁକୁ ଲଖାଇବ ଯେ କାହାକୁ ।୬୨।

 

ସେ କଥା ଲେଖିଲେ ସବୁ । କାଳ ଯିବ ଭାବି ଭବୁଁ ।

ବଡ଼ କଷ୍ଟକଥା ଭାବିତରେ ବ୍ୟଥା ଆମ୍ଭେ ତା କାହୁଁ ପାଇବୁଁ ।୬୩।

 

ଏଠା ସଭା ପରାୟଣ । ସମ୍ରାଟ ଆମ୍ଭ ଯେ ପୁଣ ।

ଏଡ଼ଓ୍ୟାଡ଼ ନାମ ସେହି ପୁଣ୍ୟ ଧାମ ତାଙ୍କ କୀର୍ତ୍ତି ବିଚକ୍ଷଣ ।୬୩।

 

ଧର୍ମନୀତି ଶାସ୍ତ୍ରଯୁକ୍ତି । ଆଇନ କରି ଅଛନ୍ତି ।

ସମସ୍ତ ସମାନ ଧର୍ମ ନାରାୟଣ ପରି ପ୍ରଜାଙ୍କୁ ପାଳନ୍ତି ।୬୪।

 

ତାଙ୍କ ପାଖିଆ ସଚିବ । ଗୁଣ ଗାମ୍ଭୀର୍ଯ୍ୟ ଦୁଦେବ ।

ସେ ଗୁଣ ସାଗର ଗଭୁଁ ସୁଧାଗିର ସନ୍ତତରେ ଯେ ଉଭବ ।

 

ଭାରତ ବର୍ଷାଧିପତି । ସାକ୍ଷାତ୍‌ସେ ବ୍ରହ୍ମମୂର୍ତ୍ତି ।

ନ୍ୟାୟ ପରାୟଣ ହୋଇଣ ସେ ପୁଣ କରିଲେ ଉତ୍କଳ ସ୍ଥିତି ।୬୭।

 

ଲର୍ଡ଼ଜଜର୍ଜନଙ୍କୁ ମୋର । କୋଟି କୋଟି ନମସ୍କାର ।

ଯାଜୁଲ୍ୟମାନସେ ଯା ତେଜ ପ୍ରକଶେ ଭାରତ ଆନନ୍ଦ ଘର ।୬୮।

 

ତାଙ୍କ ତଳେ ଯେ ଅଛନ୍ତି । ଥରେ ଯାରେଁ ଯେବେ ଚିନ୍ତି ।

ଦେଖେଁ ତାଙ୍କ ମୁଖ ଲଭେଁ ପ୍ରେମସୁଖ କି ବର୍ଣ୍ଣିବି ତାଙ୍କ କାନ୍ତି ।୬୯।

 

ମିସ୍ତର ସେ ପିରିଜର । ସଦା ମୁଁ ତାଙ୍କ କିଙ୍କର ।

ମୋ ଥିବାର ଯାକ ତାଙ୍କ ଯା ବିବେକ ନୋହିବ ଦେହୁଁ ଅନ୍ତର ।୭୦।

 

ମାତୃଭାଷା ସେହି ଦେଇ । ବନ୍ଧୁ ସମାଗମ ଧ୍ୟାୟି ।

ଏହି ଯେ ଉତ୍କଳ ତାର ଅଙ୍ଗ ବଳ ସବୁ ଯା ଦେଲେ ମିଶାଇ ।୭୧।

 

ମଧ୍ୟ ପ୍ରଦେଶଧିପତି । ରକ୍ଷକ ଆମ୍ଭ ଭୂପତି ।

ତାଙ୍କ ପୂଣ୍ୟବଳେ ରହି ଏହି ସ୍ଥଳେ ତାଙ୍କ ଅନ୍ନ ଖାଇ ତୃପ୍ତି ।୭୨।

 

ଉଚ୍ଚ ପଦାଦି ହାକିମ । ସମସ୍ତେ ସେ ପୁଣ୍ୟଧାମ ।

ନ୍ୟାୟ ପରାୟଣ ଦେଖଇ ଆମ୍ଭ ଗୁଣ ଦିଅନ୍ତି ଯାହା ଯେ କର୍ମ ।୭୩।

 

ଜଣାଇଁ ଦେଲି ଏକିକି । ଭାବି ଭବାର୍ଣ୍ଣବ ଲକ୍ଷି ।

ବିଷୟବାସନ ଘେନ ମହାମନା ସୁକର୍ମବାସନା ଦେଖି ।୭୪।

 

ମୋତି ଗୁଣ ଦୂର କର । କାର୍ପାସ ଗୁଣକୁ ଧର ।

କର୍ମଅନୁଯାୟୀ ଦେଖ ପ୍ରେମମୟୀ ତତ୍ତ୍ୱ ନିର୍ଣ୍ଣୟକୁ ଧର ।୭୫।

 

ତୁମ୍ଭସଙ୍ଗେ ଜଣେ ମୁହିଁ । କହୁଅଛି ମୁଖ ଚାହିଁ ।

ବିହାରୀ ଦାସର ଦୋଷ କ୍ଷେମା କର ଭାବେ ରଖ ପ୍ରେମ ଦେଇ ।୭୬।

 

ରାଗ ପୁଇ

 

ଚାହିଁ ମୁଳ ଦେବ ଦେଖାଇ ବିଭବ ପ୍ରଦ କଲେ ଏହି ଦିବ୍ୟରାଟ ।

ମଧୁକାରେ ଦେଖ କଳ୍ପବୃକ୍ଷ ରଖ ମାନବଦେହରେ ଏ ପ୍ରକଟ ।୧।

 

ସଂସାରକୁ ମୂଳ ଭାବ ହୃଦସ୍ଥଳ ସଂସାର ସ୍ପନ୍ଧ ଶୋଭା ଅଲେଖ ।

ସଂସିନ୍ଧ ସଂସୁଷ୍ଟି ଶାଖାହୋଇ ଯୋଟି ସଂକଳ୍ପ କୁସୁମ କରି ଲକ୍ଷ ।୨।

 

ଅଳ୍ପ ଫଳ ମୂଳ ଦେଇ ପ୍ରେମସ୍ଥଳ ଦେଖିବାକୁ ଆଜ୍ଞା ଦେଇଛନ୍ତି ।

କୁଳୋଭବ ଧର୍ମ ସମାଜ ନିୟମ ବସ୍ତ୍ର କରିଛନ୍ତି ଯେ ସିଦ୍ଧାନ୍ତି।୩।

 

ସେ ବସ୍ତ୍ରକୁ ବନ୍ଧ ପ୍ରେମରସେ ଛନ୍ଦି ଅନାଅହେ ଏହି ମର୍ତ୍ତ୍ୟଲୋକ ।

ସିନ୍ଧିକି ଭଜିବ ଆନନ୍ଦେ ମଜ୍ଜିବ ଦେଖିବ ଶୋଭାକୁ ଯେ ଅନେକ ।୪।

 

ପାଇଣ ବିଭବ ନ ଖୋଜୁଛ ଭାବ ଦାଗବିତ୍ତ ୟତେ ସୁଖେ ଚାହିଁ ।

ଆଣି ରଖି ହୃଦେ ଭ୍ରମୁଛ ବିଷାଦେ ଅଭାବେ ଭାବ କି ମନ ବାଇ ।୫।

 

ଠାବ ପାଇକରି ଠାବ ନ ବିଚାରି ଠୁଳହେବାଧନ ମନେ ଯୋଖି ।

ଠୌର ନ ପାଇଣ ହେଉଛ ଉଚ୍ଛନ କାମକାର କାମନାକୁ ଲକ୍ଷି । ୬।

 

କାଳ ଯିବ ସରି କାଳକୁ ତ ଧରି କାଳୁକ ତ ଯାହା ହୁଏ ଦେଖ ।

କାଳ ଚାହିଁ କାଳ କରିବ କବଳ ଏ ମାୟା ହୋଇଯିବ ଅଲେଖ ।୭।

 

କାଳବେଳା ଛାଡ଼ି କାରୁଣ୍ୟରେ ଭିଡ଼ କୀର୍ତ୍ତଆକରକୁ କର କର ।

ଧର୍ମନିଷ୍ଂ ହୋଇ ଧର୍ମ ତତ୍ତ୍ୱଚାହିଁ ଧର୍ମନୀତିଭଭେ ଧରାଧର ।୮।

 

ଧପ ଧପ ଲିକ୍ଷି କରି ପ୍ରେମଭକ୍ଷି ଧୀଶକ୍ତି ଧୀଗୃଣାରେ ଯେ ଥାଇ ।

ଧୀରକୁ ବିଚାର କଲେ ଯେ ପ୍ରଚାର ଧୀରଲଳିତରେ ଦେଖ ମହୀ ।୯।

 

ଧୃତିମାନ୍ ମାନସ ହୋଇ ଭାବି ବସ ଧୃତ୍ୱାବଲୋବିତେ ଧିମାହୁଅ ।

ଧେଣ୍ଡୁରା ବଜାଇ ପ୍ରେମରେ ଭିଜାଇ ବନ୍ଧୁବର୍ଗସଙ୍ଗେ ସୁଖେ ରହ ।୧୦।

 

ଧେନୁକାରି ଭଜି ଧୈର୍ଯ୍ୟ ମୂଳସାଜି ଧ୍ୟେୟ ଧ୍ୟାନ କରି ରସ ଚାଖ ।

ଧରାଧରଈଶ ପାଦେ କରି ଆଣ ସ୍ନେହରସେ ଦେଖ ଭାବଲୋକ ।୧୧।

 

ଜନମନ ହରି ପ୍ରେମରସେ ଭରି ଦେହ କରି ଭାବ ରସେ ଭାସ ।

ତାହାସ୍ୟ ହୋଇଣ ବନ୍ଧୁ ମନ ଟାଣ ମନ କୁସୁମ କରୁ ସୁବାସ ।୧୨।

 

ରସାର୍ଣ୍ଣବ ଏହୁ କାମ ନାଶେ ତେଉ ଚାହିଁ ଚାଲିଯାଅ ଚିରଭାବେ ।

ଚକ୍ର ଚକ୍ରଧର ଚାହିଁଣ ବେଭାରେ ଶୋଭା ପାଇ ରହ ଏହିଭାବେ ।୧୩।

 

କଟୁଳ ଚଞ୍ଚଳ ଚଞ୍ଚଳା ସେ ଜାଲ ଚତ୍ୱାରକୁ ଭବି ବ୍ୟୟ ସାର ।

ଚତୁର୍ଭଦ୍ତ ପାଇ ଚତୁର କୁହାଇ ଚତୁର୍ବର୍ଗେ ଯଶପ୍ରଦ କର । ୧୪।

 

ରସଜ୍ଞ ହୋଇଣ ରସାରସି ମନ ରସିକରସାଳ ରସରାଜ ।

ରସବାନ୍ ଆଭାସ ବନ୍ଧୁତା ରହସ୍ୟ ରସାଧାରଗୁଣେ ଦୃଢଭଜ ।୧୫।

 

ପ୍ରଳାପ ପ୍ରଲୋଭ ପ୍ରବଞ୍ଚକ ଭାବ ଚାହିଁ ନାଶ ଯାଉ ଅଛି ଭାବ ।

ପ୍ରୀତିରେ ପ୍ରୀତିଦ ପ୍ରାୟମାଣ ବୋଧ ପ୍ରେମ ପ୍ରେମିକରେ ଭବେ ଲାଭ ।୧୬।

 

ବନ୍ଧୁସମାଗମ ଭାବେ ରସୋଦ୍ଗମ ପ୍ରେମରସେ ଯେ ପ୍ଲାଦିତ ହୁଅ ।

ପ୍ରୀୟମାଣଭବ ସଦାକାଳେ ଥିବ ନିର୍ବିଘ୍ନକୁ ହେଯି ସୁଖେ ଥାଅ ।୧୭।

 

ଭବେ ଜନ୍ନ ହେଲେ ଭାବି କର୍ମ କଲେ ଅଷ୍ଟ ବିଷୟକୁ ଚାହିଁ ରହ ।

ଯହିଁପାଇଁ ଆସି ଭବାର୍ଣ୍ଣବେ ପଶି ଲଗାଇଛ ଏହି ମାୟା ମୋହ ।୧୮।

 

ସ୍ନେହ ବୀଜ ବୁଣି ପ୍ରେମ ଫଳ ଟାଣି ଖାଅ ସୁଖସମ୍ଭୋଗରେ ବାରେ

ଯଶ ଅପଯଶ ରକ୍ଷିତ ପ୍ରକାଶ ଭାବି ଚାହଁ ତାହା ମର୍ମଜ୍ଞରେ ।୧୯।

 

ପାପ ପୁଣ୍ୟ ନେଇ ଯିବ ଛାଡିଦେଇ ଶୋକ ସନ୍ତାପଦ ମନ ଜାଣି ।

ଜଳସ୍ଫୁଟପ୍ରାୟେ ଦେହ ଶୋଭା ପାଏ ମିଶି ଯିବି ଯେ ଏହି ଅବନୀ ।୨୦।

 

ଭାବ ବୁଧଜନେ ତୁମ୍ଭ ପ୍ରେମଧ୍ୟାନେ ଦୀନ ହେଇ ଦିନ କଲେ ନାଶ ।

ଚାହିଁ ଭବରସ ଯାହା ହେଲା ଦୃଶ୍ୟ ତାହା ଜଣାଇଳି ତୁମ୍ଭପାଶ ।୨୧।

 

ମୋ ହୁଦୟବାସ ଦେଖି ଭାବି ବସ ଶୋଭିତପ୍ରକାଶ ପ୍ରେମ ଘୋଷ ।

କ୍ଷୋଭିତରେ ଜଡି କରୁଅଛି ଉଡି ଅଧମ ମୁଁ ଯେ ବିହାରୀ ଦାସ ।୨୨।

 

ଶ୍ରୀ ପ୍ରଭୁଙ୍କର ଜଣାଣ

ଆଷାଢ ଶୁକ୍ଳ ବରାଡି

 

କରଇଁ ମୁହିଁ ଜଣାଣ ।

ପ୍ରଭୃ ପାଦକୁ ସ୍ମରିଣ ।

ଆକୁଳ ଯେ ହେଉଅଛି ଦେହି ।

ଅଗମ୍ୟ କାନନ ବନ ।

ହେଉଛି ନେତ୍ରେ ଦର୍ଶନ ।

ମାୟାବୃନ୍ଦ ହୁଦୟରେ ବହି ସେ । ଚକ୍ରାୟୁଧ ।

କୃପାମୟେ କରାଅ ସେ ବୋଧ ।

ନୁହଁଇ ମୁଁ ଜାଣ ସେ କୋବିଦ ସେ ।୧।

 

ଦେଖାଇ ଅନନ୍ତ ମାୟା ।

ହରି ନେବ ଏହି କାୟା ।

ଏହା ହେଲା କି ତୁମ୍ଭର ଦୟା ।

ଶୋଭାବନ ଯେ ଅଚ୍ୟୁତ ।

ଦେଖାଅ ହେ ନରନାଥ ।

ଆଶ୍ରୟୀ ମୁଁ ତୁମ୍ଭ ବାହୁ ଛାୟା ହେ । ଦୀନବନ୍ଧୁ ।

 

କେମନ୍ତେ ବର୍ତ୍ତିବ ଏହି ଦ୍ୱନ୍ଦୁଁ ।

ବାଟ ଦିଶୁ ନାହିଁ ତୁମ୍ଭ ଛନ୍ଦୁ ହେ ।୨।

 

ଲଗାଇଣ ପ୍ରେମରସ ।

ମାୟା ସାଗର ପ୍ରକାଶ ।

ଦୁଃଖର୍ତ୍ତ ନାଦ ଏ ଘୋଷ ହୁଏ

କାମନା ମାରେ ଲହଡ଼ା ।

ତରଣି କୈବର୍ତ୍ତ ଲୋଡ଼ା ।

ତୁମ୍ଭ ବିନା ତାହା ଦେବ କି ହେ । ଭାବଗ୍ରାହୀ ।

ତହିଁକି ଯେ ବାଟ ଦିଅ କହି ।

ଭୟରେ କାତର ହୁଏ ଦେହୀ ହେ ।୩।

 

ପେଲିଦେଇ କରି ହରି ।

କୁଟିଳ ଭାବକୁ ଧରି ।

ରହିଥାଅ ନିଛାଟ ମାର୍ଗରେ ।

ଚାହୁଁଥାଅ ନାଟ ଖେଳ ।

ଲଗାଇଣ ମାଡ଼ଗୋଳ ।

ହୋଇଣ ସେ ପ୍ରେମ ଉତ୍ସର୍ଗରେ ହେ କୃପାନିଧି ।

ଭିଆାଣ କରିଣ ଏ ବାରିଧି ।୪।

 

କାମନା କରୁଣ ଥାଅ ସିଦ୍ଧି ହେ ।

ଦୟାସାଗର ହୋଇଣ ।

କରୁଛ ଏହା ଭିଆଣ ।

ବିଚାର ହେ ପ୍ରଭୁ ନାରାୟଣ ।

ଉଦ୍ଧାର କରିଛି ପରା ।

ଉପମା ରହିଛି ଧରା ।

କୀର୍ତ୍ତୀ ତୁମ୍ଭ ଶୋଭା ବିଚକ୍ଷଣ ହେ । ବାସୁଦେବ ।

କେବେ ତାହା ପ୍ରକାଶ ହୋଇବ ।

କାଳସରି ଯାଉଛି ଭୁଦବ ହେ ।୫।

 

ଭୁତକାଳେ କେତେ ଋଷି ।

ତୁମ୍ଭ କୀର୍ତ୍ତି ଗୁଣ ଭାଷି ।

ଶାସ୍ତ୍ରାଦି ଅଛନ୍ତି ସେ କରିଣ ।

ସେ ସବୁ ଚାହାଁଣି ନାଥ ।

ଦେଖେଁ ଏ ସବୁ ଅଦ୍ଭୁତ ।

ବୃଥା କାୟା କରିଣ ଭିଆଣ ହେ । ଭଗବାନ ।

ମାୟାସାଗର ନାମ ବହିଣ ।

ଦେଖାଉଛ କୁମ୍ଭର ଏ ଗୁଣ ହେ ।୬।

 

ଅନନ୍ତମାୟା ବ୍ୟାପକ ।

ତହିଁ ଚତୁର୍ଦ୍ଦଶ ଲୋକ ।

ତହିଁପରେ ଭାବକୁ ବହିଣ ।

କର୍ମ ଅନୁସାରେ ଫଳ ।

ଦେଉଅଛ ଆଦିମୂଳ ।

ତାହାସବୁ ଦେଖିଣ ନୟନ ହେ । ଅଧିଷ୍ଠାତା ।

ଦେଖି ତୁମ୍ଭ ଏ ସବୁ ବ୍ୟବସ୍ଥା ।

କାଳ ମୋର ହୋଇଗଲା ବୃଥା ହେ ।୭।

 

ଭିଆଣ ଯେବେ ୟା କଲ ।

କାହିଁକି ଦେଉଛ ଶଲ ।

କୃପାମୟ ଗୁଣକୁ ପ୍ରକାଶ ।

ତୁମ୍ଭର ମୁଁ ଅଟେ ଦାସ ।

ତୁମ୍ଭକୁ କରିଣ ଆଶ ।

ବୃଥାରେ ମୋ ଦିନ ହୁଏ ଶେଷ ହେ । ହୃଷିକେଶ ।

ପୂର୍ଣ୍ଣ କରାଅ ଯେ ମୋ ମାନସ ।

ଆଶ କରିଛି ବିହାରୀ ଦାସ ହେ ।୮।